ବେରୁଟ୍ ବିସ୍ଫୋରଣ : ସହାୟତା ପାଇଁ ଆଗେଇ ଆସିଲା ଦୁନିଆ, ଯୋଗାଡ ହେଲା ୨୫୩ ମିଲିୟନ ୟୁରୋ

Published By : Prameya-News7 Bureau | August 10, 2020 IST

ବେରୁଟ୍ ୧୦/୦୮ : ଲେବାନନରେ ହୋଇଥିବା ପ୍ରଳୟଙ୍କରୀ ବିସ୍ଫୋରଣ ଯୋଗୁ ଅନେକ ଜନଜୀବନ କ୍ଷୟକ୍ଷତି ହୋଇଛି | ରିଲିଫ ଯୋଗାଇବା ପାଇଁ ଜରୁରୀକାଳୀନ ଡୋନର ସମ୍ମିଳନୀ (Emergency Donor Conference) ୨୫୩ ମିଲିୟନ ୟୁରୋ ରାଶି ଯୋଗାଡ କରିଛି | ଫ୍ରେଞ୍ଚ ପ୍ରେସିଡେନ୍ସି ଏକ ବୟାନରେ ଏହାର ସୂଚନା ଦେଇଛନ୍ତି | ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋନ ଗୁରୁବାର ଦିନ ବେରୁଟ ଗସ୍ତରେ ଯାଇଥିଲେ ଏବଂ ଭିଡିଓ ଲିଙ୍କ ଦ୍ୱାରା ଏହି ସମ୍ମିଳନୀ ହୋଷ୍ଟ କରିଥିଲେ। ନିଜର ଟିପ୍ପଣୀରେ ସେ ଦେଶଗୁଡିକୁ ମତଭେଦ ଭୁଲି ଲେବାନନବାସୀଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ | ସେ ଆହୁରି ମଧ୍ୟ କହିଛନ୍ତି ଯେ ମିଳିତ ଜାତିସଂଘକୁ ଲେବାନନରେ ଥିବା ସମସ୍ତ ଆନ୍ତର୍ଜାତୀୟ ସହାୟତା ସହ ସମନ୍ୱୟ ରକ୍ଷା କରିବାକୁ ପଡ଼ିବ | ସହାୟତା ଅଫରରେ ବିସ୍ଫୋରଣ ନିରପେକ୍ଷ, ନିର୍ଭରଯୋଗ୍ୟ ଏବଂ ନିରପେକ୍ଷ ତଦନ୍ତ ଦାବି ମଧ୍ୟ ସାମିଲ ଥିଲା |

{"id":312621,"sizeSlug":"large"}

ହ୍ୱାଇଟ ହାଉସ ଏକ ବୟାନରେ କହିଛି ଯେ ରାଷ୍ଟ୍ରପତି ଟ୍ରମ୍ପ ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ ଯେ ଲେବାନନକୁ ସାହାଯ୍ୟ କରିବାକୁ ଆମେରିକା ପ୍ରସ୍ତୁତ ଅଛି | ରାଷ୍ଟ୍ରପତି ଲେବାନନରେ ଶାନ୍ତି ପାଇଁ ଆହ୍ୱାନ କରିଥିଲେ ଏବଂ ଲେବାନନରେ ଜନତା ଦ୍ୱାରା କରାଯାଉଥିବା ପ୍ରଦର୍ଶନକୁ ଶାନ୍ତିପୂର୍ଣ ରଖିବାକୁ ମଧ୍ୟ ଅପିଲ କରିଥିଲେ | ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଚିକିତ୍ସା, ଖାଦ୍ୟ, ପାଣି ଭର୍ତ୍ତି ବିମାନ ଲେବାନନ ପଠାଇବ ଏବଂ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେବ|

{"id":312627,"sizeSlug":"large"}

ଫ୍ରାନ୍ସ ରାଷ୍ଟ୍ରପତି ମେକ୍ରୋନ କହିଛନ୍ତି ଯେ କୌଣସି ରାଜନୈତିକ କିମ୍ବା ସଂସ୍ଥାଗତ ସୁଧାର ନାଁରେ କୌଣସି ପ୍ରକାର ସର୍ତ୍ତ ନ ରଖି ସାହାଯ୍ୟ କରାଯିବ | ଏହା ସହ ଲମ୍ବା ସମୟ ଯାଏଁ ସାହାଯ୍ୟ କରିବାକୁ ମଧ୍ୟ ପ୍ରତିଶୃତି ଦିଆଯାଇଛି |

{"id":312630,"sizeSlug":"large"}

ଗତ ମଙ୍ଗଳବାର ଦିନ ଲେବାନନ ରାଜଧାନୀ ବେରୁଟରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ୧୫୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି | ବିସ୍ଫୋରଣରେ ସହରର ଏକ ବଡ ଅଂଶ ନଷ୍ଟ ହୋଇଯାଇଛି |

{"id":312623,"sizeSlug":"large"}

ବିସ୍ଫୋରଣ ପୂର୍ବରୁ ମଧ୍ୟ ଲେବାନନ ରାଜନୈତିକ ଓ ଆର୍ଥିକ ସଙ୍କଟରେ ଫସି ରହିଥିଲା | ବିଦେଶୀ ଶକ୍ତି ଦାନ କରିଥିବା ରାଶି ସମ୍ବନ୍ଧରେ ପାରଦର୍ଶିତା ରଖିବା ଦାବି କରାଯିବା ସହିତ ସହାୟତା ରାଶି କିଭଳି ଉପଯୋଗ କରାଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି | ଲେବନା ଜନତା ନିଜ ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ଘୋଷିତ କରିଛନ୍ତି |  ସେଥିପାଇଁ ବିଦେଶୀ ଶକ୍ତି ସରକାରଙ୍କୁ ସହାୟତା ରାଶି ଦେବାକୁ କୁଣ୍ଠାବୋଧ କରୁଛନ୍ତି |

{"id":312626,"width":576,"height":375,"sizeSlug":"large"}

ଅନ୍ତରାଷ୍ଟ୍ରୀୟ ଦାତା ଲେବାନନକୁ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି କିନ୍ତୁ ସେମାନଙ୍କ ଅନୁସାରେ ଏହି ସହାୟତା ଲେବାନନ ଜନତାଙ୍କ ଆବଶ୍ୟକ ଅନୁସାରେ ପର୍ଯ୍ୟାପ୍ତ, ସମୟ ଅନୁସାରେ ଓ ଲଗାତାର ମିଳିବା ଉଚିତ | ଏହି ସହାୟତା ଜନତାଙ୍କ ପାଖକୁ ଦକ୍ଷତା ଓ ପାରଦର୍ଶିତା ସହ ପହଞ୍ଚିବା ଦରକାର ବୋଲି କୁହାଯାଇଛି |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.