ହେଲିକପ୍ଟର ଦୁର୍ଘଟଣାରେ କିମ୍ବଦନ୍ତୀ ବାସ୍କେଟ ବଲ୍ ଖେଳାଳି କୋବି ବ୍ରାଏଣ୍ଟଙ୍କ ମୃତ୍ୟୁ

Published By : Prameya-News7 Bureau | January 27, 2020 IST

ଲସ ଏଞ୍ଜେଲେସ ୨୭।୦୧:  ବାସ୍କେଟ୍ ବଲ୍ କିମ୍ବଦନ୍ତୀ କୋବି ବ୍ରାଏଣ୍ଟଙ୍କ ମୃତ୍ୟୁ । ଅବସରପ୍ରାପ୍ତ ବାସ୍କେଟବଲ ଖେଳାଳି କୋବି ବ୍ରାଏଣ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ହେଲିକପ୍ଟରରେ ଯାତ୍ରା କରୁଥିଲେ ବେଳେ ହେଲିକପ୍ଟରଟି ଏକ ପାହାଡରେ ଖସି ପଡିଛି । ଆମେରିକା ଲସ ଏଞ୍ଜେଲେସରୁ ପାଖାପାଖି ୬୫ କିଲୋମିଟର ଦୂରରେ ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।ଦୁର୍ଘଟଣାରେ ବ୍ରାଏଣ୍ଟଙ୍କ ସହ ତାଙ୍କ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଛି ।

{"id":216475,"sizeSlug":"large"}

୪୧ ବର୍ଷୀୟ ବ୍ରାଏଣ୍ଟଙ୍କ ୧୩ ବର୍ଷର ଝିଅ ସହ ୧୩ ଜଣ ଯାତ୍ରୀ ମଧ୍ୟ ପ୍ରାଣ ହରାଇଥିବାର ସୂଚନା ମିଳିଛି । କୋବିଙ୍କ ଏହା ବ୍ୟକ୍ତିଗତ ହେଲିକପ୍ଟର ଥିଲା । ଘଟଣା ବାବଦରେ ଜଣାପଡ଼ିବା ପରେ କୋବିଙ୍କ ପ୍ରଶଂସକମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ହେଲିକପ୍ଟରରେ ଯେତେ ଲୋକ ଥିଲେ, ଆଉ କେହି ବଞ୍ଚି ନାହାନ୍ତି । ହେଲିକପ୍ଟରର ଆକାଶରେ ଉଡୁଥିବା ବେଳେ ସେଥିରେ ନିଆଁ ଲାଗିଯାଇଥିଲା ।

{"id":216479,"sizeSlug":"large"}

ଯାହା ଫଳରେ ଆକାଶରୁ ତଳକୁ ଖସିପଡିଲା ହେଲିକପ୍ଟର । ତେବେ ହେଲିକପ୍ଟରରେ ନିଆଁ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇପାରି ନାହିଁ । ଅଧିକାରୀମାନେ ଦୁର୍ଘଟଣାର ତଦନ୍ତ କରୁଛନ୍ତି । ଲୋକପ୍ରିୟ ନ୍ୟାସନାଲ ବାସ୍କେଟବଲ ଆସୋସିଏସନ ରେ ୨୦ ବର୍ଷ ରହି ଏହାରି ମଧ୍ୟରେ କୋବି ୫ ଥର ବାସ୍କେଟ୍ ବଲ୍ ଚାମ୍ପିଅନ ହୋଇପାରିଥିଲେ ।

{"id":216480,"sizeSlug":"large"}

ଲସ୍‌ ଏଞ୍ଜେଲସ୍‌ର ଏକ ଖବର କାଗଜ ମୁତାବିକ, ଘନ କୁହୁଡି ଯୋଗୁଁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ଥ ହୋଇଛି । ତେବେ ଦୁର୍ଘଟଣାଗ୍ରସ୍ତ ଅଞ୍ଚଳରେ କୁହୁଡି ଲାଗିରହିଥିବାରୁ ରେସ୍କ୍ୟ ଅପରେସନ ଦଲକୁ ବହୁ ଅଶୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ହେଲିକପ୍ଟରରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । 

wp:core-embed/twitter {"url":"https://twitter.com/realDonaldTrump/status/1221582230008619016","type":"rich","providerNameSlug":"twitter","className":""}
https://twitter.com/realDonaldTrump/status/1221582230008619016
/wp:core-embed/twitter

ତେବେ ବ୍ରାଏଣ୍ଟଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ଚକିତ ହୋଇଯାଇଛନ୍ତି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ , ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା

wp:core-embed/twitter {"url":"https://twitter.com/BarackObama/status/1221552460768202756","type":"rich","providerNameSlug":"twitter","className":""}
https://twitter.com/BarackObama/status/1221552460768202756
/wp:core-embed/twitter

ଟେନିସ୍ ଖେଳାଳି ରାଫାଲ ନାଡାଲେ ନିଜ ନିଜର ଟ୍ବିଟ୍ ଜରିଆରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

wp:core-embed/twitter {"url":"https://twitter.com/RafaelNadal/status/1221583977917452289","type":"rich","providerNameSlug":"twitter","className":""}
https://twitter.com/RafaelNadal/status/1221583977917452289
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.