ପୁଣି କଲେଜ ଅଧ୍ୟକ୍ଷଙ୍କ ନାଁରେ ଅଭିଯୋଗ : ଠକେଇ ଅଭିଯୋଗ ଆଣିଲେ ଅଧ୍ୟାପିକା

Published By : Prameya-News7 Bureau | July 28, 2019 IST

ମୟୂରଭଞ୍ଜ ୨୮/୭: କଲେଜରେ ଅଧ୍ୟକ୍ଷଙ୍କ କଳେଙ୍କାରୀକୁ ନେଇ ଜଣେ ଅଧ୍ୟାପିକା ମୁହଁ ଖୋଲିବା ପରେ ଏବେ ଅଧ୍ୟକ୍ଷଙ୍କ ବିରୋଧରେ ଲମ୍ବିବାରେ ଲାଗିଛି ଅଭିଯୋଗର ତାଲିକା । ଜଣେ ଅଧ୍ୟାପିକାଙ୍କୁ କଲେଜ ଅଧ୍ୟକ୍ଷ ଅସଦାଚରଣ କରିଥିବା ଅଭିଯୋଗ ପରେ ଏବେ ଅଧ୍ୟକ୍ଷଙ୍କ ଠକାମିର ଗୁମର ଫିଟୁଛି । ଏହାକୁ ନେଇ ଠକାମୀର ଶିକାର ହୋଇଥିବା ଦୁଇ ଜଣ ଅଧ୍ୟାପିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । 

{"id":138064}

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନରେ ଥିବା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କଳା କାରନାମାର ଗୁମର ଫିଟୁଛି । କଲେଜର ଜଣେ ଅଧ୍ୟାପିକାଙ୍କୁ ରିଜିଓନାଲ କାର୍ଯ୍ୟାଳୟ ନେବା ବଦଳରେ ନିଜ ଘରକୁ ନେଇ କଲେଜର ଅଧ୍ୟକ୍ଷ କମଳାକାନ୍ତ ବେହେରା ଅସଦାଚରଣ ସହିତ ର୍ଦୁବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଏବେ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅଭିଯୋଗର ତାଲିକା ଲମ୍ବିବାରେ ଲାଗିଛି । ଏବେ ଅଧ୍ୟକ୍ଷ ମହାଶୟଙ୍କ ଅନ୍ୟ କେଳେଙ୍କାରୀର ଗୁମର ଫିଟୁଛି । କଲେଜରେ କାର୍ଯ୍ୟ କରୁଥିବା ଅଧ୍ୟାପିକାମାନଙ୍କୁ କଲେଜ ଅଧ୍ୟକ୍ଷ କମଳାକାନ୍ତ ବେହେରା ଠକିଛି ।

{"id":138065}

କଲେଜରେ କାର୍ଯ୍ୟ କରୁଥିବା ଦୁଇ ଜଣ ଅଧ୍ୟାପିକାଙ୍କୁ ନିଯୁକ୍ତି ପତ୍ର ଏବଂ ଡୋନେଶନ୍ ଆଳରେ ୧୦ ଲକ୍ଷ ଟଙ୍କା ନେଇଥିବାବେଳେ ଉକ୍ତ ଟଙ୍କା ମାଗିବାରୁ ସେ ତାଙ୍କୁ କଲେଜରୁ ବାହାର କରିବାର ଧମକ ମଧ୍ୟ ଦେଇଛି । ଉକ୍ତ ଦୁଇ ଅଧ୍ୟାପିକା କଲେଜରେ ଆଜକୁ ୧୦ ବର୍ଷରୁ ଅଧିକ ବର୍ଷ ହେବ କାମ କରି ଆସିଥିଲେ ସୁଦ୍ଧା ଆଜି ପର୍ଯନ୍ତ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇନାହିଁ । ସେମାନଙ୍କୁ ନିକଟରୁ ବିଭିନ୍ନ ଆଳରେ କଲେଜ ଅଧ୍ୟକ୍ଷ ଟଙ୍କା ଠକି ନେଇଥିବାବେଳେ ଟଙ୍କା ମାଗିବାରୁ ବାରମ୍ବାର ଧମକ ଦେବା ସହିତ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ଅଧ୍ୟାପିକାମାନେ । କେବଳ ସେତିକି ନୁହେଁ କଲେଜ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ଟଙ୍କା ହେରଫେର, ଜାଲ ସାର୍ଟିଫିକେଟ୍ ଭଳି ଅନେକ କଳା କାରନାମା କରୁଥିବା ଅଧ୍ୟାପିକା କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.