ହାତ ପାପୁଲିରେ ସୃଷ୍ଟି ହେଉଥିବା ଅଧା ଚାନ୍ଦର ପୂରା କାହାଣୀ କଣ ଜାଣନ୍ତୁ, ଦେଇଥାଏ ଏହି ସବୁ ସଂକେତ…

Published By : Prameya-News7 Bureau | July 27, 2019 IST

କୁହାଯାଏ କର, କୋଷ୍ଠି ଓ କପାଳ ଅଧ୍ୟୟନରୁ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବରୁ ଆରମ୍ଭ କରି ଅତୀତ ଓ ଭବିଷ୍ୟତ ସମ୍ପର୍କରେ ଜାଣିହୁଏ ।  ହାତ ପାପୁଲିରେ ଥିବା ରେଖାମାନେ ଭୂତ ଓ ଭବିଷ୍ୟତ ସମ୍ପର୍କରେ ଭିନ୍ନ ଭିନ୍ନ ସୂଚନା ପ୍ରଦାନ କରିଥାନ୍ତି । ହସ୍ତରେଖା ଅଧ୍ୟୟନ ବେଳେ ହାତର ଦୁଇ ପାପୁଲି ଯୋଡି ପଣ୍ଡିତମାନେ ବିଭିନ୍ନ ସଂକେତ ଖୋଜିଥାନ୍ତି । ତା ମଧ୍ୟରୁ ଗୋଟିଏ ହେଉଛି ଯୋଡାଯାଇଥିବା ହାତ ପାପୁଲିରୁ ଚନ୍ଦ୍ରଙ୍କ ଆକୃତି ଦେଖିବା । ହାତ ପାପୁଲିକୁ ଯୋଡିଲେ କାହା ହାତରେ ପୂର୍ଣ୍ଣଚନ୍ଦ୍ର ତ କାହା ହାତରେ ଅର୍ଦ୍ଧଚନ୍ଦ୍ରର ଆକାର ସୃଷ୍ଟି ହୋଇଥାଏ । ଆଜିଆମେ ହସ୍ତରେଖା ଶାସ୍ତ୍ରରେ ଅର୍ଦ୍ଧଚନ୍ଦ୍ରର ଅର୍ଥ ଓ ସଂକେତ ବିଷୟରେ ଜାଣିବା ।   

{"id":137893}

ଯେଉଁ ବ୍ୟକ୍ତିଙ୍କ ଦୁଇ ହାତର ପାପୁଲି ମିଶିବା ପରେ ଅର୍ଦ୍ଧଚନ୍ଦ୍ର ସୃଷ୍ଟି ହୋଇଥାଏ ସେହି ବ୍ୟକ୍ତି ନିଜ ବନ୍ଧୁଙ୍କ ପ୍ରତି ଅଧିକ ସଚ୍ଚୋଟ ।

{"id":137894}

 ସେହପରି ଦୁଇ ପାପୁଲି ସଂଯୋଗରେ ଅର୍ଦ୍ଧଚନ୍ଦ୍ର ସୃଷ୍ଟ ନ ହୋଇ ଏହା ଯଦି ସଳଖ ରେଖା ଭଳି ଦେଖାଯାଏ ତାହେଲେ ସଂପୃକ୍ତ ବ୍ୟକ୍ତି ଅତ୍ୟନ୍ତ ଶାନ୍ତ ଓ ଦୟାଳୁ ସ୍ବାଭାବରେ ବୋଲି ଜଣାପଡ଼ିଥାଏ।

{"id":137895}

ଯେଉଁ ବ୍ୟକ୍ତିଙ୍କ ଦୁଇ ପାପୁଲି ଯୋଡିବା ଫଳରେ ଅର୍ଦ୍ଧଚନ୍ଦ୍ରର ଆକୃତି ଦେଖାଯାଏ , କିନ୍ତୁ ଅଙ୍କାବଙ୍କା ରହିଥାଏ ତେବେ ସେ ବ୍ୟକ୍ତି ନିଜ ବୟସଠାରୁ ଅଧିକ ବୟସ୍କ ଲୋକଙ୍କ ସହ ମିଳାମିଶା କରିବାକୁ ଅଧିକ ପସନ୍ଦ କରିଥାନ୍ତି।

{"id":137896}

ଏହି ଅର୍ଦ୍ଧଚନ୍ଦ୍ରରୁ ବ୍ୟକ୍ତିଙ୍କ ବୈବାହିକ ଜୀବନ ଓ ନିଜ ଜୀବନ ସାଥୀଙ୍କ ରୂପ ସୌନ୍ଦର୍ଯ୍ୟ ସମ୍ପର୍କରେ ମଧ୍ୟ ଆକଳନ କରାଯାଇଥାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.