ସୋରରେ ୬ ଘଣ୍ଟିଆ ଓଡିଶା ବନ୍ଦ ପାଳନ କଲା ବାମ ଦଳ, ସରକାରୀ ଓ ବେସରକାରୀ ଅଫିସ୍‌ ବନ୍ଦ କଲେ କର୍ମୀ

Published By : Prameya-News7 Bureau | July 15, 2021 IST

ସୋର, ୧୫।୦୭: ବିଭନ୍ନ ସାମଗ୍ରୀର ଦର ଦାମ ବୃଦ୍ଧିକୁ ନେଇ ରାଜ୍ୟର ୪ ଟି ବାମ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମର୍ଥନ କରି ସୋର ବାମ ଦଳ ପକ୍ଷରୁ ଉତ୍ତରେଶ୍ବର ନିକଟରେ ୧୬ ନଂ ଜାତୀୟ ରାଜପଥରେ ରାସ୍ତା ଅବରୋଧ କରାଯାଇଛି ।

ଦଳୀୟ କର୍ମୀ ପ୍ରତିବାଦ କରିବା ସହ ସୋର ଅଞ୍ଚଳରେ ରହିଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍ରେ ପହଞ୍ଚି ପିକେଟିଂ କରି ଅଫିସ୍‌ ବନ୍ଦ କରିଛନ୍ତି । ସେହିପରି  ବିଭିନ୍ନ ସ୍ଥାନରେ ଦଳିୟ କର୍ମୀ ମାନେ ପିକଟିଂ କରି ଦୋକାନ ବଜାର ମଧ୍ୟ ବନ୍ଦ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.