5T କୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ : ସୁର ଦେଲେ କ୍ୟାପିଟାଲ ହସ୍ପିଟାଲର ଉଦାହରଣ, ଅପରାଜିତାଙ୍କୁ ଏମିତି ଜବାବ ଦେଲା ବିଜେଡି…
31/10/2019 at 5:48 PM

5Tଟି କୁ ନେଇ ଶାସକ ଓ ବିରୋଧୀ ମୁହଁମୁହିଁ। ବିରୋଧୀ 5T ପୁରୁଣା ଫର୍ମୁଲା ଟ୍ୟାଗ ଲଗାଇ ପ୍ରଶ୍ନ କରିଛନ୍ତି । ମନ୍ତ୍ରୀ, ସଚିବ ଓ ଅନୁଷ୍ଠାନକୁ ଦୁର୍ବଳ କରିବାକୁ ପ୍ରୟାସ କରାଯାଉଛି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ କ୍ୟାପିଟାଲ ହସ୍ପିଟାଲର ଅବ୍ୟବସ୍ଥା କଥା କହି ପାଗଳାମି ଶାସନର ଆଖ୍ୟା ଦେଇଛି । କିନ୍ତୁ ଜନତା ଖୁସି ଥିବାର ଦ୍ବାହି ଦେଇ ଜବାବ ରଖିଛି ବିଜେଡି…
ସେହି କାମ ସେହି ଭ୍ରମ, କେବଳ ଯାହା ନୂଆ ନାମ । ଫିପଥ ଟର୍ମ ସରକାରକୁ ଆସିବା ପରେ ଆରମ୍ଭ ହୋଇଛି 5T। କିଛି ନୂଆ ନୁହେଁ ସବୁ ପୁରୁଣା ପର୍ମୁଲା । ମନ୍ତ୍ରୀ ଓ ସଚିବଙ୍କ ମର୍ଯ୍ୟାଦାକୁ ହାନି କରାଯାଉଛି ଓ ଅନୁଷ୍ଠାନକୁ ଦୁର୍ବଳ କରାଯାଉଛି। ଏପରି ଢଙ୍ଗରେ ସରକାରଙ୍କ 5T ମନ୍ତ୍ରକୁ ଟାର୍ଗେଟ କରିଛନ୍ତି ପୂର୍ବତନ ଆଇଏଏସ ଅଧିକାରୀ ତଥା ବିଜେପି ସଂସାଦ ଅପରାଜିତା ଷଢ଼ଙ୍ଗୀ।
କହିଛନ୍ତି ଆଇଏଏସ ଟ୍ରେନିଂ ସମୟରେ 5T ପ୍ରଶିକ୍ଷଣା ଦିଆଯାଏ। ଏହାକୁ ଅଲଗା ବିଭାଗ କରି ଜଣଙ୍କୁ ଦାୟିତ୍ବ ଦେବା ଠିକ ନୁହେଁ। ଏପଟେ କଂଗ୍ରେସ କ୍ୟାପିଟାଲ ହସ୍ପିଟାଲର ଉଦାହରଣ ଉଠାଇଛି। ହସ୍ପିଟାଲରେ ରୋଗୀ ତଳେ ପଡିଛନ୍ତି । ମନ୍ତ୍ରୀ ଜାଣୁ ନାହାନ୍ତି ସିଡିଏମଓ ସସପେଣ୍ଡ ହୋଇଯାଉଛନ୍ତି। ଏହା ପାଗଳାମି ଶାସନ ବୋଲି ସୁର କହିଛନ୍ତି।
୫ଟିକୁ ନେଇ କଂଗ୍ରେସ ଓ ବିଜେପି ପ୍ରଶ୍ନ ଉଠାଇଥିବାବେଳେ ବିଜେଡି ଜବାବ ରଖିଛି। ୫ଟି ଏକ ବିଭାଗ ନୁହେଁ ଏକ ଚାଟର। ଏହା ସାଧାରଣ ଲୋକଙ୍କ ମର୍ଯ୍ୟାଦା ରଖିବାର ପ୍ରଚେଷ୍ଟା । ଲୋକେ ପ୍ରଶଂସା କରୁଥିବାବେଳେ ବିରୋଧୀ କାହିଁକି ମନା କରୁଛନ୍ତି ବୋଲି ବିଜେଡି ପାଲଟା ପ୍ରଶ୍ନ କରିଛି । ଯଦି ପୁରୁଣା କନସେପଟ ତାହେଲେ ଅପରାଜିତା ଆଇଏଏସ ଥିଲା ବେଳେ କେତେ ଲାଗୁ କରିଥିଲେ ବୋଲି ଓଲଟା ପ୍ରଶ୍ନ କରିଛି ବିଜେଡି। ସେପେଟ ଏହାକୁ ନେଇ ଜବାବ ଦେଇଛନ୍ତି ବିଜେପି ଓ କଂଗ୍ରେସ
ସରକାର ୫ଟି ଲାଗୁ କରିବା ଦିନଠୁ ଚର୍ଚ୍ଚାରେ ରହିଛନ୍ତି। ମେଡିକାଲ ଠାରୁ ଥାନା ସବୁଠି ଏବେ କୋକୁଆ ଭୟ ହେଲେ ଜନତା ଏଥିରୁ କେତେ ଫଇଦା ପାଉଛନ୍ତି ତାହା ସମୟ କହିବ । କିନ୍ତୁ ବିରୋଧୀ ଏବେ ଠାରୁ ପ୍ରଶ୍ନ କଲେଣି।