Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ପ୍ରଚାର ନାମରେ ଅପପ୍ରଚାର କରୁଥିବା ଇସ୍କନ ବିରୋଧରେ ଅଭିଯୋଗ : ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସୂଚନା ଦେଲେ ବରିଷ୍ଠ ଦଇତାପତି

8/09/2019 at 5:27 PM

ପୁରୀ/ଭୁବନେଶ୍ୱର ୮।୯: ପ୍ରଥମେ ମନଇଚ୍ଛା ରଥଯାତ୍ରା । ଆଉ ଏବେ ସିଧା ସିଧା ଶ୍ରୀଜଗନ୍ନାଥଙ୍କୁ ଅପମାନ । ସବୁ ଔଦ୍ଧତ୍ୟର ସୀମା ଡେଇଁଛି ଇସ୍କନ। ଜଗନ୍ନାଥକୁ ନେଇ ଅଦିନିଆ ରଥଯାତ୍ରା କରୁଥିବା ଇସ୍କନ ସମଗ୍ର ଓଡ଼ିଆ ଜାତିକୁ ପଢାଉଛି ଶାସ୍ତ୍ରର ପାଠ । ଜଗନ୍ନାଥଙ୍କ ପରିଚୟ, ଭୋଗରାଗ ଉପରେ ବି ଟିପ୍ପଣୀ ଦେବାକୁ ପଛାଇ ନାହାନ୍ତି । ଅକ୍ଟୋବର ନଭେମ୍ବରରେ ରଥଯାତ୍ରା ଆୟୋଜନ କରୁଥିବା ଲୁଧିଆନା ଇସ୍କାନର କାର୍ଯ୍ୟକଳାପକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

ଇସ୍କନର କହିବା କଥା, ଅଦିନିଆ ରଥଯାତ୍ରା ହିଁ ଶାସ୍ତ୍ର ସମ୍ମତ ।  ଏପିରିକି ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିକୁ ବି ଚ୍ୟାଲେଞ୍ଜ କରିବାକୁ ସେ ପଛାଉ ନାହାନ୍ତି । ପୁରୀରେ ଧର୍ମ ନାଁରେ ରାଜନୀତି ଚାଲିଛି, ଧନ୍ଦା ଚାଲିଛି । ଇସ୍କନ ଯାହା କରୁଛି ଠିକ୍ । ଏଭଳି ଦୁଃସାହସିକ ଉକ୍ତି ରଖିଛନ୍ତି।  ଆହୁରି କହିଛନ୍ତି, ବାହାରେ ଜଗନ୍ନାଥଙ୍କୁ କେହି ଚିହ୍ନି ନ ଥିଲେ । ଜଗନ୍ନାଥଙ୍କୁ ସବୁଠି ଇସ୍କନ ହିଁ ପରିଚୟ ଦେଇଛି । ହେଲେ ଏଠି ପୁରୀରେ ମହାପ୍ରଭୁଙ୍କ ଉଚିତ୍ ଗୁଣବତ୍ତାର ଭୋଗ ବି ଚଢାଯାଉନି ବୋଲି କହିବାକୁ ବି ପଛାଇ ନାହାନ୍ତି ।  ଇସ୍କନର ଏଭଳି ବାଚାଳବାଣୀ ଏଠି ଜଗନ୍ନାଥପ୍ରେମୀଙ୍କୁ କ୍ଷୁବ୍ଧ କରିଛି । ଇସ୍କନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି ନେଇଛନ୍ତି ବରିଷ୍ଠ ଦଇତାପତି ।

ଜଗନ୍ନାଥଙ୍କ ପ୍ରଚାର ନାଁରେ ବାରମ୍ବାର ଅପପ୍ରାଚାରର ଆରୋପ ଲାଗିଛି ଇସ୍କନ ବିରୋଧରେ । ଏପିରିକି ନିଜ ୱେବସାଇଟରେ ଅନେକ ଥର ଶ୍ରୀ ଜଗନ୍ନାଥଙ୍କୁ ନେଇ ଭୁଲ୍ ତଥ୍ୟ ବି ଦେଇଛି ।

   Related Posts