କଟକରେ ଅଭାବନୀୟ ଘଟଣା: ପୋଲିସ୍ ଜିପରେ ନିଆଁ ଲଗାଇଦେଲେ ଆଇନଜୀବୀ

Published By : Prameya-News7 Bureau | August 29, 2018 IST

କଟକ୨୯|୮: କଟକରେ ପୋଲିସ ଆଇନଜୀବୀ  ବିବାଦ ଉଗ୍ର ରୂପ ନେଇଛି । ଆର୍‌ଡିସି ଅଫିସ୍‌ ସମ୍ମୁଖରେ ଆଇନଜୀବୀମାନେ ପୋଲିସ ଭ୍ୟାନ୍‌କୁ ଭଂଗାରୁଜା କରିବା ସହ ଗୋଟିଏ ଜିପ୍‌ରେ ନିଆଁ ଲଗାଇଦେଇଛନ୍ତି । ଗତକାଲି ଏକ ଦୁର୍ଘଟଣାକୁ ନେଇ ନୂଆବଜାର ଅଞ୍ଚଳରେ ପୋଲିସ ଓ ଆଇନଜୀବୀଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ । ପରେ ପରେ ଆଇଜୀବୀମାନେ ଚାଉଳିଆଗଂଜ ଥାନା ମଧ୍ୟ ଘେରାଓ କରିଥିଲେ । ପୋଲିସ ମାଡରେ ଜଣେ ଆଇଜୀବୀ  ଆହତ ହେବା ପ୍ରତିବାଦରେ ଥାନା ଘେରାଉ କରାଯାଇଥିଲା । ଆଜି ହାଇକୋର୍ଟ ବାର ଆସୋସିଏସନ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଦୁଇଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲା ।ଫଲରେ ଆଜି ହାଇକୋର୍ଟ ସମେତ ବିଭିନ୍ନ କୋର୍ଟ କାର୍ଯ୍ୟରେ ବାଧା ଉପୁଜିଥିଲା । ଅପରାହ୍ଣରେ ଆର୍‌ଡିସି କାର୍ଯ୍ୟାଳୟ ସମ୍ମୁଖରେ ଆଇନଜୀବୀମାନେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୋଲିସ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପହଂଚିଥିଲା । ପୋଲିସକୁ ଦେଖି ଆଇନଜୀବୀମାନେ ଉତ୍ୟକ୍ତ ହୋଇଉଠିଥିଲେ ଓ ପୋଲିସ ଭ୍ୟାନକୁ ଭଂଗାରୁଜା କରିବା ସହ ଜିପ୍‌ରେ ନିଆଁ ଲଗାଇଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.