Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ସବୁ ଫିଲ୍ମ ଟ୍ରେଲର ରେକର୍ଡ ଭାଙ୍ଗିଲା ‘ଲକ୍ଷ୍ମୀ ବମ୍‌ବ’, ଦୀପାବଳିରେ ସିନେମା ରିଲିଜ୍

10/10/2020 at 3:58 PM

ନୂଆଦିଲ୍ଲୀ ୧୦/୧୦: ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ କିୟାରା ଆଡଭାନୀଙ୍କ ଅଭିନୀତ ‘ଲକ୍ଷ୍ମୀ ବମ୍‌ବ’ ଟ୍ରେଲର ଗତକାଲି ଟ୍ରେଲର ରିଲିଜ ହୋଇଛି। ତେବେ ଏହାର ଟ୍ରେଲର ଅନଲାଇନରେ ହିଁ ରିଲିଜ ହୋଇଛି। ଏହି ହରର-କମେଡି ଫିଲ୍ମରେ ଅକ୍ଷୟ କୁମାର କିନ୍ନର ଭୂମିକାରେ ନଜର ଆସିଛନ୍ତି। ଟ୍ରେଲରରେ କମେଡି ଦୃଶ୍ୟ ସହ ଡ୍ରାମା ମଧ୍ୟ ରହିଛି। ଯାହା ଲୋକଙ୍କୁ ଖୁବ ପ୍ରଭାବିତ କରିଛି।

ଭାରତରେ ଏ ଫିଲ୍ମର ଟ୍ରେଲରକୁ ୨୪ ଘଣ୍ଟାରେ ୭୦ ମିଲିଅନ ଭ୍ୟୁଜ୍ ସହ ସବୁଠୁ ଅଧିକ ଦେଖାଯାଇଥିବା ଫିଲ୍ମର ଟ୍ରେଲର ଭାବେ ପ୍ରମାଣିତ ହୋଇଛି। ସାଧାରଣ ଦର୍ଶକ ନୁହନ୍ତି ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ ଏହାକୁ ଖୁବ୍ ପସନ୍ଦ କରିଛି। କରଣ ଜୋହର, ତାପସୀ ପନ୍ନୁ, ଭୂମି ପେଡନେକର, କୃତି ସାନନ, କୃତି ଖବରବନ୍ଦା, ବରୁଣ ଧାଓ୍ବନ ପ୍ରମୁଖ ଟ୍ରେଲରକୁ ପସନ୍ଦ କରିଛନ୍ତି। ଏହା ସହ ଫିଲ୍ମର ଟ୍ରେଲରକୁ ନେଇ ସାମାଜିକ ଗଣମାଧ୍ୟମରେ ଖୁବ୍ ଚର୍ଚା ହେଉଛି।

ତେବେ ଏହି ଟ୍ରେଲର ରିଲିଜ ହେବାର କିଛି ସମୟ ପୂର୍ବରୁ ସୋସିଆଲ ମିଡ଼ିଆରେ ଖୋଦ୍ ଅକ୍ଷୟ କୁମାର କିୟାରା ଆଡଭାନୀଙ୍କ ସହ ନିଜର ଏକ ଫଟୋ ସେୟାର କରିଥିଲେ। ୩୦ ବର୍ଷ ଫିଲ୍ମ କ୍ୟାରିଅର ମଧ୍ୟରେ ଏଭଳି ଚରିତ୍ର ତାଙ୍କ ପାଇଁ ବେଶ୍ ଚାଲେଞ୍ଜପୂଣ୍ଣ ଥିବା ସେ କହିଛନ୍ତି। ଏ ଚରିତ୍ର ତାଙ୍କ ପାଇଁ ଏକଦମ ନୂଆ। ଏ ଫିଲ୍ମ ଓ ଚରିତ୍ରର ସମସ୍ତ ଶ୍ରେୟ ସେ ନିର୍ଦେଶକ ଲରେନ୍ସଙ୍କୁ ଦେଇଛନ୍ତି। ଫିଲ୍ମଟି ନଭେମ୍ବର ୯ ତାରିଖରେ ଅର୍ଥାତ୍ ଦୀପାବଳିରେ ମୁକ୍ତିଲାଭ କରିବ।

   Related Posts