ଅଧ୍ୟାପକଙ୍କୁ ଟ୍ୟୁସନ ମନା : ମନ୍ତ୍ରୀଙ୍କ ଚେତାବନୀ, ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | January 23, 2020 IST

ଭୁବନେଶ୍ବର ୨୩/୧: କଲେଜର ମ୍ୟାନେଜମେଣ୍ଟରେ ମୁଣ୍ଡ ପୂରେଇ ପାରିବେନି ବିଧାୟକ । କୌଣସି ଉଚ୍ଚଶିକ୍ଷା ସଂସ୍ଥାନର ଗଭର୍ଣ୍ଣିଙ୍ଗ ବଡିରେ ସ୍ଥାନୀୟ ବିଧାୟକ ରହିପାରିବେ ନାହିଁ । ଏଥିରେ କେବଳ ଶିକ୍ଷାବିତ ସଦସ୍ୟ ହୋଇପାରିବେ। ଭୁବନେଶ୍ବରରେ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଆଯୋଜିତ ରାଜ୍ୟ ସ୍ତରୀୟ ଆଲୋଚନା ଓ ବାଦ ବିନିମୟ କାର୍ଯ୍ୟକ୍ରମରେ ଏଭଳି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ।

ଏଥିସହିତ ସରକାରୀ ଅନୁଦାନ ପାଉଥିବା ଅଧ୍ୟାପକମାନେ ପ୍ରାଇଭେଟ ଟ୍ୟୁସନ କରିପାରିବେ ନାହିଁ ବୋଲି ପୁଣି ସ୍ପଷ୍ଟ କରିଛନ୍ତି। ଯଦି କେହି ଅନୁଦାନପ୍ରାପ୍ତ ଅଧ୍ୟାପକ ଟ୍ୟୁସନ କରୁଥାନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସାହୁ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.