Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଏକାଠି ଲଢିବେ ବାମପନ୍ଥୀ ଓ କଂଗ୍ରେସ, ପ୍ରସ୍ତାବକୁ CPM ପଲିଟିବ୍ୟୁରୋର ସ୍ୱୀକୃତି

26/10/2020 at 7:16 PM

ନୂଆଦିଲ୍ଲୀ ୨୬।୧୦: ପଶ୍ଚିମବଙ୍ଗ ବିଧାନସଭା ଲାଗି ୨୦୨୧ରେ ହେବ ନିର୍ବାଚନ । ତେବେ ରାଜ୍ୟରେ ଏବେଠୁ ଆରମ୍ଭ ହୋଇଗଲାଣି ରାଜନୈତିକ ଗତିବିଧି। ଦୀର୍ଘବର୍ଷ ଧରି ରାଜ୍ୟରେ ରାଜନୀତି ମଙ୍ଗଧରିଥିବା ସିପିଏମ୍‌ ଲାଗି ଏବେ ତୃଣମୂଳ ଓ ବିଜେପି ମୁଖ୍ୟ ଆହ୍ୱାନ ଭାବେ  ଉଭା ହୋଇଛନ୍ତି। ଏଣୁ ଉଭୟ ଦଳକୁ ରୋକିବା ଲାଗି ରାଜ୍ୟରେ କଂଗ୍ରେସ ସହ ମେଣ୍ଟ ଲାଗି ପ୍ରସ୍ତାବକୁ ସୋମବାର ସିପିଆଇ ପଲିଟିବ୍ୟୁରୋର ମଞ୍ଜୁରି ମିଳିଯାଇଛି। 

ଅକ୍ଟୋବର ୩୦ରୁ ସିପିଆଇ କେନ୍ଦ୍ରୀୟ କମିଟି ବୈଠକ ଅନୁଷ୍ଠିତ ହେବ। ଦୁଇ ଦିବସୀୟ ବୈଠକରେ ମେଣ୍ଟର ଆସନ ବୁଝାମଣା ନେଇ ଚର୍ଚ୍ଚା ହେବାକୁ ଥିବା ବେଳେ ପ୍ରସ୍ତାବରେ ମୋହର ବାଜିବ।  ଏବିପି ନ୍ୟୁଜ୍ ସୂତ୍ରରୁ ମିଳୁଥିବା ସୂଚନାରୁ ଏବେ ରାଜ୍ୟରେ ତୃଣମୂଳ ଓ ବିଜେପିକୁ ରୋକିବାକୁ ହେଲେ ସିପିଏମକୁ କଂଗ୍ରେସ ସହ ଆସିବା ଜରୁରି ବୋଲି ବାମପନ୍ଥୀ ଉଚ୍ଚ ନେତୃବର୍ଗ ବିଚାର କରୁଛନ୍ତି। ଖାସ ଏହି କାରଣରୁ ଦିଲ୍ଲୀରେ ଅନୁଷ୍ଠିତ ପଲିଟିବ୍ୟୁରୋ ଦୁଇ ଦୁନିଆ ବୈଠକରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ସିପିଏମ୍ କଂଗ୍ରେସ ସହ ମିଶି ଲଢିବ ବୋଲି ନିଷ୍ପତ୍ତି ହୋଇଛି।

ସିପିଏମ ପଲିଟିବ୍ୟୁରୋ ବୈଠକ ନିଷ୍ପତ୍ତିକୁ ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ସଭାପତି ଅଧିର ରଞ୍ଜନ ଚୌଧୁରୀ ସ୍ୱାଗତ କରିଛନ୍ତି। ରାଜ୍ୟରେ ତୃଣମୂଳ ଓ ବିଜେପିଙ୍କୁ ରୋକିବା ଲାଗି ସିପିଏମ ଓ କଂଗ୍ରେସ ଏକାଠି ଆସିବା ଏବେ ଜରୁରି ବୋଲି ସେ କହିଛନ୍ତି। ତେବେ ପଶ୍ଚିମବଙ୍ଗରେ କଂଗ୍ରେସ ଓ ବାମପନ୍ଥୀ ମେଣ୍ଟ ନୂଆ ନୁହେଁ। ଗତ ୨୦୧୬ ବିଧାନସଭା ନିର୍ବାଚନକୁ ଦୁଇ ଦଳ ମେଣ୍ଟ କରି ଲଢିଥିଲେ। ତେବେ ତୃଣମୂଳ କଂଗ୍ରେସ ସେମାନଙ୍କୁ ମାତ ଦେଇଥିଲା।

୨୦୧୬ ବିଧାନସଭା ନିର୍ବାଚନ ବିଫଳତା କାରଣରୁ ରାଜ୍ୟରେ ୨୦୧୯ ଲୋକସଭା ନିର୍ବାଚନରେ ଦୁଇ ଦଳଙ୍କ ମେଣ୍ଟ ହୋଇନଥିଲା। ଏଥିପାଇଁ ଉଦ୍ୟମ ହୋଇ ନଥିଲା କୁହାଯାଇପାରିବ ନାହିଁ। ହେଲେ ମେଣ୍ଟ ଲାଗି ଉଭୟ ଦଳଙ୍କ ଉଦ୍ୟମ ଶେଷରେ ବିଫଳ ହୋଇଥିଲା। ହେଲେ ଏଥର ନିର୍ବାଚନରେ ଦୁଇ ଦଳର ନେତା ଗ୍ରାସ ରୁଟ ଲେବୁଲରୁ ବାଛିବେ ବୋଲି ଜଣାପଡିଛି। ଏଥିରେ ଅଧିର ରଞ୍ଜନ ଚୌଧୁରୀ ସକରାତ୍ମକ ସଂକେତ ଦେଉଥିବା ବେଳେ ଦିଲ୍ଲୀ ସ୍ତରରେ ନିଷ୍ପତ୍ତି କଣ ହେବ ଏବେ ତା ଉପରେ ରାଜ୍ୟରେ ଉଭୟ ଦଳଙ୍କ ନଜର।

   Related Posts