Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ମିଳିଲେ ଲେଡି ଗାଗାଙ୍କର ଚୋରି ହୋଇଥିବା ପୋଷା କୁକୁର, ରଖିଥିଲେ ତିନି କୋଟି ଟଙ୍କା ପୁରଷ୍କାର

27/02/2021 at 1:15 PM

ନୂଆଦିଲ୍ଲୀ ୨୭/୦୨: ଗତ କିଛି ଦିନ ତଳେ ଅପହରଣ ହୋଇଥିବା ଆମେରିକୀୟ ଅଭିନେତ୍ରୀ ଲେଡି ଗାଗାଙ୍କର ପୋଷା କୁକୁର କୋଜି ଏବଂ ଗୁସ୍ତାଭକୁ ଲସ୍ ଆଞ୍ଜେଲସ୍ ପୋଲିସ୍ ଖୋଜି ବାହାର କରିଛି । ଜଣେ ମହିଳା ଗାଗାଙ୍କର ଦୁଇଟି କୁକୁରକୁ ଅଲିମ୍ପିକ୍ କମ୍ୟୁନିଟି ପୋଲିସ ଷ୍ଟେସନକୁ ଆଣିଥିବା ପୋଲିସ ସୂଚନା ଦେଇଛି । ଏହା ପରେ ପୋଲିସ ଲେଡି ଗାଗାଙ୍କ ମୁଖପାତ୍ରଙ୍କୁ ଡାକି ଲେଡି ଗାଗାଙ୍କର ଚୋରି ହୋଇଥିବା ଦୁଇଟି କୁକୁର ବୋଲି ନିଶ୍ଚିତ କରିଥିଲା । ତେବେ କେଉଁ ଉଦ୍ଦେଶ୍ୟରେ ଲେଡି ଗାଗାଙ୍କର କୁକୁର ଚୋରି ହୋଇଥିଲେ ଏବଂ ସେ କିପରି ଥାନାରେ ଆଣି ଦେଇଥିବା ମହିଳାଙ୍କ ପାଖରେ ପହଞ୍ଚିଥିଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ ।

LAPD: Lady Gaga's dogs recovered safely after violent Hollywood robbery  that left walker wounded | KTLA

କିଛି ଦିନ ତଳେ ଜଣେ ବ୍ୟକ୍ତି ଲେଡି ଗାଗାଙ୍କ ତିନି କୁକୁର ସହିତ ବୁଲୁଥିବାର ନଜର ଆସିଥିଲେ ।  ସେମାନଙ୍କ ମଧ୍ୟରୁ ଗୋଟିଏ କୁକୁର ଖସି ପଳାଇ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲା । ଗତ ବୁଧବାର ରାତିରେ ଜଣେ ବନ୍ଧୁକଧାରୀ ରିଆନ ଫିସର ନାମକ ଜଣେ ଯୁବକଙ୍କୁ ଗୁଳି ଚଳାଇ, ଉଭୟ କୁକୁରକୁ ନେଇ ଦୌଡି ପଳାଇଯାଇଥିଲା । ପରେ ଆହତ ହୋଇଥିବା ରିହାନଙ୍କୁ ହସପିଟାଲରେ ଭର୍ତ୍ତୀ କରାଯାଇଥିଲା ।

 ଲେଡି ଗାଗା ତାଙ୍କ କୁକୁରକୁ ଖୁବ୍ ଭଲ ପାଆନ୍ତି ଏବଂ କୌଣସି ପ୍ରକାରେ ତାଙ୍କ କୁକୁର ପାଖରେ ପହଞ୍ଚିବାକୁ ଚାହୁଁଥିଲେ । ତେଣୁ ସେ KojiandGustav@gmail.com ଏକ ଇମେଲ୍ ଆଇଡି ତିଆରି କରିଥିଲେ । ଲେଡି ଗାଗା ତାଙ୍କ କୁକୁର କୋଜି ଏବଂ ଗୁସ୍ତାଭଙ୍କ ବଦଳରେ ୩.୬୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ।

   Related Posts