Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ସ୍ପେସ୍ ଛାଡନ୍ତୁ, ଏବେ ଆମକୁ ପୃଥିବୀରେ ବହୁତ କିଛି କରିବାର ଅଛି, ମସ୍କ- ବେଜୋସଙ୍କୁ ବିଲ୍ ଗେଟ୍ସଙ୍କ ତାତ୍ସଲ୍ୟ

25/09/2021 at 7:01 PM

ନୂଆଦିଲ୍ଲୀ ୨୫।୦୯: ମାଇକ୍ରୋସୋଫ୍ଟର ସହ ସଂସ୍ଥାପକ ବିଲ୍ ଗେଟ୍ସ  ଦୁନିଆର ଦୁଇ ସବୁଠୁ ଧନଶାଳୀ ବ୍ୟକ୍ତି ଏଲନ ମସ୍କ ଓ ଜେଫ  ବୋଜେସଙ୍କୁ ଆକ୍ଷେପ କରିଛନ୍ତି। ଏକ ସ୍ଵତନ୍ତ୍ର ସାକ୍ଷାତକାରରେ ବିଲ୍ ଗେଟ୍ସଙ୍କୁ ଅନ୍ତରୀକ୍ଷ ଯାତ୍ରା ସଂପର୍କିତ ପ୍ରଶ୍ନ ହୋଇଥିଲା। ଏହାର ଜବାବରେ ସେ କହିଛନ୍ତି, ସ୍ପେସ୍ ଛାଡନ୍ତୁ, ଏବେ ପୃଥିବୀ ଉପରେ ବହୁତ କିଛି କରିବାର ଅଛି। ବିଲ୍ ଗେଟ୍ସ ଏମିତି ଟିପ୍ପଣୀ ଏମିତି ସମୟରେ ଦେଇଛନ୍ତି, ଯେତେବେଳେ ଏଲନ ମସ୍କ ଓ ଜେଫ  ବୋଜେସ ମହାକାଶ ଦୁନିଆରେ ନିଜର ସକ୍ରିୟତା ବଢାଉଛନ୍ତି।

ଏକ ସାକ୍ଷାତକାରରେ ଜେମ୍ସ କର୍ଡନ ବିଲ୍ ଗେଟ୍ସଙ୍କୁ ପ୍ରଶ୍ନ କରିଥିଲେ ଯେ, ଅନ୍ୟ ଅରବପତିଙ୍କ ପରି କଣ ଆପଣଙ୍କୁ ମହାକାଶ ଯାତ୍ରା କରିବାକୁ ଇଚ୍ଛା ନାହିଁ କି ? ଏହାର ଉତ୍ତରରେ ବିଲ୍ ଗେଟ୍ସ କହିଛନ୍ତି, ଅନ୍ତରୀକ୍ଷ କଥା ଛାଡନ୍ତୁ, ଏବେ ଆମକୁ ପୃଥିବୀରେ ବହୁତ କିଛି କରିବାର ବାକି ରହିଛି। ସେ ଏହା ମଧ୍ୟ କହିଛନ୍ତି, ମୁଁ ମାଲେରିଆ ଓ ଏଚଆଇଭି ପରି ରୋଗର ମୁକାବିଲାରେ ଲାଗିଛି। ମୁଁ ଏଥିରୁ ଲୋକଙ୍କୁ ମୁକ୍ତ କରିବାକୁ ଚାହୁଁଛି ବୋଲି ବିଲ୍ ଗେଟ୍ସ କହିଛନ୍ତି।

ସୂଚନାଯୋଗ୍ୟ, ଇ-କମର୍ସ କମ୍ପାନୀ ଆମାଜେନର ସିଇଓ ଜେଫ ବୋଜେସ ନିକଟରେ ଅନ୍ତରୀକ୍ଷ ଯାତ୍ରା କରିଥିଲେ। ଜେଫ  ବେଜୋସ ନିଜର କମ୍ପାନୀ ବ୍ଲୁ ଅରିଜିନ କ୍ୟାପସୁଲ୍‌ରେ ମହାକାଶ ଯାତ୍ରା କରିଥିଲେ। ଏହା ବ୍ୟତୀତ ଟେଲସାର ସଂସ୍ଥାପକ ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍-ଏକ୍ସ ଅନ୍ତରୀକ୍ଷ ଦୁନିଆରେ ସକ୍ରିୟ ରହିଛି। ଏହି କମ୍ପାନୀର ଅନେକ କ୍ୟାପସୁଲ୍‌ ଯାତ୍ରୀଙ୍କୁ  ପରିଭ୍ରମଣ କରାଇ ସାରିଛି।

ଯଦି ସଂପତ୍ତି କଥା କୁହାଯାଏ, ତେବେ ଏଲନ ମସ୍କ ୨୦୯ ବିଲିୟନ ଡଲାର ସହିତ ଦୁନିଆର ସବୁଠୁ ଧନୀ ବ୍ୟକ୍ତି। ଜେଫ ବୋଜେସ ୧୯୮ ବିଲିୟନ ଡଲାର ସହିତ ଧନୀ ବ୍ୟକ୍ତି ତାଲିକାରେ ଦ୍ଵିତୀୟରେ ଅଛନ୍ତି। ୧୨୯ ବିଲିୟନ ଡଲାର ସହ ଜେଫ ବୋଜେସ ପଞ୍ଚମ ସ୍ଥାନରେ ରହିଛନ୍ତି।

   Related Posts