Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଲଷ୍ମୀପୂଜା ମିଳିତ ବଜାର କମିଟିର ନିଷ୍ପତ୍ତି, କୋଭିଡ଼ କଟକଣାରେ ହେବ ପୂଜା

20/09/2021 at 11:52 AM

ଢେଙ୍କାନାଳ ୨୦।୦୯: ଆସନ୍ତା ଅକ୍ଟୋବର ୧୯ରୁ ଆରମ୍ଭ ହେବ ଢେଙ୍କାନାଳର ଐତିହାସିକ ଲଷ୍ମୀ ପୂଜା ମହୋତ୍ସବ । ଢେଙ୍କାନାଳ ବାସୀ ଏହାକୁ  ବେଶ୍‌ ଧୁମ୍‌ ଧାମରେ ପାଳନକରନ୍ତି  । କିନ୍ତୁ ଏଥିର କରୋନା ସଂକ୍ରମଣ ଲାଗି କଟକଣା ମଧ୍ୟରେ ପୂଜା କରିବାକୁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ତେବେ ପୂଜାର ପରମ୍ପରା ମୁତାବକ, ଢେଙ୍କାନାଳ ବାସୀ ଏହାକୁ ୧୨ଦିନ ବ୍ୟାପୀ ଧୁମ୍‌ ଧାମରେ ପାଳନକରନ୍ତି । ଏଥିଲାଗି ଢେଙ୍କାନାଳ ସମସ୍ତ ୩୮ଗୋଟି ପୂଜା ପ୍ରତିଷ୍ଠାନ ପକ୍ଷରୁ ରବିବାର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ମିଳିତ ବୈଠକରେ ଚଳିତ ବର୍ଷ ପାଇଁ ଅଧ୍ୟକ୍ଷ ଭାବେ ବିଶ୍ୱନାଥ ବେହେରାଙ୍କୁ ମନୋନୀତ କରାଯାଇଛି । ଗତ ବର୍ଷ କୋଭିଡ ମହାମାରୀ ଯୋଗୁଁ ପୂଜା କେବଳ ପରମ୍ପରାରେ ସୀମିତ ରହିଥିଲା ।

ସେହିପରି ଚଳିତ ବର୍ଷ କୋଭିଡ କଟକଣା କୋହଳ ଥିବାରୁ ପୂଜାକୁ କଟକଣା ମଧ୍ୟରେ କରାଯିବ । ମୂର୍ତ୍ତିର ଉଚ୍ଚତା ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ସହ ଖୋଲା ମଣ୍ଡପରେ ସାଧାରଣ ଦର୍ଶନ କରାଯିବା ପାଇଁ ମିଳିତ ବଜାର ଲଷ୍ମୀପୂଜା କମିଟି ନିଷ୍ପତି ନେଇଇଛି । ଏ ସମ୍ପର୍କରେ ମିଳିତ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାନ କରିଛନ୍ତି ।

   Related Posts