Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜି ଉଦୟଗିରିରେ ନାବାଳିକାକୁ ରୁଟିରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ, ଅଧ୍ୟାପକ ଗିରଫ

22/04/2019 at 8:41 PM

ଜି ଉଦୟଗିରି ୨୨। ୪ :  ପୁଣି ଲଜ୍ଜା ! ଜି ଉଦୟଗିରିରେ ଏକ ନାବାଳିକାକୁ ରୁଟିରେ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ପୋଲିସ ରାଇକୋଲା ଗ୍ରାମର ଜିତେନ୍ଦ୍ର ଦିଗାଲଙ୍କୁ ଗିରଫ କରିଛି।  ଜିତେନ୍ଦ୍ର ଜଣେ ଅଧ୍ୟାପକ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି।

ଗତ ୧୩ ତାରିଖ ଦିନ ଜିତେନ୍ଦ୍ର ଗ୍ରାମର ଏକ ୧୬ ବର୍ଷ ବୟସ୍କା ନାବାଳିକାକୁ ରୁଟିରେ ନିଶା ଦେଇ ଶ୍ମଶାନ  ନିକଟ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲା। ସେଠାରେ  ଦୁଷ୍କର୍ମ ପରେ ଝିଅଟିକୁ ଏକା ଛାଡି ଚାଲିଆସିଥିଲା। ରାତିରେ ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବା ବେଳେ ଶ୍ମଶାନ ନିକଟରୁ ଝିଅକୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଉଦ୍ଧାର  କରିଥିଲେ । ନାବାଳିକା ଅର୍ଦ୍ଧଚେତନ ଅବସ୍ଥାରେ ଥିବା ଯୋଗୁ ଘଟଣା ଦିନ ରାତିରେ କିଛି କହି ପାରିନଥିଲା। ତେବେ ଗତକାଲି ରାତିରେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଝିଅଟିର ଭାଇ ଆଜି ଜି ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଛି। ଅଭିଯୋଗ ଆଧାରରେ ପୋଲିସ ଥାନା କେସ୍ ନମ୍ବର ୫୨/୧୯ରେ ଏକ ମୋକଦ୍ଦମା ରୁଜୁ କରିବା ସହ ଜିତେନ୍ଦ୍ରକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି।  

   Related Posts