୮ ମାସ ପରେ ପୁଣି ଆରମ୍ଭ ହେବ ଲର୍ଣ୍ଣର୍‌ ଲାଇସେନ୍ସ ସ୍ଲଟ୍‌ ବୁକିଂ: ଜାଣନ୍ତୁ କେଉଁ ତାରିଖରୁ ବୁକିଂ ଆରମ୍ଭ

Published By : Prameya-News7 Bureau | November 06, 2020 IST

କଟକ୬/୧୧: ଦୀର୍ଘଦିନ ଧରି ଡ୍ରାଇଭିଂ ଲର୍ଣ୍ଣର ଲାଇସେନ୍ସ (ଏଲ୍‌ଏଲ୍‌) ପାଇବା ପାଇଁ ସ୍ଲଟ୍‌ ବୁକିଂ ବନ୍ଦ ରହିବା ପରେ ପୁଣି ଥରେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୧୨ ତାରିଖରୁ ଲର୍ଣ୍ଣର ଲାଇସେନ୍ସ ପାଇବା ପାଇବା ପାଇଁ ଯେ କେହି ଆଗ୍ରହୀ ବ୍ୟକ୍ତି ସ୍ଲଟ୍‌ ବୁକିଂ କରିପାରିବେ ବୋଲି ରାଜ୍ୟ ପରିବହନ କମିସନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।

ସେହିଦିନ ୧୧ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ । କରୋନା ସଂକ୍ରମଣ ଭୟରେ ଗତ ମାର୍ଚ୍ଚ ୧୮ ତାରିଖ ଠାରୁ ଲର୍ଣ୍ଣର ଲାଇସେନ୍ସ ପାଇଁ ସ୍ଲଟ୍‌ ବୁକିଂକୁ ବାତିଲ୍‌ କରାଯାଇଥିଲା । ତେବେ ଲର୍ଣ୍ଣର ଲାଇସେନ୍ସ ପାଇଁ ଯେଉଁମାନେ ଧାର୍ଯ୍ୟ ଅର୍ଥ ଜମା କରିଥିଲେ ତାହା ବୈଧ ରହିଛି । ସକାଳ ୭ଟାରୁ ୧୦ଟା ଭିତରେ ଯେ କେହି ନିଜ ପସନ୍ଦର ସ୍ଲଟ୍‌ ବୁକିଂ କରିପାରିବେ । କେବଳ ଯେଉଁମାନେ ଆଗରୁ ଲର୍ଣ୍ଣିଂ ଲାଇସେନ୍ସ ପାଇବା ପାଇଁ ସ୍ଳଟ୍‌ ବୁକିଂ କରିଥିଲେ ସେମାନଙ୍କ ପାଇଁ ଏହି ସୁବିଧା ମିଳିବ । ନୂଆ ଏଲ୍‌ଏଲ୍‌ ପାଇବା ପାଇଁ ପରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ଆସନ୍ତା ୧୬ ତାରିଖରୁ ଏଲ୍‌ଏଲ୍‌ ପାଇଁ ପରୀକ୍ଷା ଆରମ୍ଭ ହେବ। ସ୍ଲଟ୍‌ ବୁକିଂ ପାଇଁ ୧୫ ମିନିଟ୍‌ ସମୟ ରହିବ। ଜଣେ ପ୍ରାର୍ଥୀଙ୍କୁ ୨୦ଟି ପ୍ରଶ୍ନରୁ ଅତିକମ୍‌ରେ ୧୨ଟିର ସଠିକ୍‌ ଉତ୍ତର ଦେବାକୁ ପଡିବ। ଟେଷ୍ଟିଂ କେନ୍ଦ୍ରରେ ପ୍ରାର୍ଥୀମାନଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ଯଦି ଆବେଦନକକାରୀ କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରୁ ହୋଇଥିବେ ତାହେଲେ ତାଙ୍କୁ ଟେଷ୍ଟ ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ । ଯଦି ଏହିଭଳି ଅଞ୍ଚଳର କୌଣସି ବ୍ୟକ୍ତି ଟେଷ୍ଟ ପାଇଁ ଟେଷ୍ଟିଂ କେନ୍ଦ୍ରକୁ ପ୍ରବେଶ କରୁଥିବାର ଜଣାପଡେ ତାହେଲେ ଏ ସଂକ୍ରାନ୍ତରେ ସ୍ଥାନୀୟ ଥାନାକୁ ଅବଗତ କରାଯିବ ।

ଆବେଦନକାରୀମାନେ ତାଙ୍କ ସହ ଆଉ କାହାରିକୁ ନଆଣିବା ଲାଗି କୁହାଯାଇଛି। ଯଦି କୌଣସି ବେଦନକାରୀଙ୍କଠାରେ କୋଭିଡ୍‌ର କିଛି ବି ଲକ୍ଷଣ ଥିବ ସେମାନଙ୍କୁ ମଧ୍ୟ ଅନୁମତି ପ୍ରଦାନ କରାଯିବ ନାହିଁ । ଯଦି ପରବର୍ତ୍ତୀ ସମୟରେ କରୋନା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଏ ତାହେଲେ ଟେଷ୍ଟକୁ ବାତିଲ୍‌ କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.