କଲେଜ ପ୍ରିନ୍ସିପାଲଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ : ଖାତା ଦେଖା ବାହାନାରେ ଅଧ୍ୟାପିକାଙ୍କୁ କରିଥିଲେ ଅସଦାଚରଣ

Published By : Prameya-News7 Bureau | July 23, 2019 IST

ଉଦଳା ୨୩|୭: ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ମହାବିଦ୍ୟାଳୟର ଅଧ୍ୟାପିକା । ଅଧ୍ୟାପିକାଙ୍କୁ କଲେଜର ଅଧ୍ୟକ୍ଷ ଅସଦାଚରଣ କରିବା ସହିତ ଦୁର୍ବ୍ୟବହାର କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଉଦଳା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନାଁରେ । 

{"id":136504}

ସୂଚନାଯୋଗ୍ୟ ଯେ, ମୟୂରଭ ଜିଲ୍ଲା ଉଦଳାଠାରେ ଥିବା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଲେଜର ଜଣେ ଅଧ୍ୟାପିକା । ଅଧ୍ୟାପିକାଙ୍କୁ କଲେଜ ଅଧ୍ୟକ୍ଷ କମଳାକାନ୍ତ ବେହେରା ଦୁର୍ବ୍ୟବହାର ସହିତ ଅସଦାଚରଣ କରିଥିବା ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶିକାର ହୋଇଥିବା ଅଧ୍ୟାପିକା ।

{"id":136507}

ମହାବିଦ୍ୟାଳୟର ପରୀକ୍ଷା ଖାତା ଦେଖା ନିମନ୍ତେ ବାଲେଶ୍ବର ରିଜିଓନାଲ ଅଫିସକୁ ନେବା ବାହାନାରେ ଅଧ୍ୟକ୍ଷ କମଳାକାନ୍ତ ବେହେରା ଅଧ୍ୟାପିକା ଜଣଙ୍କୁ ବାଲେଶ୍ବରରେ ଥିବା ନିଜ ଘରକୁ ନେଇ ସେଠାରେ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ଅସଦାଚରଣ କରିଥିଲେ । ଅଧ୍ୟାପିକା ଜଣଙ୍କ ସେଠାରୁ ଖସି ଆସିବା ପରେ ପୁରା ଘଟଣା ବାବଦରେ ତାଙ୍କ ସ୍ବାମୀଙ୍କ ଆଗରେ କହିଥିଲେ ।

{"id":136508}

ଏହାପରେ ଏହି ଘଟଣା ବାବଦରେ କଲେଜ ଅଧ୍ୟକ୍ଷ ଜାଣିବା ପରେ ଅଧ୍ୟାପିକା ଘଟଣା ବାବଦରେ ସ୍ବାମୀଙ୍କ ନିକଟରେ କହିଥିବାରୁ ତାଙ୍କୁ ଚାକିରୀରୁ ବହିଷ୍କାର କରିବାର ଧମକ ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି । ଏ ନେଇ ଅଧ୍ୟାପିକା ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.