Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ

20/01/2021 at 7:48 PM

ଭୁବନେଶ୍ବର୨୦/୧: ଦୀର୍ଘ ୯ ମାସ ପରେ ଭକ୍ତଙ୍କ ଅପେକ୍ଷାର ଅନ୍ତ। ଆସନ୍ତାକାଲିଠାରୁ ନିର୍ବିଘ୍ନରେ କାଳିଆ ଦର୍ଶନ କରିପାରିବେ ସାଧାରଣ ଭକ୍ତ । କାଲିଠୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଆଉ ଭକ୍ତଙ୍କୁ ଦରକାର ପଡ଼ିବନି କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ । କିନ୍ତୁ ଶ୍ରୀମନ୍ଦିର ଦ୍ବାରା ଜାରି ହୋଇଥିବା ଏସଓପି ପାଳନ ସହ ହାତ ସାନିଟାଇଜ୍‌ କରିବା ମାସ୍କ ପିନ୍ଧିବା ଭଳି ନିୟମ ମାନିବାକୁ ହେବ । ସେହିଭଳି ସୁରକ୍ଷିତ ଏବଂ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ବ ଦେବା ସହ ନୂଆ ଦର୍ଶନ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର,  କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଏସପି କନଓ୍ବର ବିଶାଳ ସିଂ।

ସେଦିନ ଥିଲା ୯ ତାରିଖ, ରବିବାର ବଡ଼ ଏକାଦଶୀ । କାଳିଆ ଦର୍ଶନ ପାଇଁ ହୋଇଥିବା କୋଭିଡ୍‌ କଟକଣାକୁ ବୁଝି ପାରିନଥିଲେ ୭୦ ବର୍ଷିୟା ବୃଦ୍ଧା ଲକ୍ଷ୍ମୀ ଦେ। ବଡ଼ ଏକାଦଶୀରେ ବଡ଼ ଠାକୁରଙ୍କ ଦର୍ଶନ ପାଇଁ ଡହଳ ବିକଳ ହେଉଥିଲା ଲକ୍ଷ୍ମୀଙ୍କ ମନ । ହାତରେ ବାଡ଼ି ଖଣ୍ଡେ ଧରି ପୁରୀ ଗୌଡ଼ବାଡ଼ ସାହି ବଙ୍ଗାଳୀ କଲୋନୀରୁ ଏକ ନଶ୍ବାସକେ ଦଉଡ଼ି ଆସିଥିଲେ ଶ୍ରୀମନ୍ଦିରକୁ  । ହେଲେ ସିଂହଦ୍ବାର ସାମ୍ନାରେ ଲକ୍ଷ୍ମୀଙ୍କୁ ଅଟକାଇ ଦେଇଥିଲେ ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀ । କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ନ ଦେଖାଇଲେ ବଡ଼ଦେଉଳକୁ ଯାଇପାରିବେ ନାହିଁ ବୋଲି କହିଥିଲେ।

 ଉପାୟ ଶୂନ୍ୟ ହୋଇଯାଇଥିଲେ ଏହି ବୃଦ୍ଧା ଜଣକ । କାଳିଆ ଠାକୁରଙ୍କୁ ଟିକେ ଦେଖିବା ସେଦିନ କାନ୍ଦି କାନ୍ଦି ସିଂହ ଦ୍ବାର ସାମ୍ନାରେ ଲୋଟିପଡ଼ିଥିଲେ ଲକ୍ଷ୍ମୀ । ସୁରକ୍ଷାକର୍ମୀଙ୍କ ଗୋଡ଼ହାତ ଧରି କେତେ କାକୁତି ମିନତି ହୋଇଛନ୍ତି । ହେଲେ ନିୟମରେ ବନ୍ଧା ସୁରକ୍ଷାକର୍ମୀଙ୍କ ପାଖରେ ଲକ୍ଷ୍ମୀଙ୍କ ଗୁହାରି ରଖିବାକୁ ବାଟ ନଥିଲା । ଶେଷରେ କାଳିଆ ଦର୍ଶନ କରିନପାରି ସିଂହଦ୍ବାର ସାମ୍ନାରୁ କେବଳ ପତିତପାବନଙ୍କୁ ଦର୍ଶନ କରି ନିରାଶ ହୋଇଫେରିଥିଲେ ଲକ୍ଷ୍ମୀ ।

ଆସନ୍ତାକାଲିଠାରୁ ଲକ୍ଷ୍ମୀଙ୍କ ଭଳି ଲକ୍ଷ ଲକ୍ଷ ଭକ୍ତଙ୍କୁ ଆଉ କାଳିଆ ଦର୍ଶନ ପାଇଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ପଡ଼ିବ ନାହିଁ । କାଲିଠୁ ନିର୍ବିଘ୍ନରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ସାଧାରଣ ଶ୍ରଦ୍ଧାଳୁ । ଏହାକୁ ନେଇ ଭକ୍ତ ମନ ବି ଭାରି ଖୁସି ।

ଏଥି ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ଶ୍ରୀମନ୍ଦିର ଦ୍ବାରା ଜାରି ଏସଓପି ପାଳନ ଉପରେ ଗୁରୁତ୍ବ ଦିଆଯିବ । ଥର୍ମାଲ୍‌ ସ୍କାନିଂ ଏବଂ ହାତ ସାନିଟାଇଜ୍‌ କରିବା ପରେ ହିଁ ଭକ୍ତମାନେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ । ପୁରୀବାସୀଙ୍କ ପାଇଁ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି । ସକାଳ ୭ଟା ପରେ ସାଧାରଣ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ଦର୍ଶନ କରିପାରିବେ। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନୂଆ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସେହିଭଳି ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ତଦାରଖ କରିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ଏବଂ ଏସପି କନଓ୍ବର ବିଶାଳ ସିଂ । ୨୭ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହ ୨ଜଣ ଅତିରିକ୍ତ ଏସପି, ୭ଜଣ ଡିଏସପି, ସମସ୍ତ ଥାନାର ଅଧିକାରୀଙ୍କୁ ଦର୍ଶନ ବ୍ୟବସ୍ଥାର ଦାୟିତ୍ବ ଦିଆଯାଇଛି ।

ତେବେ ସିଂହଦ୍ବାର ସାମ୍ନାରେ ଥର୍ମାଲ ସ୍କ୍ରିନିଂ ବେଳେ କୌଣସି ଭକ୍ତଙ୍କ ଶରୀରର ତାପମାତ୍ରା ୧୦୦ ଡିଗ୍ରୀ  ଉପରକୁ ରହିବ ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ । ସେହିଭଳି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

   Related Posts