Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଏକ୍ଜିଟ୍ ପୋଲ୍ ଯାହା ଦେଇଛି ସେଥିରେ ମନ ଭରୁନି ନେତାଙ୍କର : ସଂଖ୍ୟାକୁ ନେଇ ଦ୍ବନ୍ଦ୍ବରେ ଦଳ ଓ ନେତା, ଜାଣନ୍ତୁ ସ୍ଥିତି

20/05/2019 at 4:28 PM

ଭୁବନେଶ୍ବର ୨୦|୫: କିଏ ଗଢ଼ିବ ସରକାର। କିଏ ମ୍ୟାଜିକ ନମ୍ବର ପାଖରେ ଥାଇ ବି ସରକାର ଗଢ଼ିବା ସ୍ବପ୍ନ ପୂରଣ କରିପାରିବନି । ସୁଇଙ୍ଗ ଭୋଟ ସିଟରେ କନର୍ଭଟ ହେବ କି ନାହିଁ । ନିର୍ବାଚନ ପରେ ଏକଜିଟ ପୋଲ ସଂଖ୍ୟାକୁ ନେଇ ହଟଚମଟ ଚାଲିଥିବା ବେଳେ ଭୋଟର କାହା ଉପରେ ରାସା କରିଛନ୍ତି ତାକୁ ନେଇ ଦଳ ଓ ନେତା ଉଭୟ ସସପେନ୍ସରେ । ଏବେ ବି ସମସସ୍ତେ ଆଶାବାଦୀ ଏକଜିଟ ପୋଲ୍  ଏକ୍‌ଜାଟ ପୋଲରେ ପରିଣତ ହେବନି । ବରଂ ସଂଖ୍ୟା ସେମାନଙ୍କ ଫେବରରେ ଯିବ। ..

ଦିଲ୍‌ ମାଙ୍ଗେ ମୋର୍‌। ଏକ୍‌ଜିଟ୍‌ ପୋଲ୍‌ ଯାହା ଦେଇଛି ସେଥିରେ ମନ ଭରୁନି ନେତାଙ୍କର । ସଂଖ୍ୟାକୁ ନେଇ ଦ୍ବନ୍ଦରେ ଦଳ ଓ ନେତା । କାହାର ବଢ଼ିବ କାହାର ଛିଡିବ ତାକୁ ନେଇ ସସପେନ୍ସରେ । ସମସ୍ତ ଏକଜିଟ ପୋଲ ଓଡିଶାର ଯେଉଁ ସମ୍ଭାବ୍ୟ ରାଜନୈତିକ ଦୃଶ୍ୟପଟ୍ଟକୁ ସାମ୍ନାକୁ ଆଣିଛନ୍ତି ସେଥିରେ ରାଜ୍ୟ ରାଜନୀତି ବଡ ହଲଚଲ୍ ସଙ୍କେତ ମିଳିଛି ।

ଲୋକସଭାରେ ବିଜେପି ବିଜେଡି ଠାରୁ ଆଧିକ ସିଟ ପାଇବ ବୋଲି  ଅଧିକାଂଶ ଏକଜିଟ ପୋଲ ଆକଳନ କରିଛନ୍ତି। ତାକୁ ନେଇ ସବୁ ରାଜନୈତିକ ଦଳ ଚକିତ ।   ଯଦି ମୋଦିଙ୍କ ହାଓ୍ବାରେ ବି​‌ଜେପି ୫ ପ୍ରତିଶତରୁ ଅଧିକ ଭୋଟ ପାଇି ବିଜେଡି ଠାରୁ ଅଧିକ ଲୋକସଭା ସିଟ ହାତଉଛି, ତାହେଲେ  ବିଧାନସଭା ସିଟରେ ବଡ ପରିବର୍ତ୍ତନ ହେବ କି ନାହିଁ ତାକୁ ନେଇ ପ୍ରଶ୍ନ ସମ୍ନାକୁ ଆସିଛି ।

ଆଉ ଯଦି ବିଧାନସଭାରେ ବି ଭୋଟ ପ୍ରତିଶତ ଏପଟ ସେପଟ ହୁଏ ତାହେଲେ ସଂଖ୍ୟା ଗଣିତରେ କିଏ କେଉଁଠି ପ୍ଲସ ହେବ ଆଉ କିଏ ମାଇନସ ହେବ ତାହା ଆକଳନ ବାହାରେ । ଏଭଳି ସ୍ଥିତିରେ ବିଜେଡି ଲୋକସଭାରେ ବିଜେପି ଠାରୁ କମ ସିଟ ପାଇବା ଆକଳନକୁ ଗ୍ରହଣ କରିପାରୁ ନାହିଁ । ଦଳର ଦାବି କେବଳ ବିଧାନସଭା ନୁହେଁ ଓ ଲୋକସଭାରେ ବି ବହୁ ସିଟରେ ଆଗୁଆ ରହିବ ବିଜେଡି।

କିଛି ସଂସ୍ଥାର ଏକଜିଟ ପୋଲ ଆକଳନ କହୁଛି ପଞ୍ଚମ ଥର ପାଇଁ ବିଜେଡି ଓଡିଶାରେ କ୍ଷମତାକୁ ଫେରିବ । କିନ୍ତୂ ବିଜେପି ୪୦ ଓ କଂଗ୍ରେସ ୧୫ ସିଟ ହାତେଇବେ । ବିଜେଡି ଭାବୁଛି ୨୦୧୪ରେ ଦଳ ଯେଉଁ ୪୪ ପ୍ରତିଶିତ ଭୋଟ ପାଇଥିଲା ସେଥିରୁ ୫ ପ୍ରତିଶତ କମିଗଲେ କିଛି ଫରକ ପଡିବ ନାହିଁ । ବିଜେପି ଠାରୁ ଭୋଟ ପ୍ରତିଶତ ଅଧିକ ରହିବ ବିଜେଡିର ।  କିନ୍ତୁ ବିଜେପି ଓ  କଂଗ୍ରେସର ଯୁକ୍ତି ଯେ ଏଥର ବିଜେଡିର ଭୋଟ ପ୍ରତିଶତ କମିଥିବାରୁ ଏହାର ସିଧାସଳଖ ପ୍ରଭାବ ସିଟ ଉପରେ ପଡିବାକୁ ଯାଉଛି । ଯାହାର ସିଧା ଲାଭ ଉଠାଇବେ ବିରୋଧୀ । ସେଥିପାଇଁ ଜୁଏଲ ଓରାମଙ୍କ ଦାବି ବିଜେପି ୭୦ ପ୍ଲସ ସିଟ ପାଇବ।  କଂଗ୍ରେସ କିନ୍ତୁ ସଂଖ୍ୟା ଖେଳରେ ନିଜକୁ ସାମିଲ କରୁନି।

ପଞ୍ଚାୟତ ନିର୍ବାଚନରେ ବିଜେପି ବିଜେଡିକୁ ଚକମା ଦେଇ ନିଜ ଦମ ତୁଳନାରେ ଅଧିକ ସିଟ ହାତେଇଥିଲା । ଏଥର ମଧ୍ୟ ସେହି ଗଣିତ ଉପରେ ଭରସା କରୁଛି ଦଳ ।  ତେବେ ସଦ୍ୟ ସମାପ୍ତ ମଧ୍ୟପ୍ରଦେଶ ନିର୍ବାଚନ ହେଉକି ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନ, ଅଧିକ ପ୍ରତିଶତ ଭୋଟ ପାଇଥିବା ଦଳ ଅଧିକ ସଂଖ୍ୟା​‌ରେ ସିଟ ହାତେଇବାରେ ବିଫଳ ହୋଇଥିଲେ । ଯେଉଁଥିପାଇଁ ବିଜେପି କ୍ଷମତା ରୁ ବାହାର ହୋଇଯାଇଥିଲା। ତେଣୁ ୨୩ ହିଁ ସ୍ପଷ୍ଟ କରିବ।

   Related Posts