Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉପରକୁ ଅଣ୍ଡା ଓ ଟମାଟୋ ମାଡ

23/08/2018 at 3:11 AM

ଢେଙ୍କାନାଳ ୨୩/୮ : ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସକୁ ଅଣ୍ଡା ଓ ଟମାଟୋ ମାଡ଼ ହୋଇଛି । ଢେଙ୍କାନାଳରେ ଟ୍ରାଫିକ ସମସ୍ୟା ଓ ରୋଗୀ ସେବା ବିପର୍ଯ୍ୟସ୍ତକୁ ବିରୋଧ କରି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଅଣ୍ଡା ମାଡ ହୋଇଛି । ଜିଲ୍ଲାରେ ଦିନକୁ ଦିନ ଟ୍ରାଫିକ୍ ସମସ୍ୟା ବିଗୁଡୁଥିବା ବେଳେ ସିଡିଏମଓଙ୍କ ମନମାନୀ ଯୋଗୁଁ ରୋଗୀ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ତେଣୁ ଜିଲ୍ଲାପାଳଙ୍କ ଭୂମିକାକୁ ନେଇ ଜିଲ୍ଲା ଓକିଲ ସଂଘ ଅସନ୍ତୋଷ ଦେଖାଦେଇଛି ।

   Related Posts