ଚୋରୀ ଅଭିଯୋଗରେ ଫସିଲା ଅମିତାଭ ବଚ୍ଚନଙ୍କ ଫିଲ୍ମ, ବିଗ ବି ସହିତ ୩ ଜଣଙ୍କୁ ନୋଟିସ୍

Published By : Prameya-News7 Bureau | November 18, 2019 IST

ମୁମ୍ବାଇ୧୮|୧୧: ଅମିତାଭ ବଚ୍ଚନଙ୍କ ଅପକମିଂ ଫିଲ୍ମ “ଝୁଣ୍ଡ” ରିଲିଜ ହେବା ପୂର୍ବରୁ ବିବାଦରେ ଫଶିଛି। ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକ ନାଗରାଜ ମଞ୍ଜୁଲେ, ଟି-ସିରିଜର ଚେୟାରମ୍ୟାନ ଭୂଷଣ କୁମାର ଓ ଅମିତାଭ ବଚ୍ଚନଙ୍କୁ କପିରାଇଟ୍‌ ଉଲଂଘନ କରିଥିବାରୁ ଫିଲ୍ମ ନିର୍ମାତା ନନ୍ଦି ଚିନ୍ନୀ କୁମାରଙ୍କ ଓକିଲ ନୋଟିସ ପଠାଇଛନ୍ତି।ଏକ ସାକ୍ଷାତକାରରେ ନନ୍ଦି ଚିନ୍ନୀ କୁମାର ଅଭିଯୋଗ କରିଛନ୍ତି ଯେ, ଫିଲ୍ମ ନିର୍ମାତାମାନେ ତାଙ୍କୁ ଠକିଛନ୍ତି।ସେଥିପାଇଁ ଏହି ମାମଲା ନେଇ ସେ କୋର୍ଟ ଯିବା ଯୋଜନାରେ ଅଛନ୍ତି।    

{"id":186112,"sizeSlug":"large"}

ନନ୍ଦିଙ୍କ କହିବା ଅନୁସାରେ ୨୦୧୭ ମସିହାରେ ଖେଳାଳୀ ଅଖିଲେଶ ପାଲଙ୍କ ଜୀବନ ଉପରେ ଫିଲ୍ମ ତିଆରି କରିବାର ନିଷ୍ପତ୍ତି ନେଇଥିଲେ। ଅଖିଲେଶଙ୍କ ଜୀବନ କାହାଣୀ ଉପରେ ସେ ସ୍ଲମ ସକର ନାମକ ଏକ ବାଇଲିଙ୍ଗୁଆଲ ଫିଲ୍ମ ଲେଖିବା ସହ ନିର୍ଦ୍ଦେଶନା ଦେବାକୁ ଯୋଜନା କରିଥିଲେ।ଅଖିଲେଶ ନାଗପୁରର ଏକ ବସ୍ତିରେ ଜନ୍ମ ହୋଇଥିଲେ।ଫୁଟବଲ ଖେଳରେ ତାଙ୍କର ବହୁତ ଆଗ୍ରହ ଥିଲା।କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି ଯୋଗୁଁ ସେ ହୋମଲେସ ୱାଲର୍ଡ କପ୍‌ରେ ଭାରତର କ୍ୟାପଟେନ୍‌ ହୋଇଥିଲେ।

{"id":186113,"sizeSlug":"large"}

ଅପରପକ୍ଷରେ ମରାଠି ପିଲ୍ମ ସୈରାଟର ନିର୍ଦ୍ଦେଶକ ନାଗାରାଜ ମୁଞ୍ଜଲେ ବିଜୟ ବରସେଙ୍କ ଜୀବନ କାହାଣୀ ଉପରେ ଫିଲ୍ମ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ । ବିଜୟ ବରସେ ହେଉଛନ୍ତି ଅଖିଲେଶଙ୍କ କୋଚ୍‌। ନନ୍ଦିଙ୍କ ଅଭିଯୋଗ ହେଲା ଅଖିଲେଶଙ୍କୁ ନାଗରାଜ ୪ ଲକ୍ଷ ଟଙ୍କା ଦେଇ ଫିଲ୍ମ ପାଇଁ ଅନୁବନ୍ଧିତ କରିବାକୁ ଚାହୁଁଥିଲେ । ହେଲେ ଅଖିଲେଶ ଏଥିପାଇଁ ମନା କରିଦେଇଥିଲେ। ଏବେ ନନ୍ଦି କହୁଛନ୍ତି ଯେ, ଏଭଳି କାମ କରି ନାଗରାଜ ତାଙ୍କୁ ଅପମାନିତ କରିଛନ୍ତି।ନାଗରାଜଙ୍କ ଫିଲ୍ମରେ ଅମିତାଭ ବଚ୍ଚନ ଅଭିନୟ କରିବାକୁ ଅନୁବନ୍ଧିତ ହୋଇଛନ୍ତି ।

{"id":186114,"sizeSlug":"large"}

କାଗଜ ନଦେଖାଇ ସେଟଲମେଣ୍ଟ କରିବାର ଚେଷ୍ଟା କରିଛନ୍ତି ନାଗରାଜ। ୨୦୧୮ ମସିହା ଜୁନ ମାସ ୧୧ ତାରିଖରେ ଏହି କାହାଣୀର ସ୍କ୍ରିପ୍ଟ ଓ ପଞ୍ଜିକରଣ ତେଲେଙ୍ଗନା ସିନେମା ରାଇଟର ଆସୋସିଏଶନରେ କରାଯାଇଥିଲା।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.