ସୋସାଲ ମିଡିଆ ଶୁଳ୍କକୁ ବିରୋଧ, ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସଡକକୁ ଓହ୍ଲାଇଲେ ଲୋକେ

Published By : Prameya-News7 Bureau | October 21, 2019 IST

ବେରୁଟ: ସ୍ମାର୍ଟ ମୋବାଇଲ ଫୋନରେ ଦିନ ତମାମ ସୋସାଲ ମିଡିଆରେ ଲାଗି ରହୁଥିବା ଲୋକଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ଖବର। ଲେବାନନରେ ହ୍ୱାଟସ୍ ଆପ ଓ ଫେସବୁକ୍ ଭଳି ସୋସାଲ ମିଡିଆ ଲାଗି ଟ୍ୟାକ୍ସ ଲାଗିବା ଯୋଗୁ ଲୋକେ ବିରୋଧ ପ୍ରଦର୍ଶନ ଲାଗି ରାସ୍ତାକୁ ଓହ୍ଲାଇ ଆସିଛନ୍ତି। ହିଂସାତ୍ମ ପ୍ରଦର୍ଶନ ଯୋଗୁ ଏବେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡିଛି। ଲୋକଙ୍କ ଏଭଳି ବିରୋଧକୁ ଦେଖି ସରକାର ଆଇନ ପ୍ରତ୍ୟାହାର କରିନେଇଛନ୍ତି। ହେଲେ ଲୋକଙ୍କ ରୋଷ ଏବେବି ଶାନ୍ତ ହୋଇ ନାହିଁ। ଏଣୁ ଲେବାନନରେ ଉପୁଜିଥିବା ପରିସ୍ଥିତିକୁ ଦେଖି ସେଠାରେ ବସବାସ କରୁଥିବା ସାଉଦି ଆରବ ନାଗରିକଙ୍କ ଲାଗି ୟୁଏଇ ସରକାର ସତର୍କତା ଜାରି କରିଛନ୍ତି।

{"id":172922}

ଲେବାନନ ସରକାର ଗତ ଅକ୍ଟୋବର ୧୭ ତାରିଖ ଦିନ ହ୍ୱାଟସ୍ ଆପ୍ ଓ ଫେସବୁକ୍ ଭଳି ସୋସାଲ ସାଇଟ୍ ର ଆପ ଉପରେ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଥିଲେ। ଏଥିରେ ସୋସାଲ ମିଡିଆ ଆପ୍ ଦ୍ୱାରା କରାଯାଉଥିବା ଭଏସ କଲ ନିମନ୍ତେ ଶୁଳ୍କ ଲାଗୁ କରାଯାଇଥିଲା। ସରକାର ଆପ୍ ବେସଡ୍ କଲିଂ ଉପରେ ପ୍ରତିଦିନ ୦.୨୦ଡଲାର (ଭାରତୀୟ ମୁଦ୍ରାରେ ୧୪ଟଙ୍କା ୧୬ ପଇସା) ଶୁଳ୍କ ଲାଗୁ କରିଥିଲେ। ତେବେ ସରକାରଙ୍କର ନିଷ୍ପତ୍ତି ଘୋଷଣାର ମାତ୍ର କିଛି ମିନିଟ୍ ପରେ ଲୋକେ ରାସ୍ତାକୁ ଓହ୍ଲାଇ ଆସିଥିଲେ।

{"id":172923}

କେତେକ ସ୍ଥାନରେ ବିକ୍ଷୋଭକାରୀ ଜଳାପୋଡା କରିବାରୁ ସୁରକ୍ଷା କର୍ମୀ କାର୍ଯ୍ୟାନୁଷ୍ଠାନ କରିଥିଲେ। ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀ ଓ ଲୋକଙ୍କ ମଧ୍ୟରେ ସଂଘର୍ଷ ସୂଚନା ମିଳିବାରୁ ସରକାର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଥିଲେ। ହେଲେ ଏଥିରେ ଲୋକେ ସନ୍ତୁଷ୍ଟ ହୋଇନାହାନ୍ତି। ଲେବାନନ ଏବେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଣୁ ରାଜସ୍ୱ ଆୟ ଲାଗି ସରକାର ଆପ ବେସଡ କଲ ଉପରେ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଲୋକେ ଏହାକୁ ସମର୍ଥନ କରିନାହାନ୍ତି। ପ୍ରଦର୍ଶନକାରୀ ଓଲଟା ପ୍ରଧାନମନ୍ତ୍ରୀ ସାଦ ଅଲ-ହିରୋଙ୍କ ଇସ୍ତଫା ଦାବିରେ ଅଡିଯାଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.