ଜାଣନ୍ତୁ ଏହି ଶୁଭ ଓ ଅଶୁଭ ସଙ୍କେତ ବିଷୟରେ, ଯାହା ଆଗାମୀ ଦିନର ବିପତ୍ତି ସମ୍ବନ୍ଧରେ ସୂଚାଇଥାଏ
14/07/2019 at 2:10 PM

ହିନ୍ଦୁ ଧର୍ମ ଶାସ୍ତ୍ରରେ ଏପରି ଅନେକ ଶୁଭ ଅଶୁଭ ସଙ୍କେତ ବିଷୟରେ କୁହାଯାଇଛି ଯାହା ଆମ ଭବିଷ୍ୟତରେ ହେଉଥିବା ଘଟଣାର ପୂର୍ବାଭାସ କରିଥାଏ। ଶାସ୍ତ୍ରରେ ଏପରି ଅନେକ କଥା କୁହାଯାଇଛି ଯାହା ଭବିଷ୍ୟତରେ ଖରାପ କିମ୍ବା ଭଲ ହେବା ବିଷୟରେ ସୂଚନା ଦେଇଥାଏ।

୧. କଳା ମୂଷା ଅଧିକ ସଂଖ୍ୟାରେ ଆସିବା : ଯଦି ଘରେ ହଠାତ୍ କଳା ମୂଷା ଅଧିକ ସଂଖ୍ୟାରେ ଆସିଥାଏ ତେବେ ନିକଟ ଭବିଷ୍ୟତରେ ଘଟିବାକୁ ଥିବା ବିପତ୍ତି ବିଷୟରେ ସଙ୍କେତ ଦେଇଥାଏ।

୨. କୁକୁର କାନ୍ଦିବା : କୈାଣସି କୁକୁର ଘରର ମୁଖ୍ୟ ଦ୍ବାର ଆଡ଼କୁ ମୁହଁ କରି କାନ୍ଦିଲେ ଘରେ କୈାଣସି ସମସ୍ୟା କିମ୍ବା କାହାର ମୃତ୍ୟୁକୁ ସୂଚାଇଥାଏ।

୩. ଖୋଦନରୁ ମୃତ ଜୀବ ମିଳିବା : ଯଦି ଆପଣ ମାଟି ଖୋଳୁଛନ୍ତି ତେବେ ଏଥିରୁ ଆପଣଙ୍କୁ କୈାଣସି ମୃତ ଜୀବ କିମ୍ବା ସାପ ଦେଖାଯାଏ ତେବେ ଏହା ଭବିଷ୍ୟତରେ ବିପଦକୁ ସୂଚାଇଥାଏ।

୪. ଘରକୁ ବାଦୁଡ଼ି ଆସିବା କିମ୍ବା ରହିବା : ଏହା ଭବିଷ୍ୟତରେ ହେବାକୁ ଥିବା ବଡ଼ ଦୁର୍ଘଟଣା ବିଷୟରେ ସଙ୍କେତ ଦେଇଥାଏ।

୫. ପକ୍ଷୀ ଆହତ ହେବା : ଯଦି ଆପଣଙ୍କ ଘର ଅଗଣାରେ କୈାଣସି ପକ୍ଷୀ ଆହତ ହୋଇ ପଡ଼ିଯାଏ ତେବେ ଏହା ନିକଟ ଭବିଷ୍ୟତରେ ହେବାକୁ ଥିବା ଦୁର୍ଘଟଣା ବିଷୟରେ ସୂଚାଇ ଥାଏ।

୬. ପେଚା ବୋବାଇବା : ଯଦି ଆପଣଙ୍କ ଛାତ ଉପରେ ପେଚା ଆସି ବସି ବୋବାଉଛି ତେବେ ଆପଣଙ୍କ ଘରେ ହଠାତ୍ ବିପତ୍ତି ଆସିଥାଏ।

୭. ବିଲେଇ ଲଢ଼ିବା : ଘରେ ବିଲେଇ ଲଢ଼ିବା ମଧ୍ୟ ଅଶୁଭ ବୋଲି କୁହାଯାଇଛି। ଏହା ପରିବାରରେ ଅଶାନ୍ତିକୁ ସୂଚାଇଥାଏ।

୮. ଗୋଡ଼ରୁ ଜୋତା ବାହାରିଯିବା : ଯଦି ଯାତ୍ରା ସମୟରେ ଗୋଡ଼ରୁ ଜୋତା ବାହାରି ପଡ଼ିଯାଉଛି ତେବେ ଏହା ଅଶୁଭ ସଙ୍କେତ ହୋଇଥାଏ।

୯. ଘରେ କୁକୁର ଛୁଆ ଜନ୍ମ କରିବା : ଯଦି ଘରେ କୁକୁର ଛୁଆ ଜନ୍ମ କରିଥାଏ ତେବେ ଏହା ଗୃହସ୍ବାମୀ ପାଇଁ ଭଲ ସଙ୍କେତ ହୋଇନଥାଏ,ଏହା ଯୋଗୁଁ ଶତ୍ରୃ ବୃଦ୍ଧି ହୋଇଥାଏ ତଥା ନିଜ ପରିବାରରେ ମତଭେଦ ହୋଇଥାଏ।

୧୦. ଯଦି ପୋଷା ଗାଈ ନିଜ କ୍ଷୀର ପିଉଥିବ ଏବଂ ଅତ୍ୟଧିକ ମୁଣ୍ଡ ହଲାଉଥିବ ତେବେ ଗୃହସ୍ବାମୀ ଉପରେ କରଜ ବଢ଼ିଥାଏ ଏବଂ ଭାଗ୍ୟ ଖରାପ ହୋଇଥାଏ।

୧୧. କ୍ଷୀର ତଳେ ପଡ଼ିବା : ଯଦି କ୍ଷୀର ବାରମ୍ବାର ତଳେ ପଡ଼ିଥାଏ କୈାଣସି କାରଣରୁ ଘରେ ଝଗଡ଼ା ହୋଇଥାଏ।

୧୨. ବିଲେଇ ରାସ୍ତା କାଟିବା : କାର୍ଯ୍ୟସ୍ଥଳକୁ ଯିବା ସମୟରେ ଯଦି ବିଲେଇ ରାସ୍ତା କାଟିଥାଏ ତେବେ କାର୍ଯ୍ୟ ଅସଫଳ ହେବାର ଆଶଙ୍କା ଥାଏ। ଆପଣ ଘରକୁ ପୁଣି ଥରେ ଫେରି ଅଳ୍ପ ବିଶ୍ରାମ ନେଇ ଯାଆନ୍ତୁ। ତେବେ କାର୍ଯ୍ୟ ସଫଳ ହେବ।

୧୩.ଦେବତାଙ୍କ ମୂର୍ତ୍ତି ଭାଙ୍ଗିଯିବା : ଘରେ କୈାଣସି ଦେବାଦେବୀଙ୍କ ମୂର୍ତ୍ତି ଭାଙ୍ଗିବା ଅର୍ଥ ମୃତ୍ୟୁ ସମାନ କଷ୍ଟ ହେବା। ନିବାରଣ ପାଇଁ ମାଆ ଦୁର୍ଗାଙ୍କ ଆରାଧନା କରନ୍ତୁ।