ଦେବାଳିଆ ହେଉଛି ଲେବାନନ୍, ଆର୍ଥିକ ସଂକଟରେ ଇସ୍ତଫା ଦେଲେ ବୈଦେଶିକ ମନ୍ତ୍ରୀ

Published By : Prameya-News7 Bureau | August 03, 2020 IST

ବେରୁଟ୍ ୩।୮:  ଲେବାନନ ଅର୍ଥନୀତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଫଳରେ ସଂସ୍ଥା ପରେ ସଂସ୍ଥା ବନ୍ଦ ହେଉଥିବା ବେଳେ ଦୈନିକ ହଜାର ହଜାର ଲୋକେ ଜୀବିକା ହରାଉଛନ୍ତି। ଉଚ୍ଚ ମୁଦ୍ରାସ୍ପିତି ହାର ଯୋଗୁ ଖାଦ୍ୟାନ୍ନ ମହଙ୍ଗା ହେଉଥିବାରୁ ଲୋକେ ଅର୍ଦ୍ଧାହାର ଅଥବା ଅନାହାରରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି। ସବୁ କ୍ଷେତ୍ରରେ ସରକାରଙ୍କ ବିଫଳତା ଜଳଜଳ ହୋଇ ଦେଖାଯାଉଛି। ହେଲେ ପରିସ୍ଥିତି ନିୟନ୍ତ୍ରଣରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଣୁ ଦେଶର ବୈଦେଶିକ ମନ୍ତ୍ରୀ ନସିଫ ହିତ୍ତି ସୋମବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି।

{"id":309354,"width":581,"height":383,"sizeSlug":"large"}

ଇସ୍ତଫା ଲାଗି ହିତ୍ତି କୌଣସି କାରଣ ଦର୍ଶାଇ ନାହାନ୍ତି। ତାଙ୍କ ଇସ୍ତଫା ପତ୍ରକୁ ସିଧା ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠେଇ ଦେବା ସହ  ସରକାରୀ ବାସଭବନ ମଧ୍ୟ ଖାଲି କରିଦେଇଛନ୍ତି। ସରକାର ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁନାହାନ୍ତି। ଏହା ଛଡା ଆର୍ଥିକ ସଂସ୍କାର ଲାଗି ସର୍ତ୍ତ ମଧ୍ୟ ପାଳନ କରୁନାହାନ୍ତି। ଏଥିରେ ଅସନ୍ତୁଷ୍ଟ ହିତ୍ତି ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି।

{"id":309356,"sizeSlug":"large"}

ଦେଶରେ ଉପୁଜିଥିବା ପରିସ୍ଥିତିକୁ କୋଭିଡ-୧୯ ଆହୁରି ଉତ୍କଟ କରିଦେଇଛି। ସରକାରଙ୍କ ତହବିଲରେ ଅର୍ଥ ନଥିବାରୁ ହସ୍ପିଟାଲ ମଧ୍ୟ ବନ୍ଦ ହେବା ଅବସ୍ଥାରେ ପହଞ୍ଚିଯାଇଛି। ଦେଶର ଆର୍ଥିକ ଦୂରାବସ୍ଥା ଏପରି ସ୍ଥିତିରେ ପହଞ୍ଚିଛି ଯେ ବଜାରରକୁ ନୂଆ ସାମଗ୍ରୀ ଆସି ପାରୁନଥିବା ବେଳେ ବ୍ୟବସାୟୀ ପୁରୁଣା ଏକ୍ସପାୟରି ଖାଦ୍ୟ ସାମଗ୍ରୀ ବିକିବାକୁ ବାଧ୍ୟ ହେଉଛନ୍ତି।

{"id":309357,"sizeSlug":"large"}

ଦିନକୁ ଦିନ ପରିସ୍ଥିତି ଉଗ୍ର ହେବାକୁ ଲାଗିଛି।  ହେଲେ ଏ ଦିଗରେ ସରକାର କୌଣସି ପଦକ୍ଷେପ ନେବା ବଦଳେ ହାତଉପରେ ହାତ ରଖି ବସିଛନ୍ତି। ସେନାରେ ମଧ୍ୟ ଖାଦ୍ୟ ସଂକଟ ଦେଖା ଦେଇଛି। ସୈନିକଙ୍କୁ ଦୁଇ ଓଳି ପେଟପୁରା ଖାଦ୍ୟ ଦେବାକୁ ବି ସରକାରଙ୍କ ରାଜସ୍ୱ ନିଅଣ୍ଟ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.