Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଏହି ୨ ରାଶିର ଲୋକେ ଭୁଲରେ ବି ଧାରଣ କରନ୍ତୁ ନାହିଁ କଳାସୂତା, ଜାଣନ୍ତୁ କାରଣ

3/06/2019 at 6:11 PM

ଆଜି କାଲି ହାତ ବା ଗୋଡରେ କଳା ସୂତା, ବ୍ୟାଣ୍ଡ ବାନ୍ଧିବା ଏକ ଫ୍ୟାସନରେ ପରିଣତ ହେଲାଣି। ତେବ ଲୋକେ କଳାସୂତା ପିନ୍ଧିବାର କାରଣ ନଜାଣି ଏଭଳି ଫ୍ୟାସନେବଲ ଜିନିଷ କିଣି ପିନ୍ଧୁଛନ୍ତି । ଯାହାର ନକରାତ୍ମକ ପ୍ରଭାବ ସମ୍ପର୍କରେ ସେମାନେ ଜାଣନ୍ତି ନାହିଁ । ତେବେ ସମସ୍ତଙ୍କ ପାଇଁ କଳା ସୂତା ଯେ ସକରାତ୍ମକ ହେବ ତାହା ନୁହେଁ ହୁଏତ ସଉକ ପାଇଁ ଏଭଳି ସାମଗ୍ରୀ ଆପଣଙ୍କ ଜୀବନକୁ ନର୍କ କରିଦେଇ ପାରେ। ତେବେ ଦୁଇଟି ରାଶିର ଲୋକେ ତ ମୋଟେ କଳା ସୂତା ପିନ୍ଧିବା ଉଚିତ ହିଁ ନୁହେଁ ବୋଲି କୁହନ୍ତି ବିଶେଷଜ୍ଞ।

କୁହାଯାଏ କଳା ସୂତା ଲୋକଙ୍କ ଖରାପ ନଜରରୁ ରକ୍ଷା କରିଥାଏ। କେବଳ ଲୋକଙ୍କ ନଜର ନୁହେଁ ବାହ୍ୟ ଅଦୃଷ୍ଟ ଶକ୍ତିଙ୍କ କବଳରୁ ରକ୍ଷା କରେ। ଏଥିପାଇଁ ପୁଅ ହୁଅନ୍ତୁ କି ଝିଅ କିଏ ହାତରେ ତ କିଏ ଗୋଡରେ ଷ୍ଟାଇଲିସ ଫ୍ୟାସନେବଲ କଳା ସୂତା ପ୍ରସ୍ତୁତ ସାମଗ୍ରୀ ବ୍ୟବହାର କରୁଛନ୍ତି। କଳା ସୂତା ରହସ୍ୟ ସମ୍ପର୍କରେ ଅନେକ ଲୋକେ ଜାଣନ୍ତି ମଧ୍ୟ ନାହିଁ । ଅନ୍ୟମାନେ ପିନ୍ଧୁଛନ୍ତି ଏଣୁ ସଉକରେ ସେମାନେ ବି ପିନ୍ଧିବାରେ ଲାଗିଛନ୍ତି। ତେବେ ମେଷ ଓ ବିଛା ରାଶିର ଲୋକେ କଳା ସୂତା ବା ସେଥିରେ ପ୍ରସ୍ତୁତ ସାମଗ୍ରୀ ଆଦୌ ପିନ୍ଧିବା ଉଚିତ ନୁହେଁ ।

କୁହାଯାଏ ମେଷ ରାଶିର ସ୍ବାମୀ ମଙ୍ଗଳ ଗ୍ରହ ଅଟନ୍ତି ଓ ଏହି ଶକ୍ତିଶାଳୀ ଗ୍ରହ ଅନ୍ଧାରକୁ ବିଲକୁଲ ପସନ୍ଦ କରନ୍ତି ନାହିଁ । ଯଦି ଏହି ରାଶିର ଲୋକେ କଳାସୂତା ପିନ୍ଧନ୍ତି ତେବେ ସେମାନେ ଶୁଭ ବଦଳେ ଅଶୁଭଫଳ ପାଆନ୍ତି। କଳାସୂତା ଯୋଗୁ ମଙ୍ଗଳଙ୍କ ସକରାତ୍ମକ ପ୍ରଭାବ ହ୍ରାସ ପାଇଥାଏ। ଏଣୁ ଜାତକଙ୍କ ଜୀବନରେ ସମସ୍ୟା ଘୋଟି ଆସିଥାଏ। ଏଣୁ ଏହି ରାଶିର ଲୋକେ କଳା ସୂତା ଧାରଣ କରନ୍ତୁ ନାହିଁ । ସେହିପରି ବିଛା ରାଶିର ଗ୍ରହ ମଧ୍ୟ ମଙ୍ଗଳ। ଏଣୁ କଳା ସୂତା ପିନ୍ଧିଲେ ଶୁଭ ଫଳ ହ୍ରାସ ହୋଇଥାଏ। କଳା ସୂତା ପିନ୍ଧିବା ଯୋଗୁ ମଙ୍ଗଳଙ୍କ ଅଶୁଭତ୍ବ ଯୋଗୁ ଜୀବନରେ ଦାରିଦ୍ର୍ୟତା ଆସିଥାଏ। ବିକାଶର ସମସ୍ତ ରାସ୍ତା ଅବରୋଧ ହୋଇଯାଏ। ଯଦି କଳା ବଦଳେ ନାଲି ରଙ୍ଗର ସୂତାରେ ପ୍ରସ୍ତୁତ ସାମଗ୍ରୀ ଜାତକ ବ୍ୟବହାର କରନ୍ତି ତେବେ ମଙ୍ଗଳଗ୍ରହର କରାତ୍ମ ପ୍ରଭାବନ ଜୀବନକୁ ହସଖୁସ ରଖିଥାଏ ।  

   Related Posts