COVID-19 ରୋକିବା ପାଇଁ କପଡା ପ୍ରସ୍ତୁତ ମାସ୍କ ବ୍ୟବହାର ଲାଗି ବିଶ୍ୱବାସୀଙ୍କୁ ବୈଜ୍ଞାନିକଙ୍କ ଖୋଲା ଚିଠି

Published By : Prameya-News7 Bureau | May 15, 2020 IST

କରୋନା ମହାମାରୀ ସଂକ୍ରମଣରେ ବୈଜ୍ଞାନିକଙ୍କ ଏକ ଟିମ୍‌ ବିଶ୍ୱବାସୀଙ୍କୁ ମାସ୍କ ବ୍ୟବହାର ଲାଗି ଆହ୍ୱାନ ଦେଇଛନ୍ତି। କୋଭିଡ-୧୯ ସଂକ୍ରମଣ ପରଠାରୁ ମାସ୍କର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ବଜାରରେ ମାସ୍କର ଚାହିଦା ଡେର ବଢିଯାଇଛି। ଲୋକେ ଡାକ୍ତରୀ ମାସ୍କ ଅଧିକ ଖୋଜୁଛନ୍ତି। ତେବେ ବୈଜ୍ଞାନିକମାନେ କପଡା ପ୍ରସ୍ତୁତ ମାସ୍କ ହେଉ ଅଥବା ରୁମାଲଟିଏ ବି ଜୀବନ ରକ୍ଷାକାରୀ ବୋଲି ପ୍ରଥମଥର କହିଛନ୍ତି। ସେହି ଅନୁସାରେ ବିଶ୍ୱର ପ୍ରତ୍ୟେକ ସରକାରଙ୍କୁ ସର୍ବସାଧାରଣ ସ୍ଥାନ, ପରିବହନ, କାର୍ଯ୍ୟାଳୟ, ମଲ, ଦୋକାନ ଓ ବଜାର ଆଦିରେ ମାସ୍କ ଅନିବାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି।

{"id":270292,"sizeSlug":"large"}

ବୈଜ୍ଞାନିକ ଗବେଷଣାରୁ ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ମଣିଷ ଅଧିକ ସଂକ୍ରାମକ ଥାଏ। ଏହି ସମୟରେ ସଂକ୍ରମିତଙ୍କ ଠାରୁ ଛିଟକୁଥିବା ବୁନ୍ଦାଏ ଛିଙ୍କ ବି ଆଖପାଖର ଲୋକଙ୍କୁ ସଂକ୍ରମଣ କରିପାରେ। ଏଣୁ ଲୋକେ ମୁହାଁ ଓ ନାକକୁ ଘୋଡାଇ ରଖିଥିଲେ କୋଭିଡ-୧୯ ଭଳି ଦୂରାରୋଗ୍ୟ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବେ ବୋଲି ବୈଜ୍ଞାନିକ କହିଛନ୍ତି।

{"id":270293,"width":575,"height":370,"sizeSlug":"large"}

ୟୁନିଭର୍ସିଟି ଅଫ ସାନଫ୍ରାନସିସ୍କୋର ବୈଜ୍ଞାନିକ ଜେର୍ମି ହୋୱାର୍ଡ, ବ୍ଲଡକ୍ୟାନସର ଜର୍ଣ୍ଣାଲର ମୁଖ୍ୟ ସମ୍ପାଦକ ଭିନସେଣ୍ଟ ରାଜକୁମାର, ଭାଇରୋଲଜିଷ୍ଟ ଡା.ହାରୋଲ୍ଡ ଭାର୍ମସ, କଲମ୍ବିଆ ୟୁନିଭର୍ସିଟି ମେଡିକାଲ ସେଣ୍ଟରର ଡା. ସିଦ୍ଧାର୍ଥ ମୁଖାର୍ଜୀ ପ୍ରମୁଖ ବୈଜ୍ଞାନିକମାନେ କୋଭିଡ-୧୯ ସଂକ୍ରମଣ, ତତ୍‌ଜନିତ ଖର୍ଚ୍ଚ ଓ ମୃତ୍ୟୁ ଅପେକ୍ଷା ଛୋଟ ରୁମାଲର ମୂଲ୍ୟ ସେମିତି କିଛି ବେଶି ନୁହେଁ ଏଣୁ ମୁହଁରେ ରୁମାଲଟିଏ ବାନ୍ଧି ଲୋକେ ନିଜ ଜୀବନ ରକ୍ଷା କରିପାରିବେ ବୋଲି କହିଛନ୍ତି।

{"id":270294,"sizeSlug":"large"}

ଏଭଳି ମାସ୍କକୁ ବାରମ୍ବାର ବ୍ୟବହାର କରିହେବ। ଏପରିକି ଘରେ ସାବୁନ ପାଣିରେ ଧୋଇ ସୁଖେଇ ମଧ୍ୟ ବ୍ୟବହାର କରିହେବ। ଏଣୁ ଲୋକେ ମେଡିସିନ ଷ୍ଟୋରରୁ ଦାମୀକା ଡାକ୍ତରୀ ମାସ୍କ କିଣି ଖର୍ଚ୍ଚାନ୍ତ ହେବା ଅପେକ୍ଷା ନିଜେ ହାତରେ ମାସ୍କ ପ୍ରସ୍ତୁତ କରି ମୁହଁରେ ଢାଙ୍କି ନିଜକୁ ରକ୍ଷା କରିବା ଉଚିତ ବୋଲି ବୈଜ୍ଞାନିକମାନେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.