Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||

ଅଫିସରଙ୍କୁ ଫସାଇବାକୁ ନେତା ଖେଳିଲେ ଚାଲ୍, ନିଜ ରୂପ ଜାଲରେ ଆଇଏଏସ ଅଧିକାରୀଙ୍କୁ ଫସାଇବା ପାଇଁ ଯୁବତୀଙ୍କ ସହ କରିଥିଲେ ୩୦ ଲକ୍ଷ ଟଙ୍କାର ଡିଲ୍

9/09/2019 at 1:08 PM

ନୂଆଦିଲ୍ଲୀ ୯।୯: ବ୍ୟୁରୋକ୍ରେସିକୁ ବ୍ୟାକଫୁଟରେ ଆଣିବା ପାଇଁ ମଣ୍ଡଳରେ ଜଣେ ନେତାଙ୍କ ଦ୍ବାରା ଜଣେ ଟପ  ଅଫିସରଙ୍କୁ ହନିଟ୍ରାପରେ ଫସାଇବାକୁ ଷଡଯନ୍ତ୍ର ରଚିଥିବା ଏକ ସଙ୍ଗୀନ ମାମଲା ଏବେ ସାମ୍ନାକୁ ଆସିଛି । ଅଫିସରଙ୍କ ନିକଟକୁ ଜଣେ ଅଜଣା ଯୁବତୀଙ୍କ ବାରମ୍ବାର ଫୋନ କଲ ଆସିବା ପରେ ଉକ୍ତ ଅଫିସରଙ୍କର ସନ୍ଦେହ ଜାତ ହୋଇଥିଲା ଏବଂ ଘଟଣାର ଯାଂଚ କରାଯିବା ପରେ ପୂରା ଘଟଣାର ପଦ୍ଦାଫାଶ ହୋଇଥିଲା ।

ହନିଟ୍ରାପ ଷଡଯନ୍ତ୍ର ଭଳି ଏହି ସଙ୍ଗୀନ ମାମଲା ଘଟିଛି ମଣ୍ଡଳର ଏକ ଜିଲ୍ଲାରେ । ଏଠାରେ କାର୍ଯ୍ୟରତ ଜଣେ  ଆଇଏଏସ ଅଧିକାରୀଙ୍କ ନିକଟରେ ଗତ କିଛି ଦିନ ହେଲା ଜଣେ ଅଜଣା ଯୁବତୀଙ୍କ ବାରମ୍ବାର ଫୋନ କଲ ଆସୁଥିଲା । ଯୁବତୀ ଜଣକ ପ୍ରତି ଦିନ ଭିନ୍ନ ଭିନ୍ନ ବାହାନାରେ ଉକ୍ତ ଅଫିସରଙ୍କ ନିକଟକୁ ଫୋନ କରି ହଇରାଣ କରୁଥିଲେ ।  ଯୁବତୀ ଜଣକର ବ୍ୟବହାର ଏବଂ ବାରମ୍ବାର  ଆସୁଥିବା ଫୋନ କଲ ଉପରେ ଆଇଏଏସ ଅଧିକାରୀଙ୍କ ସନ୍ଦେହ ହୋଇଥିଲା ଏବଂ ସେ ଯୁବତୀଙ୍କ ସଂପର୍କରେ ଛାନଭୀନ ଆରମ୍ଭ କରିଥିଲେ ।

ଯେତେବେଳେ ଉକ୍ତ ମହିଳା ଏବଂ  ତାଙ୍କର ଫୋନ ନମ୍ବର ଯାଂଚ କରାଗଲା ସେତେବେଳେ ଜଣାପଡିଥିଲା କି  ଉକ୍ତ ଯୁବତୀ ଜଣକ ଜଣେ ତୁଙ୍ଗ ନେତାଙ୍କ ସଂପର୍କରେ ଅଛନ୍ତି ଏବଂ ଉକ୍ତ ଯୁବତୀ ଜଣକ ଅଫିସରଙ୍କୁ ଫସାଇବା ପାଇଁ ନେତାଙ୍କ ଠାରୁ ୩୦ ଲକ୍ଷ ଟଙ୍କା ନେଇଥିବା ଜଣାପଡିଥିଲା ।ତେବେ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ନେତା ଜଣକ ଆଇଏଏସ ଅଧିକାରୀଙ୍କୁ ଫସାଇବାକୁ ଷଡଯନ୍ତ୍ର ରଚିଥିଲେ ତାହା ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇପାରିନି ।କୁହାଯାଉଛି କି,  ଯୁବତୀ ଜଣକ ଏହି ଫୋନ କଲ ଜରିଆରେ ଅଫିସରଙ୍କ ସହ ତାଙ୍କର ସଂପର୍କ ଥିବା ଦାବି କରି ଫସାଇବାକୁ ଚେଷ୍ଟା କରୁଥିଲେ । ମାତ୍ର ତା ପୂର୍ବରୁ ହିଁ ତାଙ୍କର ସବୁ ଚାଲ ଧରା ପଡିଯାଇଛି ।

   Related Posts