ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଦିଲ୍ଲୀ ଯିବାକୁ ନେତାଙ୍କ ପ୍ରସ୍ତୁତି

Published By : Prameya-News7 Bureau | June 11, 2020 IST

ଭୁବନେଶ୍ବର ୧୧।୬: ପୁଣି ବାହାରିଛି କଂଗ୍ରେସର ପୁରୁଣା ରୋଗ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଦିଲ୍ଲୀ ଯିବାକୁ ନେତାଙ୍କ ପ୍ରସ୍ତୁତି । କିଛି ଦିନ ତଳେ ନବ ଗଠିତ ପିସିସି ଟିଭି ପ୍ୟାନେଲିଷ୍ଟ କମିଟିକୁ ନେଇ ବିଷୋଦଗାର କରିଛନ୍ତି କଂଗ୍ରେସର ପୂର୍ବତନ ମୁଖପାତ୍ର ନାରାୟଣ ଜେନା । ନୂଆ କମିଟି କରି ନିରଞ୍ଜନ କଂଗ୍ରେସ ସମ୍ବିଧାନର ଉଲ୍ଲଂଘନ କରିଛନ୍ତି । ଏଆଇସିସିର ବିନା ଅନୁମୋଦନରେ ଗଠିତ ଏହି କମିଟି ଅବୈଧ ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ମୁଖପାତ୍ର ନାରାୟଣ ଜେନା ।

ପିସିସି ସଭାପତି ନିଜ ବ୍ୟକ୍ତିଗତ ସ୍ବାର୍ଥ ଚରିତାର୍ଥ କରିବା ପାଇଁ ଏହି କମିଟି ଗଠନ କରିଛନ୍ତି । ଏପରିକି ତାଙ୍କ ଦ୍ଵାରା ଦରମା ପାଉଥିବା ନିଜ କର୍ମଚାରୀଙ୍କୁ ମଧ୍ୟ ଏହି କମିଟିରେ ରଖିଛନ୍ତି । ନିରଞ୍ଜନ ବିଜେଡି ସହ ସାମିଲ ହୋଇ ଏଭଳି କମିଟି କରିଛନ୍ତି ।

ସେ କହିଛନ୍ତି ଯେ, ଆମେ ଏ ସଂକ୍ରାନ୍ତରେ ଏଆଇସିସିକୁ ମେଲ୍ ଯୋଗେ ଅବଗତ କରିଛୁ । ଖୁବ୍ ଶୀଘ୍ର ଦିଲ୍ଲୀ ଯିବୁ । ନବ ଗଠିତ ପ୍ୟାନେଲିଷ୍ଟ କମିଟିରେ ସାଂସଦ କିମ୍ବା ବିଧାୟକଙ୍କୁ ରଖାଯାଇ ନାହିଁ । ଏଥିରୁ ନିରଞ୍ଜନଙ୍କ ମନମାନି ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ନାରାୟଣ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.