Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିନା କାରଣରେ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା କାଟିବା ପଡ଼ିଲା ମହଙ୍ଗା : ବ୍ୟାଙ୍କକୁ ଦେବାକୁ ପଡ଼ିବ ଏତିକି ଟଙ୍କା ଏବଂ ଜୋରିମାନା

17/11/2019 at 11:31 AM

ନୂଆଦିଲ୍ଲୀ ୧୭/୧୧: ବିନା କୌଣସି କାରଣରେ ନିଜର ଜଣେ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା କାଟିବା ମହଙ୍ଗା ପଡ଼ିଛି ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ। ଏହି ଭୁଲ୍ ପାଇଁ ବ୍ୟାଙ୍କକୁ ଏବେ ୪୦.୮୫ଲକ୍ଷ ଟଙ୍କା ଏବଂ ଜୋରିମାନା ଦେବାକୁ ପଡ଼ିବ। ଏହି ନିର୍ଦେଶ ଜାତୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ଦେଇଛି।

ଆୟୋଗ ବ୍ୟାଙ୍କକୁ କର୍ଣ୍ଣାଟକ ବାସିନ୍ଦା ଗୋପାଳଙ୍କ ଖାତାରୁ ୨୦୧୫ମସିହା ଅପ୍ରେଲ୍ ୧୧ ତାରିଖରେ କଟାଯାଇଥିବା ଧନରାଶି  ଉପରେ ବିନିଯୋଗ କରାଯିବା ଦିନର ସୁଧ ଏବଂ ୨୫୦୦୦ ଟଙ୍କା ଜୋରିମାନା ଦେବାର ନିର୍ଦେଶ ଦେଇଛି।

ଲକ୍ଷ୍ମୀ ବିଳାସ ବ୍ୟାଙ୍କ ବିନା କୌଣସି ବୈଧ କାରଣରେ ଗ୍ରାହକଙ୍କ ଆକାଉଣ୍ଟରୁ ୪୦,୮୫,୨୫୪ଟଙ୍କା କାଟି ଦେଇଥିଲା। ଅଭିଯୋଗକାରୀଙ୍କ ୪୦,୮୫,୨୫୪ ଟଙ୍କାର କ୍ଷତି ହୋଇଛି।

   Related Posts