ବିଶ୍ବର ୧୫ଟି ଦେଶରେ ନେତୃତ୍ବ ଭାର ନେଇଛନ୍ତି ୨୦୦ ଭାରତୀୟ ବଂଶୋଭବ, ହୋଇଛନ୍ତି ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି

Published By : Prameya-News7 Bureau | February 21, 2021 IST

ନୂଆଦିଲ୍ଲୀ ୨୧/୦୨ : ବିଶ୍ବସ୍ତରରେ ଭାରତ ଏବଂ ଭାରତୀୟ ବଂଶୋଭବ ମାନେ ଦେଶ ତଥା ବ୍ୟକ୍ତିଗତ ଭାବେ ପ୍ରମୁଖ ପଦପଦବୀ ଗ୍ରହଣ କରିଛନ୍ତି । ଭାରତ ହେଉଛି ବିଶ୍ବର ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ । ପ୍ରାୟ ୩ କୋଟି ୨୦ ଲକ୍ଷ ଭାରତୀୟ ବିଶ୍ବର ବିଭିନ୍ନ ଦେଶରେ ବସବାସ କରୁଛନ୍ତି ଏବଂ କାର୍ଯ୍ୟରତ ଅଛନ୍ତି । ଆମେରିକା ଏବଂ ୟୁକେ ସମେତ ୧୫ଟି ବଡ ବଡ ଦେଶରେ ପ୍ରାୟ ୨୦୦ ଭାରତୀୟ ବଂଶୋଭବ ନେତୃତ୍ବ ଭାର ଗ୍ରହଣ କରିଛନ୍ତି । ଆମେରିକାର ଏକ ସଂସ୍ଥା ଦ୍ବାରା ହୋଇଥିବା ସର୍ଭେରେ ଏ ନେଇ ସୂଚନା ମିଳିଛି । ବିଭିନ୍ନ ପଦପଦବୀରେ ଥିବା ଭାରତୀୟମାନଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ କ୍ୟାବିନେଟ୍‌ ରାଙ୍କ୍‌ ମଧ୍ୟ ପାଇଛନ୍ତି ।

wp:gallery {"ids":[412593],"linkTo":"none"} /wp:gallery

ଇଣ୍ଡିଆସ୍ପୋରାର ପ୍ରତିଷ୍ଠାତା ଏମ୍‌ଆର୍‌ ରଙ୍ଗସ୍ବାମୀ କହିଛନ୍ତି, ଭବିଷ୍ୟତ ପିଢି ପାଇଁ ଏମାନେ ଉତ୍ତରାଧିକାରି ତିଆରି କରୁଛନ୍ତି । ବିଶ୍ସର ବିକଶିତ (ଅଷ୍ଟ୍ରେଲିଆ, କାନାଡା, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ସଂଯୁକ୍ତ ଆରବ ଏମିରେଟ୍ସ,ଇଂଲଣ୍ଡ, ଏବଂ ଆମେରିକା) ଭଳି ଦେଶମାନଙ୍କରେ ଭାରତୀୟ ବଂଶୋଭବ କୂଟନୀତିଜ୍ଞ, ଲୋକ ପ୍ରତିନିଧି, କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ତଥା ବରିଷ୍ଠ ଅଧିକାରୀମାନେ ମଧ୍ୟ ରହିଛନ୍ତି ।

wp:gallery {"ids":[412594],"linkTo":"none"} /wp:gallery

ଆମେରିକା କଂଗ୍ରେସର ସଦସ୍ୟ ତଥା ବୈଦେଶିକ ବ୍ୟାପାର ସବ୍‌କମିଟିର ଅଧ୍ୟକ୍ଷ ଆମି ବେରା କହିଛନ୍ତି, ‘ଇଣ୍ଡିଆସ୍ପୋରା ୨୦୨୧ ତାଲିକାରେ ସାମିଲ ହେବା ଏକ ଗର୍ବର କଥା । ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟ ହୋଇଥିବାରୁ ଗର୍ବିତ, ଯାହା ଆମେରିକୀୟ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଛି। ’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.