ଭଦ୍ରକରେ ଆରମ୍ଭ ହେଲା ବହୁ ପ୍ରତିକ୍ଷିତ ଷ୍ଟ୍ରିଟ୍ ଏଲ୍ଇଡି ଲାଇଟ୍ ପ୍ରକଳ୍ପ
28/07/2020 at 12:25 PM

ଭଦ୍ରକ ୨୮।୦୭: ଭଦ୍ରକର ବହୁ ପ୍ରତିକ୍ଷିତ ଷ୍ଟ୍ରିଟ ଏଲଇଡି ଲାଇଟ ପ୍ରକଳ୍ପ ଉଦଘାଟିତ ହୋଇଛି । ଭଦ୍ରକ ସଦର ବିଧାୟକ ସଞ୍ଜିବ ମଲ୍ଲିକଙ୍କ ସହ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ଷ୍ଟ୍ରିଟ ଏଲଇଡି ଲାଇଟ ପ୍ରକଳ୍ପକୁ ଉଦଘାଟିତ କରିଛନ୍ତି । ଭଦ୍ରକ ସହରର ସୁସଜ୍ଜିତ ଆଲୋକିକରଣ ପ୍ରକଳ୍ପ ବନ୍ତ ଛକ ଠାରେ ଶୁଭ ଉଦଘାଟନ ହୋଇଛି ।

ତେବେ ଉଦଘାଟନୀ ଉତ୍ସବରେ ଭଦ୍ରକ ସଦର ବିଧାୟକ ସଞ୍ଜିବ ମଲ୍ଲିକ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ପୌରପାଳକା ନିର୍ବାହୀ ଅଧିକାରୀ ବିଚିତ୍ରା ନନ୍ଦ ନାୟକଙ୍କ ସେମତ ପୌରପାଳିକାର କର୍ମଚାରୀ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ଏହା ବନ୍ତ ଛକ ଠାରୁ ରାନ୍ଦିଆ ଓଭରବ୍ରିଜ ପର୍ଯ୍ୟନ୍ତ , ବନ୍ତ ଛକ ଠାରୁ ଅପର୍ତ୍ତିବିନ୍ଧା ଛକ ପର୍ଯ୍ୟନ୍ତ , ବନ୍ତ ଛକରୁ ମେଡିକାଲ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ଏହି ଷ୍ଟ୍ରିଟ ଏଲଇଡି ଲାଇଟ ପ୍ରକଳ୍ପ ଦ୍ବାରା ଭଦ୍ରକ ସହର ଆଲୋକମୟ ହୋଇ ଉଠିବ । ଏହି କୋଭିଡ-19 ସମୟରେ ଏହି କାମ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁ ରହିଛି । ଏହି ପ୍ରକଳ୍ପ ମାଧ୍ୟମରେ ଆଗକୁ ପୌରପାଳିକାର ସମସ୍ତ ଓ୍ୱାର୍ଡରେ ପହଞ୍ଚିବ ବୋଲି କହିଛନ୍ତି ବିଧାୟକ ।