ସୁମିତ୍ରାଙ୍କ ତଣ୍ଟି କାଟିଦେଲେ ଲକ୍ଷ୍ମଣ...ସାମାନ୍ୟ ବଚସା ନେଲା ସାଙ୍ଘାତିକ ରୂପ

Published By : Prameya-News7 Bureau | March 05, 2021 IST

ରାଉରକେଲା,୦୫/୦୩: ଝିମିଟି ଖେଳରୁ ମହାଭାରତ ।  ସମାନ୍ୟ ବଚସାରୁ ଦିଅର କାଟିଦେଲା ବାଉଜର ତଣ୍ଟି । ସାମାନ୍ୟ କଥାକୁ କେନ୍ଦ୍ର କରି ଜଣେ ଯୁବକ ନିଜ ଭାଉଜକୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିବା ରାଉରକେଲା ଛେଣ୍ଡ ଥାନାରେ ଅଭିଯୋଗ ହୋଇଛି । ପୋଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦିଅର ଲକ୍ଷ୍ମଣ ବାଗ୍‌ଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ପୋଲିସର ସୂଚନା ଅନୁସାରେ, ସ୍ଥାନୀୟ ବିରଜାପାଲୀରେ ଲକ୍ଷ୍ମଣ ବାଗ୍‌ ନିଜ ପରିବାର ସହ ରୁହନ୍ତି । ଗତକାଲି ରାତିରେ ଲକ୍ଷ୍ମଣ ନିଶାଶକ୍ତ ଅବସ୍ଥାରେ ଘରକୁ ଯାଇଥିଲେ । ଘର ବାହାରେ ଖେଳାଖେଳି କରୁଥିବା ଛୋଟ ଛୋଟ ପିଲାମାନଙ୍କୁ ଗାଳିଗୁଲଜ କରୁଥିଲେ । ଭାଉଜ ସୁମିତ୍ରା ବାରଣ କରିବାରୁ ଲକ୍ଷ୍ମଣ ଏକ ଖୁରରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ସୁମିତ୍ରାଙ୍କ ବେକରେ ଆଘାତ ଲାଗିଥିଲା ।

ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ଲାଗି ସରକାରୀ ଡାକ୍ତରଖାନା ନେଇଥିଲେ । ଘଟଣାକୁ ନେଇ ସମୁିତ୍ରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.