ପୁଣି ତାତିଲେ ପଶ୍ଚିମ ଓଡିଶାର ଓକିଲ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

Published By : Prameya-News7 Bureau | January 24, 2020 IST

wp:heading {"level":5}
ବଲାଂଗୀର ୨୪/୧: ତାତିଲେ ପଶ୍ଚିମ ଓଡିଶାର ଓକିଲ । ରାଜ୍ୟ ବାର୍ କାଉନସିଳକୁ ବିରେ।ଧ କରି ଏକାଠି ହେ।ଇଛନ୍ତି ୨୩ଟି ବାର ଆସେ।ସିଏସନ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ବାର୍‌ ଏସୋସିଏସନ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ଘୋଷଣା କରିବା ପରେ ଏକଜୁଟ ହେ।ଇଛନ୍ତି ଓକିଲ । ଏହାର ପ୍ରତିବାଦରେ ଆସନ୍ତା ୫ ତାରିଖ ୧୨ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।
/wp:heading {"id":215398,"sizeSlug":"large"}

ପୁଣି ତାତିଲେ ଓକିଲ। ହାଇକୋର୍ଟ ସ୍ଥାୟୀ ବେଂଚ ଦାବି ନେଇ ଆନ୍ଦାଳନ ଚଳାଇଥିବା ଓକିଲଙ୍କ ଲାଇେସନ୍ସ ରଦ୍ଧ କରିବା ନିର୍ଦ୍ଦେଶ ପ୍ରତିବାଦରେ ଏକଜୁଟ ହେଇଛନ୍ତି ପଶ୍ଚିମ ଓଡିଶାର ୨୩ଟି ଓକିଲ ସଂଘ। ବାର କାଉନସିଲ ଅଫ ଇଣ୍ଡିଆର ମନମୁଖୀ କାରବାର ଓ ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରୋଧରେ  ଆସନ୍ତା ଫେବୃଆରୀ ୫ ତାରିଖ ଦିନ ୧୨ ଘଣ୍ଟିଆ ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଛି ଓକିଲ ସଂଘ। ବନ୍ଦ ପାଳନ ବେଳେ ସମସ୍ତ ଦୋକାନ, ବଜାର, ସ୍କୁଲ,କେଲଜ ଓ ସରକାରୀ କର୍ଯ୍ୟାଳୟ, ବ୍ୟାଙ୍କ ଓ ବୀମା ଅଫିସକୁ ବନ୍ଦ କରିବାକୁ ନିଷ୍ପତ୍ତି ହେ।ଇଛି  ।

{"id":215399,"sizeSlug":"large"}

ବଲାଂଗୀରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ଦୀର୍ଘ ଦିନରୁ ଆନ୍ଦୋଳନ ଚଳାଇଛି ବଲାଂଗୀର ଓକିଲ ସଂଘ। କିନ୍ତୁ ଆନ୍ଦୋଳନରୁ ଓହରିବା ପାଇଁ ବାରମ୍ବାର ବାରଣ କରି ଆସୁଛି ବାର କାଉନସିଲ ଅଫ ଇଣ୍ଡିଆ। ତେଣୁ  ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିକୁ ଭଣ୍ଡୁର କରିବା ପାଇଁ ଏହା ରାଜ୍ୟ ଆଇନଜିବୀ ପରିଷଦର ଏକ ଚାଲ ବୋଲି କହିଛନ୍ତି ଓକିଲ । ଏଥି ସହ ଓକିଲଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବାକୁ ଦରକାର ପଡିଲେ ସୁପ୍ରିମକୋର୍ଟବି ଯିବାକୁ ଚେତାବନୀ ଦେଇଛି ଓକିଲ ସଂଘ ।

{"id":215400,"sizeSlug":"large"}

ପଶ୍ଚିମ ଓଡିଶାରେ ହାଇକେ।ର୍ଟ ବେଞ୍ଚ ସ୍ଥାପନ ହେଲେ ୧୦ଟି ଜିଲ୍ଲାର ଦେଢ କେ।ଟି ଲେ।କ ଉପକୃତ ହେବେ । ଦେଖାଯାଉ ଆଗକୁ ଓକିଲଙ୍କ ଆନ୍ଦେ।ଳନ କେଉଁ ମେ।ଡ ନେଉଛି ଆଉ ରାଜ୍ୟ ବାର ଆସେ।ସିଏସନ କଣ ପଦକ୍ଷେପ ନେଉଛି ତା ଉପରେ ନଜର ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.