Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ମାଧୁରୀ ଦୀକ୍ଷିତ, ଅମୀର ଖାନ, ଅଜୟ ଦେବଗନ ଦେଲେ ଭୋଟ

29/04/2019 at 11:02 AM

ମୁମ୍ବାଇ ୨୯/୪ : ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି | ସାଧାରଣ ଜନତାଙ୍କ ସହ ଦେଶର ନେତା, ରାଜନେତା, ଅଭିନେତା ଭୋଟ ଦେଇ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି | ମୁମ୍ବାଇରେ ଆଜି ୬ଟି ଆସନ ପାଇଁ ମତଦାନ ଜାରି ରହିଛି | ବଲିଉଡ ତାରକା ମଧ୍ୟ ପଛରେ ନାହାନ୍ତି |

ଅଜୟ ଦେବଗନ ପତ୍ନୀ କାଜୋଲଙ୍କ ସହ ଭୋଟ ଦେଇଛନ୍ତି | ଅମୀର ଖାନ ମଧ୍ୟ ନିଜ ପତ୍ନୀଙ୍କ ସହ ମତଦାନ ସାବ୍ୟସ୍ତ କରିଛନ୍ତି |

ଭୋଟ ଦେଇ ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଅମୀର ଖାନ ଭୋଟରଙ୍କୁ ଅପିଲ କରିଛନ୍ତି | ବଲିଉଡର ଅନେକ ତାରକା ଯଥା ରେଖା, ପ୍ରିୟଙ୍କା ଚୋପ୍ରା, ପରେସ ରାୱଲ, ମାଧୁରୀ ଦୀକ୍ଷିତ ଭୋଟ ଦେଇ ନିଜ ମତ ସାବ୍ୟସ୍ତ କରିଛନ୍ତି |

ମାଧୁରୀ ଦୀକ୍ଷିତ ମୁମ୍ବାଇ ଜୁହୁର ଏକ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଛନ୍ତି |


ଆଜି ୯ରାଜ୍ୟରେ ୭୧ ଆସନ ପାଇଁ ଭୋଟ ଗ୍ରହଣ ହେଉଛି | ଭୋଟ ଦେବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା |

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ବସୁନ୍ଧରା ରାଜେ, ରବି କିଶନ ଭୋଟ ଦେଇଛନ୍ତି | ଗିରିରାଜ ସିଂହ ଭୋଟ ଦେବା ପାଇଁ ଭୋଟରଙ୍କୁ ଅପିଲ କରିଥିଲେ |

ଶିଳ୍ପପତି ଅନିଲ ଅମ୍ବାନୀ ମୁମ୍ବାଇର ଏକ ବୁଥରେ ଭୋଟ ଦେଇଛନ୍ତି |

   Related Posts