ୟେସ୍ ବ୍ୟାଙ୍କ ଭଳି ଦୟନୀୟ ସ୍ଥିତିରେ ୯୦ ବର୍ଷର ଏହି ବ୍ୟାଙ୍କ, ଆରବିଆଇ ଲଗାଇଛି ପ୍ରତିବନ୍ଧକ

Published By : Prameya-News7 Bureau | March 14, 2020 IST

ନୂଆଦିଲ୍ଲୀ, ୧୪|୦୩:  ଦେଶରେ ଚର୍ଚ୍ଚିତ ପ୍ରାଇଭେଟ୍ ବ୍ୟାଙ୍କ ୟେସ୍ ବ୍ୟାଙ୍କର ସ୍ଥିତି କାହାକୁ ଅଛପା ନାହିଁ। ଋଣଭାରରେ ବୁଡିଥିବା ଏହି ବ୍ୟାଙ୍କ ଏବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର କଟକଣାକୁ ସାମ୍ନା କରିବାରେ ଲାଗିଛି।

{"id":238217,"width":755,"height":425,"sizeSlug":"large"}

ସେହିପରି ୟେସ୍ ବ୍ୟାଙ୍କ ପାଇଁ ସରକାର ପୁନର୍ଗଠନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ଯୋଜନାରେ ଏସବିଆଇ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କ୍ରୟ କରିବ। ଏହାସହ ଅନ୍ୟ ନିବେଶକଙ୍କୁ ମଧ୍ୟ ଆମନ୍ତ୍ରିତ କରାଯିବ। ତେବେ ଏହି ଭଳି ସ୍ଥିତି ଆଉ ଏକ ବ୍ୟାଙ୍କରେ ମଧ୍ୟ ଉପୁଜିଛି। ଏହି ବ୍ୟାଙ୍କ ୯୦ ବର୍ଷରୁ ଅଧିକ ବର୍ଷ ଧରି ଦେଶରେ କାରବାର କରୁଛି। ଆସନ୍ତୁ ଜାଣିବା ଏହି ବ୍ୟାଙ୍କ ବାବଦରେ।

{"id":238218,"width":746,"height":466,"sizeSlug":"large"}

ଲକ୍ଷ୍ମୀ ବିଳାସ ବ୍ୟାଙ୍କର ସ୍ଥିତି ମଧ୍ୟ ଠିକ ନାହିଁ। ଏହି ବ୍ୟାଙ୍କର ପୁଞ୍ଜିର ମୂଲ୍ୟ କମିବାରେ ଲାଗିଛି। ଏହାର କ୍ୟାପିଟାଲ ଆଡିକ୍ୱେସି ରେସିଓ ବା ସିଏଆର ମାତ୍ର ୩.୪୬ ପ୍ରତିଶତ ରହିଛି। ଏହା ଅତି କମରେ ୯ ପ୍ରତିଶତ ରହିବା ବାଧ୍ୟତାମୂଳକ। ସିଏଆର ପୁଞ୍ଜିର ପରିମାଣ ମାପିବା ପାଇଁ ଏକ ପଦ୍ଧତି ଅଟେ। ଏହି ବ୍ୟାଙ୍କର ଅଂଶଧନନ କିଣିବା ପାଇଁ ଅନେକ ନିବେଶକ ଆଗ୍ରହୀ ରହିଛନ୍ତି। ଏହି ନିବେଶକଙ୍କ ମଧ୍ୟରେ କୋଟକ ବ୍ୟାଙ୍କ ସାମିଲ ଅଛି।

{"id":238219,"width":745,"height":478,"sizeSlug":"large"}

ଆରବିଆଇ ଏହି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏହାକୁ ପ୍ରମଟ୍ କରେକ୍ଟିଭ ଆକ୍ସନ ଫ୍ରେମଓ୍ୱାର୍କରେ ଅନ୍ତର୍ଭୁକ୍ତ କରିଥିଲା। ଏହାର ଅର୍ଥ ବ୍ୟାଙ୍କ କାହାକୁ ଋଣ ନଦେବା ସହ ନୂଆ ଶାଖା ମଧ୍ୟ ଖୋଲିପାରିବ ନାହିଁ। ଏବେ ସାରା ଦେଶରେ ବ୍ୟାଙ୍କର ୫୬୯ଟି ଶାଖା ରହିଛି। ଏହାର ୧୦୪୬ଟି ଏଟିଏମ ରହିଛି। ଏହି ବ୍ୟାଙ୍କ ୧୯୨୬ ମସିହାରେ କାରବାର ଆରମ୍ଭ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.