Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||

ମିଶନ ୨୦୧୯: ସୋସିଆଲ ମିଡ଼ିଆରେ ମୋଦି, ରାହୁଲ ଓ ଅନ୍ୟ ନେତାଙ୍କ ଫଲୋୟର୍ସ କେତେ ଜାଣନ୍ତୁ

11/03/2019 at 3:13 PM

ଦିଲ୍ଲୀ ୧୧/୩ : ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ସବୁ ଦଳର ନେତା ସୋସିଆଲ ମିଡ଼ିଆରେ ନିଜ ନିଜ ଉପସ୍ଥିତିକୁ ମଜବୁତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି | ୫ ବର୍ଷ ପୂର୍ବରୁ ନିର୍ବାଚନ ବେଳେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଥିଲା | ସୋସିଆଲ ମିଡ଼ିଆର ମହତ୍ୱ ବୁଝି ପାରି କିଛି ରାଜନେତା ସୋସିଆଲ ମିଡ଼ିଆରେ ସକ୍ରିୟ ଅଛନ୍ତି |


ବିଶ୍ଳେଷକ କମ୍ପାନୀ ଅନୁଯାୟୀ, ଗତବର୍ଷ ତୁଳନାରେ ଫେସବୁକ, ଟ୍ୱିଟର ଏବଂ ଇନ୍ସଟାଗ୍ରାମରେ ରାଜନୈତିକ ଦଳର ଆକାଉଣ୍ଟରୁ ପୋଷ୍ଟ ହେଉଥିବା କଣ୍ଟେଣ୍ଟ ବହୁତ ଲାଭ ଦାୟକ ପ୍ରମାଣିତ ହୋଇଛି | ଏହି ସବୁ କମ୍ପାନୀ ସୋସିଆଲ ବଜ ଆକଳନ କରିଥାନ୍ତି | ଏଥିରେ ସାମିଲ ଅଛି ଟ୍ୱିଟ, ରିଟ୍ୱିଟ, ଫେସବୁକ କମେଣ୍ଟ, ପୋଷ୍ଟ ଏବଂ ସେୟାର ଏବଂ ଇନ୍ସଟାଗ୍ରାମ ପୋଷ୍ଟ |


ପ୍ରଧାନମନ୍ତ୍ରୀଙ୍କ ଫେବୃଆରୀରେ ସୋସିଆଲ ବଜ ୫୧ ପ୍ରତିଶତ ବଢିବା ସହ ୧.୩୪ କୋଟି ହୋଇଛି | ରାହୁଲ ଗାନ୍ଧୀଙ୍କ ପାଇଁ ସୋସିଆଲ ବଜ ୫୯ ଲକ୍ଷ ରହିଥିଲା | ୱେବମେକର ଇଣ୍ଡିଆର ଅଧ୍ୟକ୍ଷ ସନ୍ଦୀପ ପାଣ୍ଡେ କହିଛନ୍ତି ଯେ, ଲୋକଙ୍କ ସଂସ୍ପର୍ଶରେ ଆସିବା ପାଇଁ ଏବଂ ଲୋକଙ୍କ ନିକଟରେ ନିଜ କଥା ପହଂଚାଇବା ପାଇଁ ସୋସିଆଲ ମିଡ଼ିଆ ଗେମ ଚେଞ୍ଜର ଭଳି କାମ କରିଛି |

ବହୁଜନ ସମାଜବାଦୀ ପାର୍ଟି ଗତବର୍ଷ ଅକ୍ଟୋବର ମାସରେ ଟ୍ୱିଟରରେ ଆକାଉଣ୍ଟ କ୍ରିଏଟ କରିଥିଲା | କିନ୍ତୁ ଜାନୁଆରୀ ୨୨ ତାରିଖରେ ପ୍ରଥମେ ଟ୍ୱିଟ କରିଥିଲେ | କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗତ ମାସରେ ହିଁ ଟ୍ବିଟର ଆକାଉଣ୍ଟ ଖୋଲିଛନ୍ତି | ଏପଟେ ଟ୍ୱିଟରରେ ମାୟାବତୀଙ୍କ ୧୩୦୦୦୦ ଫଲୋୟର୍ସ ଅଛନ୍ତି | ପ୍ରିୟଙ୍କା ମାୟାବତୀଙ୍କୁ ପଛରେ ପକାଇ ଦେଇଛନ୍ତି | ପ୍ରିୟଙ୍କା ଏବେ ପର୍ଯ୍ୟନ୍ତ ଗୋଟିଏ ବି ଟ୍ୱିଟ କରିନାହାନ୍ତି | ତଥାପି ତାଙ୍କର ୨୩୦୦୦୦ ଫଲୋୟର୍ସ ଅଛନ୍ତି |


ନିର୍ବାଚନ ପୂର୍ବରୁ ସେୟାରଚାଟରେ ମଧ୍ୟ ନେତାମାନେ ସକ୍ରୀୟ ଅଛନ୍ତି | କମ୍ପାନୀ କହିବାନୁଯାୟୀ, ଗତ ୨ ମାସ ମଧ୍ୟରେ ୩୦ ରୁ ୪୦ଟି ଆକାଉଣ୍ଟ ଖୋଲାଯାଇଛି | ଏଥିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଫିସ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ବିଜେପି ନେତା ଶିବରାଜ ସିଂହ ଚୌହାନ, ବିଜେପି ସାଂସଦ ମନୋଜ ତିୱାରୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରମୁଖ ଅଛନ୍ତି |

ନେତା ଏବଂ ରାଜନୈତିକ ଦଳ ଭାରତୀୟ ଭୋଟରଙ୍କୁ ନିଜ ଭାଷାରେ ସେୟାରଚାଟରେ ପୋଷ୍ଟ କରୁଛନ୍ତି | ଅଧିକାଂଶ ରାଜନୈତିକ ଆକାଉଣ୍ଟ ନିଜ ଅଞ୍ଚଳ, ସ୍ଥାନୀୟ ପ୍ରସଙ୍ଗ, ତାଙ୍କର ଦୈନିକ ଜୀବନଚର୍ଯ୍ୟା, ସାର୍ବଜନୀନ ବୈଠକ, ତଥ୍ୟ ଏବଂ ଯୋଜନା ସମ୍ପର୍କୀୟ ସୂଚନା ଦେଇଥାନ୍ତି |


ସୋସିଆଲ ମିଡ଼ିଆରେ ନେତାଙ୍କ ଆକାଉଣ୍ଟ


ନେତା ଟ୍ୱିଟର ଫଲୋୟର୍ସ ଫେସବୁକ ଫଲୋୟର୍ସ
ମୋଦି ୪.୬୧ କୋଟି ୪.୩ କୋଟି
ଅମିତ ଶାହ ୧.୨୮ କୋଟି ୧.୪ କୋଟି
ରାହୁଲ ଗାନ୍ଧୀ ୮୮ ଲକ୍ଷ ୨୩ ଲକ୍ଷ
ଅଖିଲେଶ ଯାଦବ ୯୨ ଲକ୍ଷ ୬୮ ଲକ୍ଷ
ଅରବିନ୍ଦ କେଜ୍ରିୱାଲ ୧.୪୫ କୋଟି ୭୧ ଲକ୍ଷ

   Related Posts