Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆମେ ଜାନୁୟାରୀ ୨୬ରେ ନିଜକୁ ଓ ନିଜ ଦେଶକୁ ବଦନାମ କରିବାକୁ ଦିଲ୍ଲୀ ଆସିନଥିଲୁ: କୃଷକ ନେତା ଭି.ଏମ.ସିଂହ

27/01/2021 at 5:41 PM

ନୂଆଦିଲ୍ଲୀ ୨୭।୧:  କେନ୍ଦ୍ର ସରକାରଙ୍କ ସଂଶୋଧିତ କୃଷି ଆଇନ ବିରୋଧରେ ଚାଷୀ ଦିଲ୍ଲୀ ସୀମାରେ ଚଳାଇଥିବା ଆନ୍ଦୋଳନ ଦୁର୍ବଳ ହୋଇପଡୁଥିବା ଦେଖାଯାଉଛି। ମଙ୍ଗଳବାର ୭୨ତମ ସାଧାରଣତନ୍ତ୍ର ଦିବସରେ ଚାଷୀ ଟ୍ରାକ୍ଟର ପରେଡ ନିମନ୍ତେ ଅନୁମତି ମାଗିଥିଲେ। ସରକାରଙ୍କୁ ଶକ୍ତି ପ୍ରଦର୍ଶନ କରିବା ଲାଗି କରିଥିବା  କାର୍ଯ୍ୟକ୍ରମ ଚାଷୀଙ୍କ ଆନ୍ଦୋଳନକୁ ଏବେ ବିକ୍ଷିପ୍ତ କରିଦେଇଛି। ବିଭିନ୍ନ କୃଷକନେତା ଓ ସେମାନଙ୍କ ସଙ୍ଗଠନ ଆନ୍ଦୋଳନରୁ ଓହରି ଯାଇଥିବା ଘୋଷଣା କରିବାରେ ଲାଗିଛନ୍ତି।

ଏହି କ୍ରମରେ ରାଷ୍ଟ୍ରୀୟ କିଷାନ ମଜଦୂର ସଙ୍ଗଠନ ନେତା ଭି.ଏମ.ସିଂହ ନିଜେ ଓ ତାଙ୍କ ସଙ୍ଗଠନ ଏହି ମୁହୂର୍ତ୍ତରୁ ଆନ୍ଦୋଳନ ଛାଡୁଥିବା ଘୋଷଣା କରିଛନ୍ତି। ସେହିପରି ଭାରତୀୟ କିଷାନ ୟୁନିୟନ(ଭାନୁ)ର ଜାତୀୟ ସଭାପତି ଭାନୁପ୍ରତାପ ସିଂହ ମଧ୍ୟ ନିଜକୁ ଆନ୍ଦଳନରୁ ପୃଥକ କରୁଥିବା ବୁଧବାର ଘୋଷଣା କରିଛନ୍ତି।

୨୬ ଜାନୁୟାରୀରେ ଆମେ ନିଜକୁ ଓ ନିଜ ଦେଶକୁ ବଦନାମ କରିବାକୁ ଦିଲ୍ଲୀ ଆସିନଥିଲୁ ବୋଲି କହିଛନ୍ତି ରାଷ୍ଟ୍ରୀୟ କିଷାନ ମଜଦୂର ସଂଘର ସଭାପତି। ଏଠାରେ ଆମେ କାହାକୁ ସହିଦ କରିବାକୁ କି ନିଜ ସଙ୍ଗଠନର ସଦସ୍ୟଙ୍କୁ ମାଡ ମରେଇବାକୁ ଆଣି ଆସିନୁ । ଏଣୁ ଆମେ ଆନ୍ଦୋଳନ ଛାଡୁଥିବା ସିଂହ କହିଛନ୍ତି।

ଦିଲ୍ଲୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଭି.ଏମ. ସିଂହ କହିଛନ୍ତି ଯେ ଆନ୍ଦୋଳନ ତା ଉଦ୍ଦେଶ୍ୟରୁ ଦୂରେଇ ଯାଇଛି। କିଛି ନ୍ୟସ୍ତ ସ୍ୱାର୍ଥ ଲୋକ ଏହାକୁ ନିଜର ରାଜନୈତିକ ମଞ୍ଚରେ ପରିଣତ କରିଛନ୍ତି। ଭାରତୀୟ କିଷାନ ୟୁନିୟନ (ବିକେୟୁ) ମୁଖାପାତ୍ର ରାକେଶ ଟିକାୟତ ମଧ୍ୟ ଏଥିରୁ ବାଦେ ନାହାନ୍ତି। ଚାଷୀ କଳା ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରିବାକୁ ଆସିଥିଲେ। ହେଲେ ଏହା ଉହାଡରେ କୃଷକନେତାମାନେ ନିଜନିଜ ସ୍ୱାର୍ଥ ସାଧନ ଲାଗି କରିଥିବା ଆୟୋଜନ ଆଜି କୃଷକ ସମାଜର ମୁଣ୍ଡକୁ ଅପମାନରେ ନୁଆଁଇ ଦେଇଥିବା ସେ କହିଛନ୍ତି।

   Related Posts