ଗୁପ୍ତ ଦଲିଲରୁ ମିଳିଲା ଭୟଙ୍କର ତଥ୍ୟ: ସମଗ୍ର ବିଶ୍ଵକୁ ମିଛ କହିଛି ଚୀନ, ଜୀବନ୍ତ ନମୂନା ନଷ୍ଟ କରି ଭ୍ୟାକସିନ୍ ପ୍ରସ୍ତୁତିରେ ଛିଡା କରିଛି ବଡ ପ୍ରତିବନ୍ଧକ

Published By : Prameya-News7 Bureau | May 02, 2020 IST

ନୂଆଦିଲ୍ଲୀ ୦୨।୦୫: ଚୀନର ଉହାନରୁ ବ୍ୟାପିଥିବା  କରେନା ଭାଇରସ୍ ସମଗ୍ର ବିଶ୍ଵରେ ସାଢେ ଦୁଇ ଲକ୍ଷରୁ ଅଧିକଙ୍କ ପ୍ରାଣହାନୀ ଘଟିଥିବା ବେଳେ ୩୦ ଲକ୍ଷ ୩୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ସମଗ୍ର ବିଶ୍ଵର ଅର୍ଥନୀତି ଭୁଶୁଡି ପଡିଛି। ଏହି ସ୍ଥିତି ପାଇଁ ବିଶ୍ଵର ଅନେକ ଦେଶ ଚୀନକୁ ଦାୟୀ କରିଛନ୍ତି। ଏହା ମଧ୍ୟରେ ବମ୍ବସେଲ୍ ସୁରକ୍ଷା ଦସ୍ତାବିଜରୁ ଲିକ୍‌ ତଥ୍ୟ ଆଧାରରେ ଦାବି କରାଯାଇଛି ଯେ, ଚୀନ କରୋନା ଭାଇରସ୍‌ ବିଷୟରେ  ଜାଣି ଶୁଣି ସମଗ୍ର ଦୁନିଆକୁ ଲୁଚାଇବା ସହିତ ଭ୍ୟାକସିନ୍ ପ୍ରସ୍ତୁତି ପାଇଁ ଉପଯୋଗୀ ଉପାଦାନ ମଧ୍ୟ ନଷ୍ଟ କରି ଦେଇଛି। ଟୀକା ବିକଶିତ କରିବା ପ୍ରୟାସରେ ବଡ ପ୍ରତିବନ୍ଧକ ସାଜିଛି ଚୀନ।

ଦ ମିରରର ସୂଚନା ଅନୁଯାୟୀ ଫାଇଭ ଆଇଜ୍ ସିକ୍ୟୁରିଟି ଏଲାୟନ୍ସ ଦ୍ଵାରା ଏହି  ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ, କରୋନାର ପ୍ରକୋପ ବିଷୟରେ ଜାଣି ମଧ୍ୟ ଚୀନ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସେଠାକାର ଡାକ୍ତର ରିପୋର୍ଟ ପ୍ରକାଶ ହେବାକୁ ଦେଲେ ନାହିଁ। ପରିଣାମ ସ୍ଵରୂପ ଆଜି ସମଗ୍ର ବିଶ୍ଵରେ କରୋନା ଭାଇରସ୍‌ କାରଣରୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।

{"id":263680,"sizeSlug":"large"}

କରୋନା ଏବେ ସମଗ୍ର ବିଶ୍ଵ ପାଇଁ ବଡ ବିପଦ ସାଜିଛି। ଅଷ୍ଟ୍ରେଲିଆ ଚୀନ ବିରୋଧରେ ଅନ୍ତରାଷ୍ଟ୍ରୀୟ ମୋର୍ଚ୍ଚାରେ ଅଭିଯୋଗ କରିବ ବୋଲି କହିଛି। ଆମେରିକା, କାନାଡା, ୟୁକେ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡର ଗୁଇନ୍ଦା ବିଭାଗ ଦ୍ଵାରା ପ୍ରସ୍ତୁତ ୧୫ ପୃଷ୍ଠା ବିଶିଷ୍ଠ ଡୋଜିୟର ଶନିବାର ଟେଲିଗ୍ରାଫ ଦ୍ଵାରା ଲିକ୍ ହୋଇଛି। ଏଥିରେ ଉହାନ ଇନଷ୍ଟିଚ୍ୟୁୟଟ ଅଫ ଭାଇରୋଲୋଜିରେ ଘାତକ  ରୋଗର ଅନୁସନ୍ଧାନ ବିଷୟରେ ଗମ୍ଭୀର ଚିନ୍ତା ପ୍ରକଟ୍ କରାଯାଇଛି।

ଏହା ମଧ୍ୟ ଅଭିଯୋଗ ହୋଇଛି ଯେ, ଚୀନ ସପ୍ତାହ ଧରି କରୋନା ରୋଗ ବିଷୟରେ ରିପୋର୍ଟକୁ ଖଣ୍ଡନ କରି ଆସିଥିଲା। ଫଳରେ ସମଗ୍ର ଦୁନିଆରେ କରୋନା ଭାଇରସ୍ ବ୍ୟାପି ଲକ୍ଷାଧିକ ଲୋକଙ୍କ ଜୀବନ ନେଇଛି।

{"id":263681,"sizeSlug":"large"}

ଗୁଇନ୍ଦା ରିପୋର୍ଟ ଅନୁସାରେ ଲ୍ୟାବ୍‌ରେ ଭାଇରସ୍‌ର ପ୍ରମାଣକୁ ନଷ୍ଟ କରି ଦିଆଯାଇଥିଲା ଏବଂ ଭ୍ୟାକସିନ୍‌ ଉପରେ କାମ କରୁଥିବା ଅନ୍ତରାଷ୍ଟ୍ରୀୟ ବୈଜ୍ଞାନିକଙ୍କୁ  ଜୀବିତ ନମୂନା ଦେବାକୁ ଚୀନ ମନା କରି ଦେଇଥିଲା।

ଦ ମିରର ଅନୁଯାୟୀ, ଅଷ୍ଟ୍ରେଲିଆ ସରକାରର ଏକ ପ୍ରୟୋଗଶାଳାରେ ଚୀନ ବୈଜ୍ଞାନିକଙ୍କ ଟିମ୍ ଘାତକ କରୋନା ଭାଇରସ୍‌ ଉପରେ କାମ କରିଥିଲେ। ଚୀନ ଏହାକୁ ଅସ୍ଵୀକାର କରି ଆସିଥିଲା ଯେ, କୋଭିଡ୍-୧୯ର ଉତ୍ପତି ପ୍ରୟୋଗଶାଳାରୁ  ହୋଇ ନାହିଁ। ମାତ୍ର ଚଳିତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ପୁଣି ଥରେ କହିଥିଲେ ଯେ, ଚୀନର ପ୍ରୟୋଗଶାଳାରୁ କରୋନା ଭାଇରସ୍‌ ସୃଷ୍ଟି ହୋଇଛି।

ପ୍ରଥମେ କୁହାଯାଇଥିଲା ଯେ, ଉହାନ ସହରର ସିଫୁଡ୍  ବଜାରରୁ କରୋନା ବ୍ୟାପିଥିଲା। ପୁଣି କୁହାଗଲା ଯେ, ଉହାନର ପ୍ରୟୋଗ ଶାଳାରୁ କରୋନା ବ୍ୟାପିଛି। ମାତ୍ର ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁଯାୟୀ କରୋନା ଏକ ଅସ୍ଵାଭାବିକ ଭାଇରସ୍।

{"id":263682,"sizeSlug":"large"}

ରିପୋର୍ଟରେ କୁହାଯାଇଛି ଯେ, ସମଗ୍ର ଦୁନିଆରେ ଲକ୍ଷାଧିକ ଲୋକଙ୍କ ପ୍ରାଣ ହରାଇଥିବା ଏହି ଭାଇରସ୍ ବ୍ୟାପିବା ପୂର୍ବରୁ ଉହାନରୁ ଲକ୍ଷାଧିକ ଲୋକ ସହର ଛାଡି ଦେଇଥିଲେ। ଡୋଜିୟର ଅନୁଯାୟୀ, ପୂରା ଫେବୃଆରୀ ମାସରେ ବେଜିଂ ଆମେରିକା, ଇଟାଲୀ, ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ପୂର୍ବ ଏସିଆ ପଡୋଶୀ ଏବଂ ଅନ୍ୟ ଦେଶକୁ ନିଜ ସହରରୁ ଯାଉଥିବା ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇନଥିଲା।

ଡୋଜିୟରରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ରୋଗ ଲୋକଙ୍କଠୁ ଲୋକଙ୍କୁ ସଂକ୍ରମଣ ହୁଏ  ଏହି ସୂଚନା ବିଶ୍ଵକୁ ନଜଣାଇବା ଏବେ ମାନବ ଜାତି ପାଇଁ ଘାତକ ସାବ୍ୟସ୍ତ  ହୋଇଛି। ଏହି ମାମଲାରେ ଡାକ୍ତର ମଧ୍ୟ ନିରବ ରହିଲେ। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ, ଚୀନ ନିଜର ସିଫୁଡ୍ ବଜାରକୁ ସାନିଟାଇଜ୍ କରି ଜୀବିତ ନମୂନାକୁ ନଷ୍ଟ କରିବା ସହ ଦେବାକୁ ମନା କରି ଦେଇଥିଲା। ଏହି ଜୀବନ୍ତ ନମୂନା ମିଳିଥିଲେ ହୁଏତ ଏହା ଔଷଧ ବା ଭ୍ୟାକସିନ୍ ତିଆରିରେ ବେଶ୍ ସହାୟକ ହୋଇଥାନ୍ତା।

ଗୁଇନ୍ଦା ଏଜେନ୍ସି ଏହାର ଯାଞ୍ଚ କରୁଛନ୍ତି ଯେ, କଣ ଭାଇରସ୍‌ ଉହାନର ଲ୍ୟାବ୍‌ରୁ ଭୁଲ ବଶତଃ ଲିକ୍‌ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.