Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଚୀନ କମ୍ୟୁନିଷ୍ଟ ପାର୍ଟିର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ, ସାମିଲ ହେଲେ ଲେଫ୍ଟ ଫ୍ରଣ୍ଟ ଓ ଡିଏମକେ ନେତା

29/07/2021 at 4:54 PM

ନୂଆଦିଲ୍ଲୀ ୨୯।୦୭:  ଚୀନରେ କମ୍ୟୁନିଷ୍ଟ ପାର୍ଟିର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ପାଳନ କରାଯାଉଛି। ଦୀର୍ଘ ସମୟ ଧରି ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଜାରି ରହିଛି। ଏହା ମଧ୍ୟରେ ଚୀନର କମ୍ୟୁନିଷ୍ଟ ପାର୍ଟିର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଲେଫ୍ଟ ଓ ଡିଏମକେର କିଛି ସାଂସଦ ଯୋଗ ଦେଇଥିଲେ। ଦିଲ୍ଲୀ ସ୍ଥିତ ଚୀନ ଦୂତାବାସରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସୂଚନା ଅନୁଯାୟୀ, ଏହି ଉତ୍ସବରେ ସିପିଏମର ସାଧାରଣ ସଂପାଦକ ସୀତାରାମ ୟେଚୁରୀ, ସିପିଆଇର ସାଧାରଣ ସଚିବ ଡି ରାଜା, ଲୋକସଭା ସାଂସଦ ଡ.ଏସ.ସେନ୍ଥିଲକୁମାର ସାମିଲ ଥିଲେ। ଏହା ବ୍ୟତୀତ ଅଲ ଇଣ୍ଡିଆ ଫରଓ୍ଵାର୍ଡ ବ୍ଲକ୍‌ର ଜି.ଦେବରାଜନ ପହଞ୍ଚିଥିଲେ।

ନୂଆଦିଲ୍ଲୀ ସ୍ଥିତ ଚୀନ ଦୂତାବାସରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମୟରେ ଚୀନର ରାଷ୍ଟ୍ରଦୂତ ଭାରତ-ଚୀନ ସଂପର୍କ ଉପରେ ନିଜର କଥା ରଖିଛନ୍ତି। ଚୀନ ରାଷ୍ଟ୍ରଦୂତ ସୁନ ଓ୍ଵିଡାଙ୍ଗ ଗଲଓ୍ଵାନ ଘାଟି ବିଷୟରେ ଉଲ୍ଲେଖ କରି କହିଛନ୍ତି, ଚୀନ ଅନେକ ସମୟରେ ନିଜର ସ୍ଥିତି ସ୍ପଷ୍ଟ କରିଛି। ଆଞ୍ଚଳିକ କ୍ଷେତ୍ର ସହ ଦୁନିଆରେ ଶାନ୍ତି ଓ ସମୃଦ୍ଧି ପାଇଁ ଭାରତ ଓ ଚୀନର ସମ୍ବନ୍ଧ ବହୁତ ମହତ୍ଵ ରଖୁଛି। ଆମକୁ ନିଜର ଦ୍ଵିପାକ୍ଷିକ ସଂପର୍କକୁ ଆହୁରି ତର୍କପୂର୍ଣ୍ଣ କରି ଦୀର୍ଘ ସମୟ ଧରି ଆଗକୁ ନେବାର ଅଛି। ସୁନ ଓ୍ଵିଡାଙ୍ଗ କହିଛନ୍ତି, ଭାରତ ଓ ଚୀନ ଶତ୍ରୁ କି ପ୍ରତିଦ୍ଵନ୍ଦ୍ଵୀ ନୁହନ୍ତି ବରଂ ପରସ୍ପରର ଭାଗିଦାରୀ ଅଟନ୍ତି।

ସେ ଏହା ମଧ୍ୟ କହିଛନ୍ତି, ଦୁଇ ଦେଶ ପରସ୍ପରର ସହଯୋଗୀ ହେବା ଉଚିତ୍। କେହି କାହାରିକୁ ବାଧା ଦେବା ଉଚିତ୍ ନୁହେଁ। ଆମକୁ ଜଣେ ଅନ୍ୟ ଜଣଙ୍କର ରଣନୀତିକୁ ସଠିକ୍ ଦୃଷ୍ଟିରେ ଦେଖିବା ଉଚିତ୍। ସେହି ପରି ଆଞ୍ଚଳିକ ସାର୍ବଭୌମତା ଏବଂ ଆଭ୍ୟନ୍ତରୀଣ ମାମଲାରେ ମଧ୍ୟ ନିଜର ବୁଦ୍ଧିମତାର ପରିଚୟ ଦେବା ଉଚିତ୍ ବୋଲି ଚୀନ ରାଷ୍ଟ୍ରଦୂତ କହିଛନ୍ତି।

   Related Posts