Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ହିରୋ ସାଇକେଲ୍ ଓ ୟାମାହା ମିଶିକରି ଲଞ୍ଚ କଲେ ଇଲେକ୍ଟ୍ରିକ ସାଇକେଲ୍‌ – ଦର ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

18/09/2019 at 5:49 PM

ନୂଆଦିଲ୍ଲୀ – ଭାରତର ଲୋକପ୍ରିୟ ସାଇକେଲ୍‌ ନିର୍ମାତା ହିରେ ସାଇକେଲ୍‌ ଓ ଜାପାନର ୟାମାହା ମୋଟରସ୍‌ ମିଶିକରି ଏକ ଇଲେକ୍ଟିର୍କ ସାଇକେଲ୍‌ ନିର୍ମାଣ କରିଛନ୍ତି । ଏହା ଉଭୟ ବ୍ୟାଟେରୀ ଓ ପେଡାଲ ମାରିଲେ ଚାଲିବ । ଲଞ୍ଚ ହୋଇଥିବା ସାଇକେଲ୍‌ର ନାମ ଲେକ୍ଟ୍ରୋ ଇଏଚ୍‌ଏକ୍ସ୍‌୨୦ । ଏହାର ଦାମ ଏକ ଲକ୍ଷ ୩୦ ହଜାର ଟଙ୍କା ।
ଗତ ବର୍ଷ ହିରୋସାଇକେଲ୍‌ ଲିମିଟେଡ୍‌ , ୟାମାହା ମୋଟରସ୍‌ ଏବଂ ମିଶୁଇ ଏଣ୍ଡ କମ୍ପାନୀ ଲିମିଟେଡ୍‌ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଏହି ସାଇକେଲ୍‌କୁ ନିର୍ମାଣ କରାଯାଇଛି

ଏହି ସାଇକେଲ୍‌ରେ ଲାଦଗିଥିବା ଇଲେକ୍ଟ୍ରିକ ମୋଟର ଜାପାନରେ ତିଆରି ହୋଇଛି । ସାଇକେଲ୍‌କୁ ବାରତରେ ହିରୋ ସାଇକେଲ୍‌ ତିଆରି କରିଛି । ଏହି ସାଇକେଲ୍‌କୁ ହିରୋ ସାଇକେଲ୍‌ ଅନ୍ୟଦେଶକୁ ବି ରପ୍ତାନୀ କରିବ ।
ଲେକ୍ଟ୍ରୋ ଇଏଚ୍‌ଏକ୍ସ ୨୦ ପାହାଡ ମଧ୍ୟ ଚଢି ପାରିବ । ଆଡଭେନଚର୍‌ ପ୍ରେମୀ ଓ ମାଉଣ୍ଟେନ୍‌ ବାଇକରସ୍‌ ବି ଏହାକୁ ଚଳାଇ ପାରିବେ ।ରାସ୍ତାରେ ଥିବା ଅନେକ ବାଧା ବିଘ୍ନକୁ ଏଡାଇ ଯିବାପରି ଏହି ସାଇକେଲ୍‌କୁ ନିର୍ମାଣ କରାଯାଇଛି ।

ଏଥିରେ ଏକ ଶକ୍ତିଶାଳୀ ମୋଟର ଖଞ୍ଜା ଯାଇଛି ।ଯାହା ଆକାର ବେଶ୍ ଛୋଟ ।
ଏଥିରେ ୧୦.୯ ଏଏଚ୍‌ର ବ୍ୟାଟେରୀ ରହିଛି । ଥରେ ଚାର୍ଜ କଲେ ଏଙା ୮୦ କିଲୋମିଟ ଯାତ୍ରା କରିବ । ବ୍ୟାଟେରୀକୁ ସହଜରେ ସ୍ୱାପ କରାଯାଇ ପାରିବ । ବ୍ୟାଟେରୀର ଓଜନ ମାତ୍ର ୨ କିଲୋଗ୍ରାମ । ୩ରୁ ୫ ଘଣ୍ଟାରେ ଏହା ଫୁଲ୍‌ ଚାର୍ଜ ହୋଇଯିବ ।

ଲେକ୍ଟ୍ରୋ ଇଏଚ୍‌ଏକ୍ସ ୨୦ ରେ ଡିଜିଟାଲ୍‌ ଡିସପ୍ଲେ ଅଛି । ଏଥିରେ ରେଞ୍ଜ, ବ୍ୟାଟେରୀ ପ୍ରତିଶକ, ବିଭିନ୍ନ ମୋଡ୍‌ ବିଷରେ ସୂଚନା ଦେବ ।


ଆଗ ଓ ପଛ ଚକରେ ହାଇଦ୍ରୋଲିକ୍‌ ଡିସ୍କ ବ୍ରେକ୍‌ ଲାଗିଛି । ହିରୋ ଭବିଷ୍ୟତରେ ଲେକ୍ଟ୍ରୋ ବ୍ରାଣ୍ଡ ନାମରେ ଇଲେକ୍ଟ୍ରିକ ସାଇକେଲ୍‌ ତିଆରି କରିବ । ଏଗୁଡିକର ଦାମ କମ୍‌ ହେବ । ଅଧିକ ଲୋକ ଯେପରି ଏହାକୁ କିଣି ପାରିବେ ସେଥିପ୍ରତି ଧ୍ୟାନ ଦିଆଯିବ ।

   Related Posts