ରିଲିଜ୍ ହେଲା ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବୋମ୍ବ’ର ଧମାକାଦାର ଟ୍ରେଲର, ଫିଲ୍ମରେ ରହିଛି ହରର-କମେଡିର ଜବରଦସ୍ତ ଡୋଜ୍

Published By : Prameya-News7 Bureau | October 09, 2020 IST

ମୁମ୍ବାଇ ୦୯।୧୦: ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବୋମ୍ବ’ର ଧମାକାଦାର ଟ୍ରେଲର ରିଲିଜ୍ ହୋଇଛି। ଏଥିରେ ହରର ସହିତ କମେଡିର ଭରପୂର ଦୃଶ୍ୟ ଦେଖିବାକୁ ପାଇବେ। ଅକ୍ଷୟ କୁମାର ପ୍ରଥମ ଥର କିନ୍ନର ଭୂମିକାରେ ନଜର ଆସିବେ। ଏଥିରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି କିୟାରା ଆଡଭାଣୀ। ଚଳଚ୍ଚିତ୍ରଟି ଦୀପାବଳି ଅବସରରେ ରିଲିଜ୍ ହେଉଛି।

ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଶବିନା ଖାନ। ଏହି ଚଳଚ୍ଚିତ୍ର ତାମିଲ ହରର ଫିଲ୍ମ ‘ମୁନି ୨: କଞ୍ଚନା’ର ରିମେକ, ଯାହାର ନାମ ଲକ୍ଷ୍ମୀ ବୋମ୍ବ ରହିଛି। ଏହାର କାହାଣୀ ରାଘବଙ୍କ ଉପରେ ପର୍ଯ୍ୟବେସିତ, ଯିଏ ଜଣେ ଭୟାଳୁ ମଣିଷ। ରାଘବ ଶରୀରରେ ଜଣେ କିନ୍ନରର ଆତ୍ମା ପ୍ରବେଶ କରି ନିଜ କବ୍‌ଜାକୁ ନେଇଯାଏ ଏବଂ ନିଜ ଶତ୍ରୁଠୁ ପ୍ରତିଶୋଧ ନେଉଛି।

wp:html /wp:html

ଟ୍ରେଲର ରିଲିଜ୍ ହେବା ପୂର୍ବରୁ ଅକ୍ଷୟ କୁମାର କିଆରା ଆଡଭାଣୀଙ୍କ ସହିତ ଏକ ଫଟୋ ସେୟାର କରିଥିଲେ, ଯାହା ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି। ଅକ୍ଷୟ ଏକ ଟିଜର ନିଜର ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଟିଜରରେ ଏକ ବୋମା ଦେଖିବାକୁ ମିଳିଥିଲା ଏବଂ ଲେଖା ହୋଇଥିଲା ଫୁଟିବ କାଲି। କ୍ୟାପସନରେ ଲେଖା ହୋଇଛି- ହସିବେ, ଡରିବେ ଏବଂ ନିଜ ଘର ଲୋକଙ୍କ ସହିତ ମିଶି ସବୁଠୁ ବଡ ଧମାକା ଦେଖିବେ। ଲକ୍ଷ୍ମୀ ବୋମ୍ବର ଟ୍ରେଲର କାଲି ଆସୁଛି। ଏହି ଚଳଚ୍ଚିତ୍ର ଦୀପାବଳି ଅବସରରେ ନଭେମ୍ବର ୯ରେ ରିଲିଜ୍ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.