ଜାନୁୟାରୀରୁ ମହଙ୍ଗା ହେବ ଟିଭି, ଫ୍ରିଜ୍ ଓ ଓ୍ବାଶିଂ ମେସିନ୍ ଭଳି ଘରୋଇ ଉପକରଣର ଦାମ, ଜାଣନ୍ତୁ କଣ ରହିଛି କାରଣ

Published By : Prameya-News7 Bureau | December 28, 2020 IST

ନୂଆଦିଲ୍ଲୀ୨୮/୧୨ : କିଛି ଦିନ ପରେ ବର୍ଷ ୨୦୨୦ ଶେଷ ହୋଇ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି । ତେବେ ୨୦୨୧ ଆରମ୍ଭରୁ ହିଁ ଟିଭି, ଫ୍ରିଜ୍ ଏବଂ ଓ୍ବାଶିଂ ମେସିନ୍ ଭଳି କିଛି ଗୃହ ଉପକରଣର ଦାମ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଖାସ କରି ଭାରତରେ ଏବେ LED ଟିଭିର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ତେଣୁ ଏହାର ଦାମ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ ଆସନ୍ତା ବର୍ଷ ଏହି ଘରୋଇ ଉପକରଣଗୁଡିକର ଉତ୍ପାଦନ ପାଇଁ ବ୍ୟବହାର ହେଉଥିବା ମୁଖ୍ୟ ସରଞ୍ଜାମର ଦାମ ବୃଦ୍ଧିପାଇବ । ଖାସ କରି କୋପର, ଆଲୁମିନିୟମ ଏବଂ ଷ୍ଟିଲ୍‌ର ଦାମ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ଏକ ରିପୋର୍ଟ ଅନୁସାରେ ଟିଭି, ଫ୍ରିଜ୍ ଏବଂ ଓ୍ବାଶିଂ ମେସିନ୍‌ର ଦାମ ପ୍ରାୟ ୧୦ ପ୍ରତିଶତ ବଢିବା ନେଇ ଆଶଙ୍କା କରାଯାଉଛି ।

LG, ପାନାସୋନିକ୍ ଏବଂ ସାମସଙ୍ଗ ଭଳି କମ୍ପାନୀଗୁଡିକର ଘରୋଇ ଉପକରଣ ଯେପରିକି ଟିଭି, ଓ୍ବାସିଙ୍ଗ୍ ମେସିନ୍ ଭଳି ବୈଦ୍ୟୁତିକ ଉପକରଣର ବଜାରରେ ବେଶ ଚାହିଦା ରହିଛି । ଏହି କମ୍ପାନୀମାନେ ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତା ଜାନୁୟାରୀ ମାସରୁ ଏହି ଉପକରଣଗୁଡିକା ଦାମ ବୃଦ୍ଧି କରାଯିବ ।

ପାନାସୋନିକ୍ ଇଣ୍ଡିଆର CEO ମନୀଷ ଶର୍ମା କହିଛନ୍ତି ଯେ, ଜାନୁୟାରରେ ଟିଭି, ଫ୍ରିଜ୍ ଏବଂ ଓ୍ବାଶିଂ ମେସିନ୍‌ର ଦାମରେ ପ୍ରାୟ ୬ ରୁ ୭ ପ୍ରତିଶତ ବୃଦ୍ଧି କରାଯିବ ଏବଂ ଆଗାମୀ ଦିନରେ ଏହାର ଦାମକୁ ୧୦-୧୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ । ଉତ୍ପାଦନରେ ବ୍ୟବହୃତ ମୁଖ୍ୟ ସରଞ୍ଜାମଗୁଡିକର ଦାମ ବୃଦ୍ଧି ପାଉଥିବାରୁ ଏଗୁଡିକର ଦାମ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମନୀଷ ଶର୍ମା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.