ମୋରଡା ୧୪।୯: ଗୁରୁ ଶିଷ୍ୟ ସମ୍ପର୍କରେ ପୁଣି ଲାଗିଛି କଳଙ୍କର ଛିଟା । ଛାତ୍ରୀଙ୍କୁ ଅସଦାଚରଣ କରି ଥାନାରେ ଅଟକ ରହିଛନ୍ତି ଅଧ୍ୟାପକ । ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ସହିଦ ମେମୋରିଆଲ ଡିଗ୍ରୀ କଲେଜରେ ଘଟିଛି ଏଭଳି ଘଟଣା । ସମ୍ପୃକ୍ତ କଲେଜର ଅଧ୍ୟାପକ ଶିବପ୍ରସାଦ କଟୁଆଳ ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ଅସଦାଚରଣ କରିବା ନେଇ ଛାତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ ।
{"id":157342}ଛାତ୍ରୀଙ୍କ ଅଭିଯୋଗ ପରେ ଅଧ୍ୟାପକଙ୍କୁ ଅଟକ ରଖିଛି ପୋଲିସ । ଛାତ୍ରୀ ଜଣଙ୍କ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ କରିବା ସହ ଅଧ୍ୟକ୍ଷଙ୍କୁ ନିଜ ଟିସି ନେଇ ଦରଖାସ୍ତ ଦେଇଥିଲେ । ତେବେ ଅଧ୍ୟକ୍ଷ ଛାତ୍ରୀଙ୍କ ଅଭିଯୋଗ କ୍ରମେ ରାସଗୋବିନ୍ଦପୁର ଥାନାରେ ଅଧ୍ୟାପକଙ୍କ ବିରୋଧରେ ଏତଲା ଦେଇଥିଲେ । ଯାହା ଆଧାରରେ ରାସଗୋବିନ୍ଦପୁର ଥାନା ପୋଲିସ କେସ ନଂ ୯୫/୧୯ରେ ଏକ ମାମଲା ରୁଜୁ କରି ଅଧ୍ୟାପକଙ୍କୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି ।