Thursday, December 12, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁରୀ ଗଣଦୁଷ୍କର୍ମ ଘଟଣାରେ ସ୍ପଷ୍ଟୀକରଣ ଦିଅନ୍ତୁ ମୁଖ୍ୟମନ୍ତ୍ରୀ : ପ୍ରଦୀପ୍ତ ନାୟକ

ଭୁବନେଶ୍ବର ୩।୧୨: ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେ କହିଛନ୍ତି ଶ୍ରୀକ୍ଷେତ୍ର ପୁରୀରେ ଯେଭଳି ଭାବେ ପୋଲିସ ବାବୁ ଅସାମାଜିକ ବ୍ୟକ୍ତିମାନଙ୍କ ସହ ମିଶି ପୋଲିସ କଲୋନୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଏହି ଘଟଣାରେ ଗୃହମନ୍ତ୍ରୀର ମୁଖିଆ ହିସାବରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନିଜ ମୁଣ୍ଡକୁ ନିଅନ୍ତୁ ।  

ଆଜି ରାଜ୍ୟରେ ଆଇନଶୃଙ୍ଖଳା ଭୁଷୁଡି ପଡିଛି । ରକ୍ଷକ ଆଜି ଭକ୍ଷକ ସାଜିଛି । ଯଦି ଜଣେ ପୋଲିସ କର୍ମଚାରୀ ଏପରି ଘୃଣିତ କାର୍ଯ୍ୟ କରୁଛନ୍ତି ତେଣୁ ଏହି ଘଟଣାରେ ପୋଲିସ ବିଭାଗର ମୁଖିଆ ହିସାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଏହାର ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ରହିଛି ।

ମା’କୁ ସମ୍ମାନ ଦେବା କଥା କହୁଥିବା ସରକାର ସମୟରେ ଆଜି ମହିଳା ଅସୁରକ୍ଷିତ ହୋଇପଡିଛି । ସେ ସ୍ମିତାରାଣୀ ଘଟଣାଠାରୁ ଆରମ୍ଭ କରି ପୁରୀରେ ଘଟିଥିବା ଘଟଣା ରାଜ୍ୟ ସରକାରଙ୍କ ଅସଲ ମୁଖାକୁ ପଦାରେ ପକାଇ ଦେଇଛି । ରାଜ୍ୟରେ ଯେ, ଆଇନଶୃଙ୍ଖଳା ଭୁଷୁଡି ପଡିଛି ତାହା ପ୍ରମାଣ କରିଛି । ମହିଳାଙ୍କୁ ସୁରକ୍ଷା ଦେବା ଯାହାର ଦାୟିତ୍ବ ସେ ଏବେ ଦୁଷ୍କର୍ମକାରୀ ସାଜିଛି ।

164 Views

   ସମ୍ବନ୍ଧିତ ଖବର