ପାଟକୁରା ନିର୍ବାଚନ ଆଉ ମାତ୍ର ୫ଦିନ : ଏପଟେ ବିଜୟଙ୍କୁ ଧରି ଧର୍ମେନ୍ଦ୍ରଙ୍କ ଜୋରଦାର ପ୍ରଚାର, ସେପଟେ ସାବିତ୍ରୀଙ୍କୁ ଧରି ଅନୁଭବ ଓହ୍ଲାଇଲେ ମଇଦାନକୁ

Published By : Prameya-News7 Bureau | July 14, 2019 IST

କେନ୍ଦ୍ରାପଡା ୧୪|୭: ମଝିରେ ଆଉ ମାତ୍ର ୫ଦିନ । ପାଟକୁରାରେ ନିର୍ବାଚନ ନେଇ ପ୍ରଚାର ସରଗରମ । ପ୍ରାର୍ଥୀମାନେ ଏବେ ଘରେ ଘରେ ବୁଲି ପ୍ରଚାର କରୁଛନ୍ତି । କେଉଠି ପଦଯାତ୍ରା ତ ଆଉ କେଉଠି ପଥପ୍ରାନ୍ତ ସଭା। ତେବେ ବିଜେଡି ପ୍ରଚାର ସମୟରେ ଛାତ୍ର ଓ ଯୁବ ଭୋଟରଙ୍କୁ ଟାର୍ଗଟେ କରିଥିବା ବେଳେ ବିଜେପି ନିଜ କର୍ମୀଙ୍କୁ ଏକଜୁଟ କରିବାରେ ଲାଗିଛି । ଅନ୍ୟପକ୍ଷରେ ଦଳର ପୁରୁଖା ନେତାଙ୍କୁ ପ୍ରଚାରରେ ଲଗେଇଛି କଂଗ୍ରେସ ।  

{"id":133589}

ପାଟକୁରାରୁ ଡେରାବିଶ, ଡେରା ପକାଇଛନ୍ତି ନେତା। ଦାଣ୍ଡ ଦୁଲୁକୁଛି ପ୍ରଚାରରେ । ଶୀର୍ଷରେ ପହଁଚି ପାଟକୁରା ନିର୍ବାଚନୀ ତାତି । ଆଜି ନରେନ୍ଦ୍ରପୁରରୁ ନଡ଼ିଆବରେଇ ରୋଡ ସୋ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଙ୍ଗରେ ଥିଲେ ପ୍ରାର୍ଥୀ ବିଜୟ ମହାପାତ୍ର । ମଝିରେ ମଝିରେ କରୁଥିଲେ ପଥପ୍ରାନ୍ତ ସଭା । ୭ଟି ପଞ୍ଚାୟତରେ ଶକ୍ତି ପ୍ରଦର୍ଶନ କରିଥିଲା ବିଜେପି।  

{"id":133590}

ବଦଳୁଥିବା ପରିସ୍ଥିତିରେ ଏଥର ବିଜୟ ମହାପାତ୍ରଙ୍କ ବିଜୟ ସୁନିଶ୍ଚିତ ବୋଲି କହିଥିଲେ ଧର୍ମେନ୍ଦ୍ର। ସେପଟେ ଆଜି ବିଜେପିର ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡାଙ୍କ  ଉପସ୍ଥିତିରେ ମାର୍ଶାଘାଇ ବ୍ଲକ୍ ର ପ୍ରାୟ ୮୦ରୁ ଅଧିକ ବିଜେଡି କର୍ମୀ ଓ ୱାର୍ଡ ମେମ୍ବର ବିଜେପିରେ ଯୋଗଦେଇନ୍ତି। ସେହିପରି ମୁକୁନ୍ଦପୁରରେ ଘରକୁ ଘର ବୁଲି ପ୍ରଚାର କରିଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।

{"id":133591}

ଗରଦପୁର ମାର୍ଶାଘାଇ, ଡେରାବିଶ୍‌ ବିଜେଡି ତାର ନେତାମାନଙ୍କୁ ଦାୟିତ୍ବ ଦେଇ ବାଣ୍ଟି ଦେଇଛି । ବରିଷ୍ଠ ନେତା, ବିଧାୟକଓ  ମନ୍ତ୍ରୀ ଗଡ଼ ଜଗିଛନ୍ତି। ଆଜି ସାଂସଦ ଅନୁଭବ ମହାନ୍ତି ପ୍ରଚାର କରୁଛନ୍ତି। ଲକ୍ଷ୍ମୀନାରାୟଣ ପୁରଠାରେ ସେ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ସହିତ ପ୍ରଚାର ଯଇଥିଲେ।    ବିଜେଡି ପକ୍ଷରୁ କୁସୁନପୁରଠାରେ ଯୁବ ଛାତ୍ର ସମାବେଶ କରାଯାଇଛି।  ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ବିଧାୟକ ସୌଭିକ  ବିଶ୍ବାଳ ପ୍ରମୁଖ ଯୋଗ ଦେଇଛନ୍ତି ।

{"id":133593}

କଂଗ୍ରେସ ପକ୍ଷରୁ ଆଜି ଡେରାବିଶ ଓ ଗରଦପୁର ବ୍ଲକ୍ ରେ ପ୍ରଚାର ଭାର ସମ୍ଭାଳିଛନ୍ତି ଦଳୀୟ ନେତା। ଦଳର ପରୁଖା ନେତାମାନଙ୍କୁ ସାଙ୍ଗରେ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ ଜୟନ୍ତ ମହାନ୍ତି।  ବିଜେପି ଓ ବିଜେଡି ଭିତରେ ମିଶିଛନ୍ତି ଉପରେ ଲଢୁଛନ୍ତି କହି କଂଗ୍ରେସ ତାର କ୍ୟାମ୍ପେନକୁ ଜୋରଦାର କରିଛି । ଆଜି ସାଂସଦ ସପ୍ତଗିରି ଉଲାକା, ସନ୍ତୋଷ ସିଂହ ସାଲୁଜା ଓ ରୁଦ୍ର ରାଜୁ ଡୋର ଟୁ ଡୋର ବୁଲି ପ୍ରଚାର କରିଛନ୍ତି। ସେପଟେ ସ୍ବାଧୀନ ପ୍ରାର୍ଥୀ ପ୍ରଫୁଲ୍ଲ ବେହେରା ମଧ୍ୟ ପ୍ରଚାର ମଇଦାନରେ ନିଜର ଆଶା ରଖିଛନ୍ତି।

{"id":133594}

ପାଟକୁରାରୁ  ଫଳାଫଳକୁ ନେଇ ତିନି ପ୍ରମୁଖ ଦଳ ଆଶାବାଦୀ ହୋଇ ପଡିଥିବା ବଳେ ଭୋଟରଙ୍କୁ  ନିଜ ସପକ୍ଷରେ ଆଣିବା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି ପ୍ରାର୍ଥୀ। ଏବେ ପାଟକୁରାରେ ଚାଲିଛି ଅସଲ ଶକ୍ତି ପ୍ରଦର୍ଶନ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.