ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗ ; ବାହାରିପାରୁନି ନିଷ୍କର୍ସ, ଆଜି ପୁଣି ବାର ଆସୋସିଏସନର ଜେନେରାଲ ବଡି ମିଟିଂ

Published By : Prameya-News7 Bureau | November 02, 2018 IST

କଟକ ୨|୧୧:    ବୈଠକ ପରେ ବୈଠକ ବସୁଛି କିନ୍ତୁ କିଛି ନିଷ୍କର୍ସ ବାହାରୁନି । ଗତ ୬୫ ଦିନ ଧରି ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନର କୌଣସି ସମାଧାନ ବାଟ ବାହାରିପାରିନି । ଆଜି ପୁଣି ହେବ ବାର ଆସୋସିଏସନର ଜେନେରାଲ ବଡି ମିଟିଂ । ଆନ୍ଦୋଳନର ପରବର୍ତ୍ତି କାର୍ଯ୍ୟପନ୍ଥା ତଥା ସମସ୍ୟାର ସମାଧାନ ନେଇ ଗତକାଲି ବସିଥିଲା ଅଲ୍ ଓଡ଼ିଶା ବାର୍ ଆସୋସିଏସନ୍ ବୈଠକ। ତେବେ ବୈଠକରୁ କିଛି ସୁଫଳ ମିଳିନଥିଲା । ଆଜି ପୁଣି ବସିବ ବୈଠକ। ଗତକାଲି ବିଜେଡି ଲିଗାଲ ସେଲ ବୈଠକରେ ଯୋଗ ନଥିଲା । ଫଳରେ ନିଷ୍ପତି ଝୁଲି ରହିଲା । ଦୁଇ ମାସରୁ ଅଧିକ ସମୟ ହେଲା। ହାଇକୋର୍ଟ ସମେତ ଅନ୍ୟ କୋର୍ଟର କାମ ଅଚଳ କରି ରଖିଛନ୍ତି ଓକିଲମାନେ । ଓକିଲଙ୍କୁ ପୋଲିସ ମାଡମାରିବା ପ୍ରତିବାଦରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ତେବେ ଓକିଲ ଆନ୍ଦୋଳନ ପଛରେ ବିଜେପି ହାତ ଥିବା କହିଛି ବିଜେଡି । ଏପରିକି ବିଜେପି ଆନ୍ଦୋଳନକୁ ବଞ୍ଚାଇ ରଖିବା ପାଇଁ ଆର୍ଥିକ ସହାୟତା ଯୋଗାଉଥିବା ବିଜେଡ଼ି ଅଭିଯୋଗ କରିଛି । ସେହିପରି ବିଜେପି କହିଛି ଘଟଣାରେ ସରକାର ହସ୍ତକ୍ଷେପ ନକରିବା ଅପାରଗତାକୁ ପଦାରେ ପକାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.