ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ରରେ CAAକୁ ବିରୋଧ କଲେ ଆଇନଜୀବି

Published By : Prameya-News7 Bureau | February 02, 2020 IST

ବାରାଣାସୀ ୦୧।୦୨: ଦେଶରେ କମୁନାହିଁ CAA ବିରୋଧୀ ନିଆଁ । ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ସାରା ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଉପାୟରେ ଆନ୍ଦୋଳନ ଜାରି ରହିଛି । CAA ବିରୋଧୀ ନିଆଁ ଏବେ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ତଥା ଉତ୍ତରପ୍ରଦେଶର ବାରାଣାସୀରେ ଦେଖାଦେଇଛି । ବାରାଣୀସୀରେ CAAକୁ ବିରୋଧ କରି ଆଇନଜୀବୀମାନେ ଆନ୍ଦୋଳନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବାରାଣାସୀ କୋର୍ଟ ପରିସରରେ ଥିବା ଡିଏମ୍‌ କାର୍ଯ୍ୟାଳୟ ସମ୍ମୁଖରେ ବହୁ ସଂଖ୍ୟାକ ଆଇନଜୀବୀ ମାନେ ଯୋଗଦେଇ CAA ଓ NRC ଆଇନକୁ ବିରୋଧ କରିବା ସହ ନାରାବାଜି କରିଥିଲେ । ଏହି ଦୁଇଟି ଆଇନକୁ ଜୋରଦାର ବିରୋଧ କରିଛନ୍ତି ଆଇନଜୀବୀମାନେ । ନାଗରିକତା ସଂଶୋଧନ ଆଇନକୁ କଳା ଆଇନ ବୋଲି ନାରାବାଜି କରିଥିଲା ଆଇନଜୀବୀ ମାନେ ।  ତୁରନ୍ତ  ଏହି ଆଇନକୁ  ଫେରାଇ ନେବାକୁ ଆଇନଜୀବୀମାନେ ଦାବି କରୁଛନ୍ତି ।

 ଡିଏମ୍ କାର୍ଯ୍ୟାଳୟ ସମ୍ମୁଖରେ ବସି ନାରାବାଜି କରିଥିଲା । ଆଇନଜୀବୀମାନେ ଏହି ଆଇନକୁ ଆମ ଦେଶର ସମ୍ବିଧାନ ବିରୋଧୀ ବୋଲି କହିଥିଲେ । ଯଦି ଦେଶ ସମ୍ବିଧାନ ନିୟମ ଅନୁସାରେ ଚାଲୁ ରହୁଛି । ତେବେ ଆଇନକୁ ଫେରସ୍ତ ନିଆଯାଉ। ଦେଶ ସମ୍ବିଧାନର ମୂଳ ସିଦ୍ଧାର୍ଥ ମୁତାବିକ ଚାଲିବା ଦରକାର । ବିଦେଶରେ ଏହି ଆଇନ ଦ୍ବାରା ଦେଶର ଛବି ଖରାପ ହୋଇଛି । ଦେଶରେ ହିନ୍ଦୁ-ମୁସଲିମ୍ ସଂସ୍କୃତି ତଥା ଏକଜୁଟତା ବଜାୟ ରଖିବା ପାଇଁ ଏହି ଆଇନକୁ ଫେରାଇ ନେବାକୁ ଆଇନଜୀବୀମାନେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.