ଅରୁଣ ଜୈଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ଲାଗି ଏମସକୁ ଛୁଟିଛି ନେତାଙ୍କ ସୁଅ, ଆସିପାରନ୍ତି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ

Published By : Prameya-News7 Bureau | August 18, 2019 IST

ନୂଆଦିଲ୍ଲୀ ୧୮। ୮:  ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜୈଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ରବିବାର ସନ୍ଧ୍ୟା ପରେ ବିିଗିଡିବାରେ ଲାଗିଛି। ୬୬ ବର୍ଷ ବୟସ୍କ ଜୈଟଲୀଙ୍କୁ ଡାକ୍ତର ଡାୟଲସିସ୍ କରିବା ପାଇଁ କହିଥିବା ବେଳେ ତାଙ୍କୁ ଏକ୍ସଟ୍ରା କର୍ପୋରିଅଲ ମେମ୍ବ୍ରେନ ଅକ୍ସିଜେନେସନ(ଇସିଏମଓ)ରେ ଏବଂ ଇଣ୍ଟ୍ରା ଏଓର୍ଟିକ ବେଲୁନ ପମ୍ପ (ଆଇଏବିପି)ରେ ରଖି ଚିକିତ୍ସା କରାଯାଉଛି। କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କିଛି ସମୟ ପୂର୍ବରୁ ଏମସକୁ ଆସି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରି ଯାଇଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ପିଟାଲ ଆସିବାର ଅନୁମାନ କରାଯାଉଛି। ଦିନ ବେଳା ଆରଏସଏସ୍ ପ୍ରମୁଖ ମୋହନ ଭାଗବତ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ରାମବିଳାଶ ପାଶ୍ୱାନଙ୍କ ସମେତ ଅନେକ ବରିଷ୍ଠ ନେତା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରି ଫେରିଛନ୍ତି।

{"id":145912}

ଗତ ୯ ତାରିଖରେ ଜୈଟଲୀ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ।  ଏଣୁ ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେହି ଦିନ ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ହସ୍ପିଟାଲ ପକ୍ଷରୁ ଜାରି ମେଡିକାଲ ବୁଲେଟିନରେ କୁହାଯାଇଥିଲା। ହେଲେ ତା ପରଠାରୁ ହସ୍ପିଟାଲ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ବୁଲେଟିନ ଜାରି କରିନାହାନ୍ତି। ଏଣୁ ଜୈଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବା ଲାଗି ପ୍ରାୟ ଦିନ ଏମସକୁ ବଡବଡ ରାଜନେତାଙ୍କ ଯିବା ଆସିବା ଲାଗି ରହିଛି।

{"id":145913}

ଏହି କ୍ରମରେ ରବିବାର ଏମସକୁ ହିମାଚଳ ରାଜ୍ୟପାଳ କଲରାଜ ମିଶ୍ର, ଆରଏସଏସର ସହ କାର୍ଯ୍ୟବାହକ ଡ. କୃଷ୍ଣଗୋପାଲ, ସମାଜବାଦୀ ପାର୍ଟିର ପୂର୍ବତନ ନେତା ଅମର ସିଂହ ଆସିଥିବା ବେଳେ ଜୈଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଶନିବାର ଏମସରେ ଅଗ୍ନିକାଣ୍ଡ ଘଟିଥିଲା। ତଥାପି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ, ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ, କଂଗ୍ରେସ ନେତା ଅଭିଷେକ ମନୁ ସିଂଘବୀ, ଜ୍ୟୋତିରାଦିତ୍ୟ. ସିନ୍ଧିଆ ଓ ଏୟାର ଚିଫ ମାର୍ଶଲ ବି.ଏସ୍. ଧନୋୱା ମଧ୍ୟ ଏମସ ଆସି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ଫେରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.