ପତ୍ର ବିକିଲେ ପରିବାର ଚଳେ, ପଲିଥିନ ନିଷେଧ ପରେ ବଢିଛି ପତ୍ର ବେପାର ହେଲେ ନାହିଁ ସ୍ୱତନ୍ତ୍ର ବ୍ୟବସ୍ଥା

Published By : Prameya-News7 Bureau | October 28, 2019 IST

କଟକ ୨୮।୧୦ - କଟକରେ ଆସି ପତ୍ର ବିକ୍ରି କଲେ ପରିବାର ଚଳିବ । କିନ୍ତୁ ପତ୍ର ବିକ୍ରୀରୁ ଦିନକୁ କେତେ ରୋଜଗାର ହେବ ତାହା କେହିବି  କହିପାରିବେ ନାହିଁ । ଏପଟେ କିନ୍ତୁ ବଜାରରେ ଆଉ ପଲିଥିନ୍‌ ମିଳୁନଥିବା ବେଳେ, ପତ୍ରର ଚାହିଦା ବଢିଛି । ହେଲେ ପତ୍ରବିକାଳିଙ୍କ ଲାଗି କିଛି ସ୍ବତନ୍ତ୍ର ବ୍ୟବସ୍ଥା ନଥିବାରୁ , ଯେଉଁ ଦିନ ଯେତିକି ବିକ୍ରୀ ହେଲା ସେତିକିରେ ସେମାନଙ୍କୁ ସନ୍ତୁଷ୍ଟ ହେବାକୁ ହିଁ ପଡୁଛି ।

କଟକ ସହରକୁ ଦୈନିକ ଏମିତି କିଛି ଲୋକ ଆସନ୍ତି , ଯେଉଁମାନଙ୍କ ବାଟକୁ ଅନାଇ ବସୁଥିଲେ ସହରର ଅନେକ କ୍ଷୁଦ୍ର ବ୍ୟବସାୟୀ ।ଏ ଲୋକ ମାନେ ହେଉଛନ୍ତି ପତ୍ର ବିକାଳୀ ।କାରଣ ପତ୍ର ଆସିଲେ ହିଁ ବେପାର ହେବ । ଏବେ କିନ୍ତୁ ଏମାନଙ୍କୁ ବିଭିନ୍ନ ସ୍ଥାନକୁ ବୁଲିବାକୁ ପଡୁଛି, କାରଣ ବୋଧହୁଏ ଏମାନେ ପରିବର୍ତ୍ତିତ ପରିବେଶ ସହ ଖାପ ଖୁଆଇ ଚଳିପାରିଲେ ନାହିଁ ଆଉ ଧୀରେ ଧୀରେ ପତ୍ରକୁ ନେଇ ଗ୍ରାହକଙ୍କ ମହଲରେ ଚାହିଦା କମିଗଲା ।

ବର୍ତ୍ତମାନ ସହରୀ ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିଛି. ଯେଉଁ କଟକିଆ ମାନେ କେବେ ପତ୍ର ବିକାଳିଙ୍କୁ ଅପେକ୍ଷା କରି ରହୁଥିଲେ , ସେମାନେ ମଧ୍ୟ ସମୟକ୍ରମେ ନିଜ ରୂଚିରେ ପରିବର୍ତ୍ତନ ଆଣିଲେ. ବଜାରରେ ପତ୍ରର ସ୍ଥାନ ନେଇଯାଇଥିଲା ପଲିଥିନ୍‌ । କିନ୍ତୁ ଏବେ ପୁଣି ଦୋକାନ ଗୁଡିକରେ ପତ୍ର ବିଡା ଦେଖିବାକୁ ମିଳିଲାଣି । ଆଉ ଏହାକୁ ଗ୍ରହଣ କରିବା ସହ ବେଶ ପସନ୍ଦ କରୁଛନ୍ତି କଟକିଆ ।ତାଙ୍କର କହିବା କଥା ଏହା ବହୁତ ଆଗରୁ ହେବାର ଥିଲା ।

ବିଡମ୍ବନା ଏହା ଯେ ଯୋଉମାନେ ଆମକୁ ଇକୋଫ୍ରେଣ୍ଡଲି ହେବାର ବାଟ ଦେଖାଉଛନ୍ତି, ସେମାନେ କିନ୍ତୁ ଦୁର୍ଦ୍ଦିନରେ ।ଏଇ ପତ୍ର ତୋଳାଳି ଓ ପତ୍ର ବିକାଳି ମାନେ ଏବେ ବି ସମାଜର ମୁଖ୍ୟସ୍ରୋତ ଠାରୁ ବହୁ ଦୂରରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.