ଲକ୍ଷ୍ମୀପୁରରେ ଗରିବ ହିତାଧିକାରୀଙ୍କୁ ଦିଆଯାଉଛି ପ୍ଲାଷ୍ଟିକ ଚାଉଳ !

Published By : Prameya-News7 Bureau | July 23, 2021 IST

ଲକ୍ଷ୍ମୀପୁର ୨୩/୭ : କରୋନା ମହାମାରୀ ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାରା ଗରିବ ହିତାଧିକାରିଙ୍କୁ ୨ ମାସର ଚାଉଳ ପ୍ରଦାନ କରାଯାଉଛି । ଏନେଇ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ ନାଳଚୁଆଁ ଗ୍ରାମର ରାସନ କାଡ୍ ଧାରୀ ମାନେ କିଛି ଦିନ ତଳେ ମୁଣ୍ଡ ପିଛା ୫କେଜି ଲେଖାଏଁ ଚାଉଳ ନେଇଥିଲେ । ସେଥିମଧ୍ୟରୁ କିଛି କାଡ୍ ଧାରୀଙ୍କ ଚାଉଳ ରୋଷେଇ କଲା ବେଳେ ଚାଉଳ ଉପରକୁ ଭାସିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

କିଛି ଚାଉଳକୁ ନିଆଁରେ ପକାଇବାରୁ ପ୍ଲାଷ୍ଟିକ ଭଳି ମୋଉଳି ଯିବା ଦେଖି ଏହା ପ୍ଲାଷ୍ଟିକ ଚାଉଳ ବୋଲି ଲୋକେ ଜାଣିବାକୁ ପାଇଥିଲେ । ପରେ ହାତରେ ଅଳ୍ପ ଚାଉଳ ଧରି ବୁର୍ଜା ଗ୍ରାମ ସ୍ଥିତ ଚାଉଳ ବଣ୍ଟନ କେନ୍ଦ୍ରକୁ ଦେଖାଇବା ପାଇଁ ଯିବା ସମୟରେ ଗଣମାଧ୍ୟମଙ୍କୁ ଜଣାଇଥିଲେ । ତେବେ ସେସବୁ ଚାଉଳ ଫେରାଇ ନୁଆ ଚାଉଳ କାଡ୍ ଧାରି ମାନେ ପାଇଲେକି ନାହିଁ ତାହା ଜଣାପଡିନି । ତଥାପି କେନ୍ଦ୍ର ଦେଉଥିବା ମାହାଳିଆ ଚାଉଳ ସତରେ କଣ ପ୍ଲାଷ୍ଟିକ ତିଆରି ନା ଆଉ କିଛି ତାହା ତଦନ୍ତ କରିବା ଅତ୍ୟନ୍ତ ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.